Advertisment

Uttarakhand Bus Accident Updates: ଉତ୍ତରାଖଣ୍ଡ ବସ୍ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା, ଖୋଜାଚାଲିଛି ମୃତଦେହ...ଦେଖନ୍ତୁ କିଛି ଛାତିଥରା ଦୃଶ୍ୟ...

ଉତ୍ତରାଖଣ୍ଡର ଅଲମୋଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୁପି ଅଞ୍ଚଳରେ ଏକ ଖାଇକୁ ଯାତ୍ରୀ ବାହୀ ବସ୍ ଖସି ପଡ଼ିବାରୁ ୩୬ ଜଣଙ୍କ ମୃତ୍ୟୁ ।

ଅଦ୍ୟତନ ହୋଇଛି
Uttarakhand Bus Accident News: bus falls into gorge

bus falls into gorge

Advertisment
ଉତ୍ତରାଖଣ୍ଡରେ ପୁଣି ଏକ ଭୟଙ୍କର ଦୁର୍ଘଟଣା । ଉତ୍ତରାଖଣ୍ଡର ଅଲମୋଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୁପି ଅଞ୍ଚଳରେ ଏକ ଖାଇକୁ ଯାତ୍ରୀ ବାହୀ ବସ୍ ଖସି ପଡ଼ିବାରୁ ୩୬ ଜଣଙ୍କ ମୃତ୍ୟୁ। ଏହି ଦୁର୍ଘଟଣାରେ ଆହୁରି ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 
Advertisment

ବସଟି ପାଉଡ଼ିରୁ ଆଲମୋଡ଼ା ପାହାଡ଼ିଆ ରାସ୍ତା ଦେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଖସି ପଡ଼ିଥିଲା। ମିଳିଥିବା ସୂଚନା ମୁତାବକ ବସରେ ୪୫ରୁ ଅଧିକ ଯାତ୍ରୀ ଥିଲେ । ବାକି ସମସ୍ତ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ। 

 bus falls into gorge

ସେପଟେ ସୂଚନା ମିଳିବା ପରେ ଏସ୍‌ଡିଆର୍‌ଏଫ୍‌ର ୩ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ପୋଲିସ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛି। ଘଟଣାସ୍ଥଳରେ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଅଛନ୍ତି। ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Advertisment
 bus falls into gorge bus falls into gorge

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମୃତକଙ୍କ ପରିବାର ପାଇଁ ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଅନ୍ୟପଟେ ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଦୁଃଖ ପ୍ରକାଶ କରିଛନ୍ତି ।  ଆଲମୋଡା ଜିଲ୍ଲାର ମାର୍ଚୁଲାରେ ଘଟିଥିବା ଦୁର୍ଭାଗ୍ୟଜନକ ବସ୍ ଦୁର୍ଘଟଣା ଘଟିଥିବା ନେଇ ଦୁଃଖଦ ଖବର ପାଇଛି । ଉଦ୍ଧାର କାର୍ଯ୍ୟ ଜୋରଦାର କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

 bus falls into gorge bus falls into gorge

ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି ଯେ, “ ଘଟଣାସ୍ଥଳରେ ଏସ୍‌ଡିଆର୍‌ଏଫ୍‌ର ଟିମ୍‌ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପହଞ୍ଚାଇଛନ୍ତି । ଯଦି ଆବଶ୍ୟକ ପଡେ ତେବେ ଗୁରୁତର ଥିବା ଯାତ୍ରୀଙ୍କୁ ଏୟାରଲିଫ୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ Xରେ ପୋଷ୍ଟ କରିଛନ୍ତି । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପୌଡି ଏବଂ ଆଲମୋଡାର ସମ୍ପୃକ୍ତ ଅଞ୍ଚଳରେ ଆର୍‌ଟିଓ କାର୍ଯ୍ୟକାରିତାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

 bus falls into gorge

Bus Accident Accident Uttarakhand Bus Trapped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ