Advertisment

ସିସୋଦିଆଙ୍କ ଜାମିନ୍ ଆବେଦନ ଖାରଜ

ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗ ମାମଲାରେ ମନିଷ ସିସୋଦିଆଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି ।

ଅଦ୍ୟତନ ହୋଇଛି
Manish Sisodia's Bail Rejected By Delhi Court

Manish Sisodia

Advertisment

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଶୁକ୍ରବାର ନଗର କୋର୍ଟ ଖାରଜ କରିଦେଇଛନ୍ତି। । ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗ ମାମଲାରେ ମନିଷ ସିସୋଦିଆଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି । ସ୍ୱତନ୍ତ୍ର ବିଚାରପତି ଜଷ୍ଟିସ୍ ଏମ୍.କେ. ନାଗପାଲ ଏହି ଜାମିନ୍ ଖାରଜ କରିଛନ୍ତି ।

Advertisment

ସିସୋଦିଆ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଏପ୍ରିଲ ୩ ତାରିଖରେ ତାଙ୍କୁ କୋର୍ଟରେ ହାଜର କରାଯିବ । ନୂଆ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗରେ ସିବିଆଇ ସିସୋଦିଆଙ୍କୁ ଗିରଫ କରିଥିଲା । ଏହାପରେ ସେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ସିବିଆଇ ବ୍ୟତୀତ ଇଡି ମଧ୍ୟ ଘଟଣାର ତଦନ୍ତ କରୁଛି । ସିବିଆଇ ଦ୍ୱାରା ଗିରଫ ହେବା ପରେ ସିସୋଦିଆ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ଦିଲ୍ଲୀର ଶିକ୍ଷା ଠାରୁ ଆରମ୍ଭ କରି ଅର୍ଥ ଭଳି ୧୮ଟି ବିଭାଗର ଦାୟିତ୍ୱରେ ଥିଲେ ।ସୂଚନା ଥାଉକି, ସିସୋଦିଆଙ୍କ ଗିରଫକୁ ନେଇ ବିଜୟନଙ୍କ ପୂର୍ବରୁ ୯ଜଣ ବିରୋଧୀଦଳ ନେତା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।

Advertisment

ଏହିନେତାମାନେ କେନ୍ଦ୍ର ସରକାର କେନ୍ଦ୍ରୀୟ ଯାଂଚ ଏଜେନ୍ସିକୁ ରାଜନୈତିକ ସ୍ୱାର୍ଥ ଉର୍ଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା କଥା ଚିଠିରେ ଉଲ୍ଲେଖ କରିଥିଲେ । ଏହି ୯ଜଣ ନେତାଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବ୍ଦୁଲା, ଏନସିପି ମୁଖ୍ୟ ଶରଦ ପାୱାର ସାମିଲ ଥିଲେ।

Manish Sisodia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ