Advertisment

ସ୍ତ୍ରୀ ସହ ଝଗଡ଼ା ପରେ ଭୟଙ୍କର ନିଷ୍ପତ୍ତି: ବାଲ୍‌କୋନିରୁ ୨ ବର୍ଷର ଶିଶୁକୁ ଫିଙ୍ଗି ନିଜେ ଡେଇଁ ପଡ଼ିଲେ

ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ଯୋଗୁ ସେମାନଙ୍କର ୨ ବର୍ଷର ଶିଶୁ ଏବେ ଜୀବନମରଣ ସହ ସଂଘର୍ଷ କରୁଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man Throws 2-Year-Old Son From Balcony

Man Throws 2-Year-Old Son From Balcony

ସବୁକିଛି ଠିକ୍‌ଠାକ୍ ଚାଲିଥିଲା। ହେଲେ ହଠାତ୍‌ ହସଖୁସିର ପରିବାରରେ ମାଡ଼ି ଆସିଥିଲା ଝଡ଼। ଆଉ ବାଜିରେ ଲାଗିଛି କଅଁଳ ଶିଶୁର ଜୀବନ। ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ଯୋଗୁ ସେମାନଙ୍କର ୨ ବର୍ଷର ଶିଶୁ ଏବେ ଜୀବନମରଣ ସହ ସଂଘର୍ଷ କରୁଛି। ୨ ବର୍ଷର ଶିଶୁକୁ ବାଲ୍‌କୋନିରୁ ଫିଙ୍ଗି ଜଣେ ବ୍ୟକ୍ତି ନିଜେ ଡେଇଁ ପଡ଼ିଥିବା ସୂଚନା ମିଳିଛି। ନୂଆଦିଲ୍ଲୀର କଲ୍‌କାଜିରେ ଏହି ଅଭାବନୀୟ ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କଥାକୁ ନେଇ ସିଂ ଓ ପତ୍ନୀ ପୂଜାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ଜୋରରେ ହୋଇଥିଲା ଯେ ଏଥିରେ ଉତ୍‌କ୍ଷିପ୍ତ ହୋଇ ସିଂ ନିଜର ୨ ବର୍ଷର ଶିଶୁକୁ ପ୍ରଥମେ ବାଲ୍‌କୋନିରୁ ଫିଙ୍ଗି ଦେଇଥିଲେ। ଏହାପରେ ନିଜେ ଡେଇଁ ପଡ଼ିଥିଲେ। ଉଭୟ ସିଂ ଓ ତାଙ୍କ ପୁଅଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଗତ କିଛିମାସ ହେବ ସିଂ ଓ ପତ୍ନୀ ପୂଜାଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏନେଇ ପୂଜା ଘର ଛାଡ଼ି ପଳାଇ ଯାଇଥିବା ବେଳେ ୨ ପିଲାଙ୍କୁ ଧରି କଲ୍‌କଜ ଅଞ୍ଚଳରେ ଥିବା ନିଜ ଜେଜେମା’ଙ୍କ ଘରକୁ ଆସିଥିଲେ। ଗତକାଲି ରାତିରେ ସିଂ ପତ୍ନୀ ପୂଜା ଓ ପିଲାଙ୍କୁ ଭେଟିବାକୁ ଯାଇଥିଲେ। ସେଠାରେ ପତ୍ନୀଙ୍କ ସହ ସିଂଙ୍କ ଜୋରଦାର ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସିଂ ନିଜ ପୁଅକୁ ପ୍ରଥମେ ବାଲ୍‌କୋନିରୁ ଫିଙ୍ଗି ନିଜେ ଡେଇଁ ପଡ଼ିଥିଲେ। 

Advertisment

ଏନେଇ ପୋଲିସ୍‌ ସିଂଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଚଳାଇଛି। 

Advertisment
Advertisment