Advertisment

Shocking News: ବିଧାତାର ଏ କି ଖେଳ: ଅସୁସ୍ଥ ସ୍ତ୍ରୀଙ୍କ ପାଇଁ ଅବସର ନେଲେ; କିଛି ସମୟ ପରେ ଆଖି ବୁଜିଲେ ପତ୍ନୀ...

ଯାହା ପାଇଁ ଚାକିରି ଜୀବନରୁ ନେଲେ ଅବସର, ଭିଆରଏସ ନେବାର କିଛି ଘଣ୍ଟାରେ ଚାଲିଗଲା ତାଙ୍କର ଜୀବନ। ଏହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା।

ଅଦ୍ୟତନ ହୋଇଛି
Man retires early to take care of ailing wife she dies at his going away party

Man retires early to take care of ailing wife she dies at his going away party

Advertisment

ଏମିତି ବି ଆସେ ମୃତ୍ୟୁ। ବିଧାତାର ଏ କି ଖେଳ...ଯାହା ପାଇଁ ଚାକିରି ଜୀବନରୁ ନେଲେ ଅବସର, ଭିଆରଏସ ନେବାର କିଛି ଘଣ୍ଟାରେ ଚାଲିଗଲା ତାଙ୍କର ଜୀବନ। ଏହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। କ୍ୟାମେରାକୁ ଚାହିଁ ହସୁଥିଲେ। ବେକରେ ଥିଲା ବିରାଟ ଗେଣ୍ଡୁମାଳ। କିଛି ଫୁଲ ମଧ୍ୟ ସେ ଧରିଥିଲେ। ସ୍ୱାମୀଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଇଁ ତାଙ୍କ ଚାରି ପାଖର ପରିବେଶ ବେଶ ଉତ୍ସବ ମୁଖର ଥିଲା। ସମସ୍ତେ ଖୁସି ହୋଇ କାର୍ଯ୍ୟକ୍ରମର ମଜା ନେଉଥିଲେ। କିନ୍ତୁ ଏହି ବିଦାୟକାଳୀନ କାର୍ଯ୍ୟକ୍ରମରେ ହଠାତ ଖେଳି ଯାଇଥିଲା ଶୋକର ଛାୟା। କାରଣ ହଠାତ୍ ଆଖି ବୁଜିଥିଲେ କିଛି ମିନିଟ ପୂର୍ବରୁ ହସିହସି କଥା ହେଉଥିବା ମହିଳା ଜଣଙ୍କ। ତେବେ ଏମିତି ଘଟଣା ଘଟିଛି ରାଜସ୍ଥାନର କୋଟାରେ।

Advertisment

ମହିଳାଙ୍କ ସ୍ବାମୀ ଦେବେନ୍ଦ୍ରଙ୍କୁ ବିଦାୟ ଦେବା ପାଇଁ କେନ୍ଦ୍ରୀୟ ୱେୟାର ହାଉସିଂ କର୍ପୋରେସନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଠାରେ ଦେବେନ୍ଦ୍ର ଜଣେ ମ୍ୟାନେଜର ଭାବେ କାମ କରୁଥିଲେ। କାର୍ଯ୍ୟକ୍ରମରେ ଦେବେନ୍ଦ୍ରଙ୍କ ପତ୍ନୀ ଟିନା ମଧ୍ୟ ଯୋଗ ଦେଇଥିଲେ। କିନ୍ତୁ ଦେବେନ୍ଦ୍ରଙ୍କ ଅବସରକାଳୀନ କାର୍ଯ୍ୟକ୍ରମରେ ଟିନା ହୃଦଘାତରେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। 

ଅଧିକ ପଢ଼ନ୍ତୁ: ପୁଅ ତ ଚାଲିଗଲା ଏବେ ନାତିକୁ ଫେରାଅ...ନହେଲେ ପୂରା ପରିବାର ଜୀବନ ହାରିବୁ

Advertisment

କାର୍ଯ୍ୟକ୍ରମ ଚାଲିଥିବା ବେଳେ ଟିନା ମଧ୍ୟ ସ୍ୱାମୀଙ୍କ ପାଖରେ ଛିଡ଼ା ହୋଇଥିଲେ। କିନ୍ତୁ ହଠାତ ଟିନା ମୁଣ୍ଡ ବୁଲାଇ ଦେଉଛି ବୋଲି କହି ଚେୟାରରେ ଆଉଜି ବସି ଯାଇଥିଲେ। ସ୍ୱାମୀ ତାଙ୍କ ପିଠି ଆଉଁସି ଦେବା ସହ କେହି ଟିକିଏ ପାଣି ଆଣି ଦିଅ ବୋଲି କହିଥିଲେ। ଏହି ସମୟରେ ଟିନାଙ୍କୁ କେହି କ୍ୟାମେରାକୁ ଚାହିଁ ସ୍ମିତ ହାସ୍ୟ ଦେବାକୁ କହିଥିଲେ। ସେ ମଧ୍ୟ ସ୍ମିତହାସ୍ୟ ଦେଇ ସାମ୍ନାରେ ରହିଥିବା ଟେବୁଲ ଉପରେ ମୁହଁ ମାଡ଼ି ପଡ଼ି ଯାଇଥିଲେ। ସେଠାରେ କିଛି ଗୋଲାପ ପାଖୁଡ଼ା ରହିଥିଲା।

Advertisment

ସ୍ୱାମୀ ଦେବେନ୍ଦ୍ର ଛିଡ଼ା ହୋଇ ତାଙ୍କୁ ସହଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ଟିନା ଆଉ ମୁଣ୍ଡ ଟେକି ନଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟିନା ଓ ତାଙ୍କ ସ୍ୱାମୀ ଦେବେନ୍ଦ୍ର କୋଟାର ଶାସ୍ତ୍ରୀନଗର ଅନ୍ତର୍ଗତ ଦାଦାବରି ଅଞ୍ଚଳରେ ରହୁଥିଲେ। ତେବେ ଏହି ଘଟଣା ମଧ୍ୟ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି। 

ଅଧିକ ପଢ଼ନ୍ତୁ: ଭାଗ୍ୟ ସହ ବିଧାତାର ଖେଳ; କର୍କଟ ଆକ୍ରାନ୍ତ ସ୍ବାମୀ ପାଇଁ ଲଢ଼େଇ କରି ହାରିଗଲେ ପତ୍ନୀ ଶ୍ରୀଜାନା

Rajasthan Voluntary Retirement Wife Shocking News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ