Advertisment

୫ ଦିନ ପରେ ମଝି ସମୁଦ୍ରରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ; ବର୍ଷା ପାଣି ପିଇ ବଞ୍ଚିଥିଲେ...

ଟ୍ରଲର ଲେଉଟିବାର ୫ ଦିନ ପରେ ମତ୍ସ୍ୟଜୀବୀ ଉଦ୍ଧାର । ପଶ୍ଚିମବଙ୍ଗ ହଳଦିଆ ଅଞ୍ଚଳର ଘଟଣା...

ଅଦ୍ୟତନ ହୋଇଛି
Man Rescued After 5 Days Of Surviving In The Sea Without Food And Water

5 Days Of Surviving In The Sea

Advertisment

୫ ଦିନ ପରେ ମଝି ସମୁଦ୍ରରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ। ବଞ୍ଚିବାର ଆଶା ଟିକକ ଲାଗି ସେ ଆଜି ନୂଆ ଜୀବନ ପାଇଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିଛି ପଶ୍ଚିମବଙ୍ଗ ହଳଦିଆ ଅଞ୍ଚଳରୁ। ଟ୍ରଲର ଲେଉଟିବାର ୫ ଦିନ ପରେ ଜଣେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରୁ ଜୀବନ୍ତ ଉଦ୍ଧାର କରାଯାଇଛି। 

Advertisment

ବାଂଲାଦେଶର ଏକ ଜାହାଜ MV-ଜୱାଦେର ସଂପୃକ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି। ସମୁଦ୍ରରେ ଭାସୁଥିବା ବେଳେ ତାଙ୍କୁ ଲାଇଫ୍ ଜ୍ୟାକେଟ ପିନ୍ଧାଇ ଏକ କ୍ରେନ୍ ସାହାଯ୍ୟରେ ଉଦ୍ଧାର କରାଯାଇଛି। ଉଦ୍ଧାର ମତ୍ସ୍ୟଜୀବୀଙ୍କ ନାଁ ରବୀନ୍ଦ୍ରନାଥ ଦାସ। ତାଙ୍କ ଘର ଦକ୍ଷିଣ ୨୪ ପ୍ରଗଣା ଅଞ୍ଚଳରେ। ଗତ ୮ ଦିନ ତଳେ ସେ ଏବଂ ତାଙ୍କର ୧୫ ଜଣ ସାଥୀ ଏକ ଟ୍ରଲର ଯୋଗେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ମାତ୍ର ଏକ ସାମୁଦ୍ରିକ ଝଡ଼ରେ ଟ୍ରଲର ଲେଉଟିବା ପରେ ସମସ୍ତେ ଏଣେତେଣେ ଭାସି ଯାଇଥିଲେ।

ଅଧିକ ପଢ଼ନ୍ତୁ: CBIକୁ ବଡ଼ ସଫଳତା, ଗିରଫ ସଂଖ୍ୟା ୧୪ରେ ପହଞ୍ଚିଲା

ଟ୍ରଲର ବୁଡ଼ିଯିବା ପରେ ରବୀନ୍ଦ୍ର ମଧ୍ୟ ମଝି ସମୁଦ୍ରରେ ପହଁରିବାକୁ ଲାଗିଥିଲେ। ପରେ ନିଜ ପକେଟରେ ଥିବା ଲାଇଫ୍ ଜ୍ୟାକେଟ୍ ପିନ୍ଧି ସେ ସମୁଦ୍ରରେ ଭାସିବାକୁ ଲାଗିଥିଲେ। ଘଣ୍ଟା ପରେ ଘଣ୍ଟା, ଦିନ ପରେ ଦିନ ବିତି ଚାଲିଥିଲା। ଅଖିଆ ଅପିଆ ସମୁଦ୍ର ମଧ୍ୟରେ ସେ ଭାସୁଥିଲେ। ଆଉ ବର୍ଷା ହେଲେ ଉପରକୁ ଅନାଇ ନିଜର ଶୋଷ ମେଣ୍ଟାଉଥିଲେ। ଆଶା ଥିଲେ କେହି ନା କେହି ତାଙ୍କୁ ନିଶ୍ଚୟ ଉଦ୍ଧାର କରିବେ। 

Advertisment

ଆଉ ଶେଷରେ ୫ ଦିନ ପରେ ତାଙ୍କର ଆଶା ପୂରଣ ହେଲା । ବାଂଲାଦେଶର ଏକ ଜାହାଜ ସମୁଦ୍ରରେ ଯାଉଥିବା ବେଳେ ଜାହାଜର କ୍ୟାପଟେନଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ପରେ ଜାହାଜ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ ।

Rescued
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ