Advertisment

Viral Video: ମଝି ଆକାଶରେ ଲଭ୍‌, ବିମାନରେ ରୋମାଣ୍ଟିକ୍‌ ଅନ୍ଦାଜରେ ଗର୍ଲଫ୍ରେଣ୍ଡ୍‌କୁ ପ୍ରପୋଜ୍‌ କଲେ...

ବିମାନରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକା ତଥା ଭାବି ସ୍ତ୍ରୀଙ୍କୁ ଏମିତି ଏକ ସରପ୍ରାଇଜ୍‌ ଦେଇଛନ୍ତି, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।

ଅଦ୍ୟତନ ହୋଇଛି
Viral Video

Man proposes GF mid-air on Air India flight video goes viral

Advertisment

ବିମାନରେ ଯାତ୍ରୀଙ୍କ ହେଉ କି ଷ୍ଟାଫ୍‌ଙ୍କ ମଧ୍ୟରେ ଝଗଡ଼ା ବାରମ୍ବାର ସାମ୍ନାକୁ ଆସୁଛି। ସୋସିଆଲ୍‌ ମିଡିଆରେ ମଧ୍ୟ ଏସବୁର ଭିଡିଓ ଭାଇରାଲ୍‌ ହେଉଛି। ହେଲେ ସୋସିଆଲ୍‌ ମିଡିଆ ରେ ଏବେ କୌଣସି ଝଗଡ଼ା କି ମାର୍‌ପିଟ୍‌ର ଭିଡିଓ ଭାଇରାଲ୍‌ ହୋଇନାହିଁ ବରଂ ଏକ ରୋମାଣ୍ଟିକ୍‌ ଭିଡିଓ ଭାଇରାଲ୍‌ ହୋଇଛି। ଯାହାକୁ ମଝି ଆକାଶରେ ଲଭ୍‌ ବୋଲି କୁହାଯାଉଛି। ମଝି ଆକାଶରେ ବିମାନରେ ହଠାତ୍‌ ଏମିତି କିଛି ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସରପ୍ରାଇଜ୍‌ ତାକୁ କୁହାଯାଇଥାଏ, ଯାହାକୁ ସାମ୍ନା‌ରେ ଥିବା ବ୍ୟକ୍ତି କେବେ ଭାବି ନଥାଏ।

Advertisment

ବିବାହ ପୂର୍ବରୁ ନିଜ ଭାବି ସ୍ତ୍ରୀ-ସ୍ୱାମୀଙ୍କୁ ଆଜିକାଲି ବିଭିନ୍ନ ପ୍ରକାର ଉପହାର ‌ଦେବାର ଟ୍ରେଣ୍ଡ୍‌ ଚାଲିଛି। ହେଲେ ବିମାନରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକା ତଥା ଭାବି ସ୍ତ୍ରୀଙ୍କୁ ଏମିତି ଏକ ସରପ୍ରାଇଜ୍‌ ଦେଇଛନ୍ତି, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଜାନୁଆରୀ ୨ ତାରିଖରେ ଏୟାର ଇଣ୍ଡିଆ ବିମାନରେ ଏହି ଘଟଣା  ଘଟିଛି। ଯାହାର ଭିଡିଓ ଭାଇରାଲ ହୋଇଛି।

ଅଧିକ ପଢ଼ନ୍ତୁ: ଦିଲ୍ଲୀ ବିମାନ ବନ୍ଦରରେ କମିବ ଗହଳି ! ଏଣ୍ଟ୍ରି ଗେଟ୍ ସଂଖ୍ୟା ୧୪ରୁ ୧୬କୁ ହେବ ବୃଦ୍ଧି

Advertisment

ଲଣ୍ଡନରୁ ମୁମ୍ବାଇ ଅଭିମୁଖେ ଭାୟା ହାଇଦ୍ରାବାଦ ଦେଇ ଯାତ୍ରା କରୁଥିବା ସମୟରେ ଜଣେ ବ୍ୟକ୍ତି କ୍ରୁ ସଦସ୍ୟଙ୍କ ସାହାଯ୍ୟରେ ତାଙ୍କ ପ୍ରେମିକା ତଥା ଭାବି ସ୍ତ୍ରୀଙ୍କୁ ସର୍‌ପ୍ରାଇଜ ଦେବା ପାଇଁ ଯୋଜନା କରିଥିଲେ। ଯେତେବେଳେ ଯୁବତୀ ଜଣକ ବିମାନରେ ଯାତ୍ରା କରୁଥିଲେ ଏହି ସମୟରେ ତାଙ୍କ ପ୍ରେମିକ ତଥା ଭାବି ସ୍ୱାମୀ ତାଙ୍କୁ ସର୍‌ପ୍ରାଇଜ ଦେଇଥିଲେ। ରୋମାଣ୍ଟିକ ଶୈଳୀରେ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେବାକୁ ଯୋଜନା କରିବାକୁ ଯାଇ ବ୍ୟକ୍ତି ଜଣକ ବିମାନରେ ଟିକେଟ୍‌ ବୁକ୍‌ କରିଥିଲେ। ଯାହା ତାଙ୍କ ପ୍ରେମିକାଙ୍କୁ ଜଣା ନଥିଲା। 

Advertisment

ବିମାନ ମଝି ଆକାଶରେ ଥିବାବେଳେ ସମ୍ପୃକ୍ତ ବ୍ୟକ୍ତି ଏକ ବଡ଼ ଗୋଲାପୀ ପୋଷ୍ଟର ସହ ବିମାନର ଗ୍ୟାଲେରୀକୁ ଆସି ମହିଳାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ପୋଷ୍ଟର ଦେଖାଇ ଆଣ୍ଠେଇବା ସହ ରିଙ୍ଗ୍‌ ଧରି ସେ ପ୍ରେମିକାଙ୍କୁ ପ୍ରପୋଜ୍‌ କରିଥିଲେ। ଏହାପରେ ଯୁବତୀ ଜଣକ ତାଙ୍କୁ ଆଲିଙ୍ଗନ କରି ‘Yes’ କହିଥିଲେ। ଏହି ସମୟରେ ଅନ୍ୟଯାତ୍ରୀମାନେ କରତାଳି ମାରିଥିଲେ। 

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ