• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିଲ୍ଲୀ ବିମାନ ବନ୍ଦରରେ କମିବ ଗହଳି । ଭିଡ଼ରୁ ଆଶ୍ୱସ୍ତ ହେବେ ଯାତ୍ରୀ । ଏଣ୍ଟ୍ରି ଗେଟ୍ ସଂଖ୍ୟା ବୃଦ୍ଧି ସହ ପ୍ରବେଶ ପଥରେ କର୍ମଚାରୀଙ୍କ ସଂଖ୍ୟାବି ବଢ଼ାଯିବ । ଏଥିସହ ଚେକ୍ ପଏଣ୍ଟରେ ଷ୍ଟାଫଙ୍କ ସଂଖ୍ୟା ବଢ଼ାଯିବ । ଫଳରେ ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ ପ୍ରବେଶ କରିବା ସହଜ ହେବ । ଗତ କିଛି କିଛି ଦିନ ହେଲା ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେବା ପରେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି । ଏଥିସହ ବିମାନ ବନ୍ଦରରେ ୧୨ଶହ ସିଆଇଏସ୍ଏଫ୍ ଯବାନ ମୁତୟନ ପାଇଁ ବି ହୋଇଛି ନିଷ୍ପତ୍ତି ।

ଦିଲ୍ଲୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ଲିମିଟେଡ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ରହିଛି, ଯାତ୍ରୀମାନଙ୍କୁ ବିମାନ ବନ୍ଦର ସମ୍ପର୍କିତ ସମସ୍ତ ଅପଡେଟ ନିୟମିତ ଦେବାକୁ । ଆଉ ଏଥିପାଇଁ ଦିଲ୍ଲୀ ଏୟାରପୋର୍ଟ ପକ୍ଷରୁ ସୋସିଆଲ ମିଡିଆରେ ଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ ନିୟମିତ ଅପଡେଟ ଡାଟା ଅପଲୋଡ ହେଉଛି । ବିମାନ ବନ୍ଦରରେ ୧୨ଶହ ସିଆଇଏସଏଫ ମୁତୟନ କରାଯିବା ନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ପ୍ରତ୍ୟେକ ଏଣ୍ଟ୍ରି ପଏଣ୍ଟରେ ରହିବ ଡିସପ୍ଲେ ବୋର୍ଡ ।

ଫ୍ଲାଇଟ୍ ଉଡାଣ ନେଇ ସମସ୍ତ ଅପଡେଟ୍ ତଥ୍ୟ ରହିବ । ବିମାନ ଯାତ୍ରୀ କେଉଁ ଗେଟ୍ ଦେଇ ଭିତରକୁ ପ୍ରବେଶ କରିବେ, ସେଥିପାଇଁ ନିୟମିତ ବ୍ୟବଧାନରେ ତଥ୍ୟ ଯୋଗାଇ ଦିଆଯିବ । ତାସହ ସୁରକ୍ଷା କର୍ମୀଙ୍କ ଲାଗି ଅଧିକ ଏକ୍ସ-ରେ ମେସିନ୍ ଯୋଗାଇ ଦିଆଯିବ । ପିକ୍ ଆୱାରରେ କେତେକ ଫ୍ଲାଇଟକୁ ଟର୍ମିନାଲ-୧ ଏବଂ ୨କୁ ସ୍ଥାନାନ୍ତର ବ୍ୟବସ୍ଥା ହୋଇଛି । ସେହିପରି ଅଟୋମେଟିକ ଟ୍ରେ ରେଟ୍ରିଭାଲ ସିଷ୍ଟମ ବା ଏଟିଆରଏସ୍ ମେସିନ ସଂଖ୍ୟା ୧୩ରୁ ୧୭କୁ ବୃଦ୍ଧି କରାଯାଇଛି ।

ନିକଟରେ ଦିଲ୍ଲୀ ଇନ୍ଦିରା ଗାନ୍ଧି ଅର୍ନ୍ତଜାତୀୟ ଏୟାରପୋର୍ଟର ଟର୍ମିନାଲ୍-୩ରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା । ଘଣ୍ଟା ଘଣ୍ଟା ଧରି ଯାତ୍ରୀ ଅପେକ୍ଷା କରି ରହୁଥିଲେ ଯାତ୍ରୀ । ଏପରିକି କିଛି ଲୋକେ ଭିଡ଼ରେ ଫସିଯାଉଥିଲେ ଫଳରେ ବିମାନ ବି ମିସ୍ କରୁଥିବା ଅଭିଯୋଗ ହୋଇଥିଲା । ଏନେଇ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସବୁଠି ଅସନ୍ତୋଷ ଦେଖିବାକୁ ମିଳିଥିଲା । ଗତ ୧୨ ତାରିଖରେ ସ୍ଥିତି ପରଖିଥିଲେ ଖୋଦ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ବିମାନବନ୍ଦରକୁ ଯାଇ ସ୍ଥିତିର ସମୀକ୍ଷା କରିଥିଲେ ବେସାମରିକ ବିମାନ ଚଳାଚଳ ବିଭାଗର ଅଧିକାରୀ ଓ ବିଭିନ୍ନ ବିମାନର କତ୍ତୃପକ୍ଷଙ୍କ ସହ ବିସ୍ତୁତ ଆଲୋଚନା ବି କରିଥିଲେ । ପରେ ଭିଡ ନିୟନ୍ତ୍ରଣ ପାଇଁ କେତେକ ପଦକ୍ଷେପ ହାତକୁ ନେଇଥିଲେ ବିମାନ ବନ୍ଦର କର୍ତ୍ତୃପକ୍ଷ ।

ତେବେ କାହିଁକି ହେଉଛି ଭିଡ . . କୋଭିଡ ମହାମାରୀର ଦୀର୍ଘ ଦୁଇ ବର୍ଷ ପରେ ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ଦୁଇ ବର୍ଷ ହେଲା ବିଭିନ୍ନ କଟକଣା ଯୋଗୁ ଘରେ ଚୁପ ହୋଇ ବସିରହିଥିଲେ ପର୍ଯ୍ୟଟକ । ଏବେ ସେସବୁ କଟକଣା ହଟିଯାଇଥିବାରୁ ହଠାତ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତାସହ ଦିଲ୍ଲୀ ବିମାନ ବନ୍ଦରର କମ୍ ସଂଖ୍ୟକ କର୍ମଚାରୀ, ଅଳ୍ପ କେତେକ କାଉଣ୍ଟର, ଛୋଟ୍ ସ୍ପେଶକୁ ମଧ୍ୟ ଭିଡର କାରଣ ବୋଲି କୁହାଯାଉଛି ।