Advertisment

ରାମଙ୍କ ଅଭିନୟ କରୁ କରୁ ଡାକିନେଲେ ଭଗବାନ, ଦେଖନ୍ତୁ ଭିଡିଓ...

ଭିଡିଓରେ ଦେଖିବାକୁ ମିଳିଛି ଯେ, ୪୫ ବର୍ଷୀୟ ସୁଶୀଲ କୌଶିକ ମଞ୍ଚରେ ରାମ ଭୂମିକାରେ ଅଭିନୟ କରୁଛନ୍ତି।

ଅଦ୍ୟତନ ହୋଇଛି
Man Playing Lord Rama Dies Of Heart Attack On Stage

Ram

Advertisment

କିଏ କହୁଛି ମୁକ୍ତି ପାଇଗଲେ । କିଏ କହୁଛି ସ୍ୱର୍ଗକୁ ଗଲେ । ଆଉ କିଏ କହୁଛି ଆନନ୍ଦ ମରଣ । ଏମିତି ମରଣ ଭାଗ୍ୟରେ ଥିଲେ ମିଳେ । ୪୫ ବର୍ଷ ବୟସ୍କ ବ୍ୟକ୍ତି । ମଞ୍ଚରେ କରୁଥିଲେ ପ୍ରଭୁ ଶ୍ରୀରାମଙ୍କ ଅଭିନୟ । ତାଳିମାଡ଼ ହୋ-ହଲ୍ଲାରେ କମ୍ପୁଥିଲା ପରିବେଶ । ଅଭିନୟକୁ ଖୁବ୍‌ ଉପଭୋଗ କରୁଥିଲେ ଦର୍ଶକ । ହେଲେ ଏପଟେ ରାମଙ୍କ ଅଭିନୟ କରୁ କରୁ ଭଗବାନଙ୍କ ପାଖକୁ ଚାଲିଗଲେ ଉକ୍ତ ବ୍ୟକ୍ତି । ଆଜ୍ଞା ହଁ ଏମିତି ଏକ ଘଟଣା ଘଟିଛି ଦିଲ୍ଲୀରେ ।

Advertisment

ମଞ୍ଚସ୍ଥ ହେଉଥିଲା ରାମାୟଣ। ମଞ୍ଚ ଉପରେ ଠିଆ ହୋଇ ଡାଏଲଗ କହୁଥିଲେ 'ରାମ'। ହେଲେ ଅଧାରେ ଅଟକି ଗଲେ। ଦେଖୁ ଦେଖୁ ହଠାତ୍‌ ସେ ଟଳି ପଡିଲେ। ହାର୍ଟ ଆଟାକ୍‌ରେ ଚାଲିଗଲା ତାଙ୍କ ପ୍ରାଣ। ଦିଲ୍ଲୀର ଶାହାଦରା ଅଞ୍ଚଳର ବିଶ୍ୱକର୍ମାନଗରରେ ରାମଲୀଳା ଚାଲିଥିଲା। ଏହି ସମୟରେ ରାମ ଭୂମିକାରେ ଅଭିନୟ କରୁଥିବା ଜଣେ ଅଭିନେତା ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆଉ ସେହି ମୃତ ଅଭିନେତା ଜଣକ ହେଲେ ସୁଶୀଲ କୌଶିକ।

ଅଧିକ ପଢ଼ନ୍ତୁ: ମା’ କାଳୀଙ୍କ ଅଭିନୟ କରୁ କରୁ ସତ ସତିକା ବେକ କାଟିଦେଲା କୁନି ପୁଅ !

Advertisment

ଭିଡିଓରେ ଦେଖିବାକୁ ମିଳିଛି ଯେ, ୪୫ ବର୍ଷୀୟ ସୁଶୀଲ କୌଶିକ ମଞ୍ଚରେ ରାମ ଭୂମିକାରେ ଅଭିନୟ କରୁଛନ୍ତି। ଡାଏଲଗଗୁଡିକ ମଧ୍ୟ ସଠିକ୍ ଭାବରେ କହୁଛନ୍ତି। ଏହି ସମୟରେ ତାଙ୍କ ସହିତ ମଞ୍ଚରେ ଅନ୍ୟ କଳାକାରମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଏତିକି ବେଳେ ହଠାତ୍ ସୁଶୀଲ ନିଜ ଛାତିରେ ହାତ ରଖି ମଞ୍ଚ ପଛପଟକୁ ଯାଉଥିବାର ନଜର ଆସିଛନ୍ତି। ତା’ପରେ ଆଉ ଫେରି ନାହାନ୍ତି ।

 ପୋଲିସ ସୂଚନା ମୁତାବକ, ସୁଶୀଲଙ୍କୁ ମଞ୍ଚ ଉପରେ ହୃଦ୍‌ଘାତ ହୋଇଥିଲା। ଛାତିରେ ଯନ୍ତ୍ରଣା ହେବା ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁଶୀଲ ବିଶ୍ୱକର୍ମା ନଗରର ବାସିନ୍ଦା। ସେ ପେଶାରେ ଜଣେ ପ୍ରପର୍ଟି ଡିଲର ଥିଲେ। ସେ ଭଗବନା ରାମଙ୍କ ଜଣେ ବଡ଼ ଭକ୍ତ ମଧ୍ୟ ଥିଲେ। ଏହି ଘଟଣା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Advertisment

Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ