Advertisment

ଦଶମ ଫେଲ ପିଲାଙ୍କ ପାଇଁ ଖୁସି ଖବର; ମାଗଣାରେ ବୁଲି ପାରିବେ ହିଲ୍‌ ଷ୍ଟେସନ

ଦଶମ ଶ୍ରେଣୀରେ କୃତକାର୍ଯ୍ୟ ହୋଇ ନ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ତାମିଲନାଡୁର ଲୋକପ୍ରିୟ ହିଲ ଷ୍ଟେଶନ କୋଡଇକାନାଲ ମାଗଣାରେ ବୁଲିବାର ସୁଯୋଗ ରହିଛି।

ଅଦ୍ୟତନ ହୋଇଛି
ଦଶମ ଫେଲ ପିଲାଙ୍କ ପାଇଁ ଖୁସି ଖବର;  ମାଗଣାରେ ବୁଲି ପାରିବେ ହିଲ୍‌ ଷ୍ଟେସନ

tamilnadu Kodaikanal

Advertisment

ଚେନ୍ନାଇ: ପରୀକ୍ଷାରେ ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ତାଙ୍କର ସଫଳତା ପାଇଁ ପୁରସ୍କୃତ କରାଯାଇଥାଏ। ଏହା ସାଧାରଣ କଥା। ହେଲେ ଫେଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ! ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ବିଶେଷ କରି ଦଶମ ପରୀକ୍ଷାରେ ଫେଲ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏମିତି ଖୁସି ଖବର। ଦଶମ ଶ୍ରେଣୀରେ କୃତକାର୍ଯ୍ୟ ହୋଇ ନ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ତାମିଲନାଡୁର ଲୋକପ୍ରିୟ ହିଲ ଷ୍ଟେଶନ କୋଡଇକାନାଲ ମାଗଣାରେ ବୁଲିବାର ସୁଯୋଗ ରହିଛି।  ଅସଫଳ ଛାତ୍ରଛାତ୍ରୀଙ୍କ ମନୋବଳ ବଢାଇବା ପାଇଁ କେରଳର ସୁଦିଶ କେ ନାମକ ଜଣେ ବ୍ୟକ୍ତି ଏପରି ଅଦ୍ଭୁଦ ପଦକ୍ଷେପ ନେଇଛନ୍ତି।  ପିଲାମାନେ ନିଜ ବାପା-ମା’ଙ୍କ ସହ ଏଠାରେ ଆସି ରହିପାରିବେ। ସୁଦିଶ ସୋଶିଆଲ ମିଡିଆରେ ତାଙ୍କର ଏହି ଅଫର ଶେୟାର କରିଛନ୍ତି। 

Advertisment

ତାମିଲନାଡୁର ଏକ ଖବରକାଗଜରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ସୁଦୀଶ ନିଜ କ୍ଷମତା ଅନୁସାରେ ଏପରି ଛାତ୍ରଛାତ୍ରୀମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ଚାହାଁନ୍ତି।  ହିଲ ଷ୍ଟେଶନରେ ଛାତ୍ରଛାତ୍ରୀମାନେ ୨ ଦିନ ରହିପାରିବେ ବୋଲି  ସୁଦେଶ କହିଛନ୍ତି। ଏଥିପାଇଁ ପିଲାମାନଙ୍କୁ କେବଳ SSLC ସାର୍ଟିଫିକେଟ ଦେବାକୁ ପଡ଼ିବ । ଯେଉଁଥିରୁ ସେ ମାଟ୍ରିକ୍‌ରେ ଫେଲ ହୋଇଥିବା ଉଲ୍ଲେଖ ରହିଥିବ।
ଖବର କାଗଜ ତଥ୍ୟ ଅନୁଯାୟୀ, ସୁଦିଶ ୨୦୦୬ରୁ ନିଜ ପରିବାର ସହ ହିଲ ଷ୍ଟେଶନ କୋଡଇକନାଲରେ ରହି ଆସୁଛନ୍ତି।  

ଦଶମ ଶ୍ରେଣୀ ପରୀକ୍ଷା ଫଳ ବାହାରିବା ପରଠାରୁ ସୋଶିଆଲ ମିଡିଆରେ ଛାତ୍ରଛାତ୍ରୀଙ୍କ ସଫଳତାର ଅନେକ କାହାଣୀ ଶୁଣିବାକୁ ମିଳୁଛି। ଅନ୍ୟପକ୍ଷେ ଫେଲ ହୋଇଥିବା ପିଲାମାନଙ୍କୁ ବହିଷ୍କାର ବା ଏକ ପ୍ରକାର ଉପହାସର ସାମ୍ନା କରିବାକୁ ପଡ଼ୁଛି। ଅନେକ ସମୟରେ ବାପା-ମା’ ଫେଲ ହୋଇଥିବା ପିଲାମାନଙ୍କର ତୁଳନା ଭଲ ପଢୁଥିବା ପିଲାଙ୍କ ସହ କରିଥାନ୍ତି। ଏପରି କ୍ଷେତ୍ରରେ ଫେଲ ପିଲାମାନଙ୍କର ମାନସିକ ସ୍ଥିତି ଆହୁରି ଖରାପ ହୋଇଯାଏ। ମାନସିକ ବିଷାଦରେ ଥିବା ଏପରି  ପିଲାମାନେ ପାହାଡ, ପର୍ବତ ଘେରା ଏହି ପ୍ରାକୃତିକ ପରିବେଶରେ ରହିଲେ ହୁଏତ ଶାନ୍ତି ପାଇପାରିବେ ଏବଂ ନିଜର ଦୁଃଶ୍ଚିନ୍ତାରୁ ସାମାନ୍ୟ ମୁକ୍ତି ପାଇପାରିବେ- ଏହା ଭାବି  ସୁଦିଶ ଏମିତି ଏକ ପଦକ୍ଷେପ ନେଇଛନ୍ତି।  ଏହାଛଡ଼ା ଏମିତି ଏକ ପ୍ରୋତ୍ସାହନ ମିଳିଲେ ଏପରି ପିଲାମାନେ ଆଗକୁ ଭଲ କରି ପାରିବେ ବୋଲି ସୁଦିଶଙ୍କର ଭରସା ରହିଛି। ସୁଦିଶଙ୍କର ଏହି ଅଫର ଜୁଲାଇ ଶେଷ ପର୍ଯ୍ୟନ୍ତ ରହିବ। 
ମାଗଣା ପର୍ଯ୍ୟଟନ ଘୋଷଣା ପରେ ସୁଦିଶଙ୍କ ଫୋନ ନିୟମିତ ବାଜୁଛି। ତାଙ୍କୁ ଜଣେ ଫୋନ କରିଥିଲେ, ଯିଏ କି ଅନେକ ବର୍ଷ ତଳେ SSLC ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ନିଜ ପିତାଙ୍କ ପାଇଁ ବୁକ୍‌ କରିବା ଲାଗି ଅନୁରୋଧ କରିଥିଲେ।

Advertisment
10th Exams Class 10th Result
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ