Advertisment

ଏତେ ରାଗ ! ବିଲେଇ ମିଳିଲାନି ବୋଲି ଖାଇବାରେ ବିଷ ଦେଇ ୩୦ ପାରାକୁ ମାରିଦେଲେ

ବିଲେଇ ନମିଳିବାରୁ ପଡ଼ୋଶୀ ଚୋରି କରିଥିବା ସନ୍ଦେହରେ ଖାଇବାରେ ବିଷ ଦେଇ ୩୦ ପାରାଙ୍କୁ ମାରିଦେଲେ କ୍ରୋଧିତ ବ୍ୟକ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man Kills 30 Pigeons Suspected Of Stealing His Cat

Man Kills 30 Pigeons Suspected Of Stealing His Cat

ବିଲେଇ ପାଇଁ ଗଲା ୩୦ ପାରାଙ୍କ ଜୀବନ। ବିଲେଇ ନମିଳିବାରୁ ପଡ଼ୋଶୀ ଚୋରି କରିଥିବା ସନ୍ଦେହରେ ଖାଇବାରେ ବିଷ ଦେଇ ୩୦ ପାରାଙ୍କୁ ମାରିଦେଲେ କ୍ରୋଧିତ ବ୍ୟକ୍ତି। ଉତ୍ତରପ୍ରଦେଶର ଥାନା ସଦାର ବଜାରର ମୋହଲା ଅମାନଜାଇରେ ଏହି ଘଟଣା ଘଟିଛି।

Advertisment

ସବୁଠାରୁ ଆଶ୍ଚର୍ଯ୍ୟକର କଥା,  ରାଗରେ ସିନା ଆବିଡ୍‌ ୩୦ ପାରାଙ୍କ ଜୀବନ ନେଇଗଲେ, ପରେ ପୋଷା ବିଲେଇ ତାଙ୍କ ପାଖକୁ ଫେରିଥିଲା। ହେଲେ ପକ୍ଷୀ ପ୍ରେମୀ ୱାରିସ୍‌ ଅଲ୍ଲୀ ବର୍ଷ ବର୍ଷ ଧରି ପାଳିଥିବା ୭୮ ପାରାଙ୍କ ମଧ୍ୟରୁ ୩୦ ପାରାଙ୍କୁ ସବୁଦିନ ପାଇଁ ହରାଇଥିଲେ। 

ପୋଲିସ୍‌ ସୂଚନା ଅନୁସାରେ, ମଙ୍ଗଳବାର ଦିନ ଆବିଡଙ୍କ ବିଲେଇ ହଠାତ୍‌ ନିଖୋଜ ହୋଇଯାଇଥିଲା। ବିଲେଇକୁ ଅଲ୍ଲୀ ମାରି ଦେଇଥିବା ଭାବି ଅଲ୍ଲୀ ପାଳିଥିବା ପାରାଙ୍କୁ ମାରିବାକୁ ଆବିଡ୍‌  ଯୋଜନା କରିଥିଲେ। ଯୋଜନା ମୁତାବକ ଖାଇବାରେ ସେ ବିଷ ମିଶାଇ ଦେଇଥିଲେ। ଏହାକୁ ଖାଇ ୩୦ ପାରାଙ୍କ ଜୀବନ ଚାଲି ଯାଇଥିବା ବେଳେ ଅଧିକାଂଶ ପାରା ଅସୁସ୍ଥ ହୋଇପଡ଼ିଥିଲେ।

Advertisment

ପରେ ଆବିଡ୍‌ଙ୍କ ପୋଷା ବିଲେଇ ତାଙ୍କ ପାଖକୁ ଫେରିଥିଲା। ହେଲେ ଅକାଳରେ ୩୦ ପାରାଙ୍କ ଜୀବନ ଚାଲି ଯାଇଥିଲା। ଘଟଣାକୁ ନେଇ ପୋଲିସ୍‌ ଆବିଡ୍‌ଙ୍କ ସେମତ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହାସହ ମୃତ ପାରାଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। 

Advertisment
Advertisment