/odishatv-khabar/media/post_attachments/uploadimage/library/16_9/16_9_0/s_1683879156.jpg)
Man drinks inside police station in UP
ଟେବୁଲ୍ ଉପରେ ରଖା ଯାଇଛି ଚାଖଣା ଓ ପାଣି ବୋତଲ। ହାତରେ ମଦ ବୋତଲ ଧରି ଗ୍ଲାସ୍ରେ ମଦ ଢାଳୁଛନ୍ତି, ତା’ବି ପୁଣି ପୋଲିସ୍ ଷ୍ଟେସନ ଭିତରେ। ସବୁଠାରୁ ବଡ଼ କଥା, ସମ୍ପୃକ୍ତ ବ୍ୟକ୍ତି ଆଇଆଇସିଙ୍କ ଚେୟାରରେ ବସି ମଦ ପିଉଛନ୍ତି। ନା କାହାକୁ ଭୟ ଅଛି ନା ତାଙ୍କୁ କେହି ଅଟକାଉଛନ୍ତି। ତେବେ ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍ ପରେ ଉକ୍ତ ବ୍ୟକ୍ତି ଓ ଥାନା ଇନ୍ଚାର୍ଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଥାନା ଇନ୍ଚାର୍ଜ ସଚିନ ତ୍ୟାଗିଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରି ଜେଲ୍ ପଠାଇଛି। ଉତ୍ତରପ୍ରଦେଶର ସାହାରନପୁରରେଏହି ଘଟଣା ଘଟିଛି।
ସାହାରନପୁରରେ ଖଟା ଖେରି ପୋଲିସ୍ ଷ୍ଟେସନରେ ଏହି ଘଟଣା ଘଟିଛି। ଭାଇରାଲ୍ ଫଟୋରେ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ନାଁ ଇମ୍ରାନ। ଭାଇରାଲ୍ ଫଟୋରେ ଦେଖିବାକୁ ମିଳିଛି, ସେ ଥାନା ଇନ୍ଚାର୍ଜ ସଚିନ ତ୍ୟାଗିଙ୍କ ଚେୟାରରେ ବସି ଗ୍ଲାସ୍ରେ ମଦ ଢାଳୁଛନ୍ତି। ଟେବୁଲ୍ ଉପରେ ଚାଖଣା ଓ ପାଣି ବୋତଲ ରଖାଯାଇଛି। ମାର୍ଚ୍ଚ ମାସରେ ହୋଲି ସମୟରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ସେହି ସମୟରେ ଏହି ଫଟୋ ଉଠାଯାଇଥିଲା। ହେଲେ ଏବେ ଏହା ଭାଇରାଲ୍ ହେଉଛି।
ଅନ୍ୟପକ୍ଷେ, ଏସମ୍ପର୍କରେ ଜଣାପଡ଼ିବା ପରେ ଏସ୍ଏସ୍ପି ତାଡ଼ା ତୁରନ୍ତ ସଚିନ ତ୍ୟାଗିଙ୍କୁ ନିଲମ୍ବିତ କରିଥିଲେ। କିଛିଦନ ପୂର୍ବେ ପୋଲିସ୍ ଫଟୋରେ ଭାଇରାଲ୍ ଥିବା ବ୍ୟକ୍ତିଙ୍କୁ ଗିରଫ କରି ଜେଲ୍ ପଠାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)