• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୃତ୍ୟୁରୁ ଜୀବନର ଆରମ୍ଭ ଆଉ ଜୀବନରୁ ମୃତ୍ୟୁ । କିଏ ଜାଣେ କେଉଁ ରାତି ଜୀବନର ଶେଷ ରାତି ହେବ । ମୃତ୍ୟୁ ହିଁ ମଣିଷର ଭାଗ୍ୟ, ଭଗବାନ ଓ ଶେଷ ପରିଣତି । ମୃତ୍ୟୁ ସତରେ ଏକ ହୃତୟହୀନ ଅତିଥି । ଅତି ସନ୍ତର୍ପଣରେ କେତେବେଳେ ଯେ ଜୀବନ ଛଡ଼େଇ ନେଇଯିବ କହିହେବ ନାହିଁ । ନିକଟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି । ଜଣେ ବ୍ୟକ୍ତି ଡାକ୍ତରଙ୍କ ଅପେକ୍ଷାରେ ଥିବାବେଳେ ଖବରକାଗଜ ପଢ଼ୁ ପଢ଼ୁ ଟଳି ପଡ଼ିଛନ୍ତି । ବସି ବସି ତାଙ୍କ ଜୀବନ ଚାଲିଯାଇଛି । ଏହି ଘଟଣା କ୍ଲିନିକରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଛି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରାଜସ୍ଥାନ ବାଡମେର୍‌ ଜିଲ୍ଲାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ବାଡମେରର ଜଣେ ବ୍ୟବସାୟୀ ଡାକ୍ତଙ୍କ ପାଖକୁ ଚିକିତ୍ସା କରାଇବାକୁ ଯାଇଥିଲେ । ଆଉ ଏଥିପାଇଁ ତାଙ୍କୁ ସମସ୍ତ ରୋଗୀଙ୍କ ପରି ଅପେକ୍ଷା କରିବାକୁ ପଡ଼ିଥିଲା । ଅପେକ୍ଷା କରୁ କରୁ ପାଖରେ ଥିବା ଏକ ଖବରକାଗଜ ପଢ଼ିବାରେ ବ୍ୟସ୍ତ ଥିଲେ ବ୍ୟକ୍ତି ଜଣକ । ହେଲେ ଦୁର୍ଭାଗ୍ୟର ବିଷୟ ନିଜର ନମ୍ବର ଆସିବା ପୂର୍ବରୁ ହିଁ ସେ କ୍ଲିନିକ୍‌ ଭିତରେ ଟଳିପଡ଼ିଥିଲେ । ଏହା ଦେଖି କ୍ଲିନିକରେ ଉପସ୍ଥିତ ଲୋକମାନେ ତୁରନ୍ତ ତାଙ୍କୁ ଉଠାଇ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଥିଲେ । ହୃଦଘାତରେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ପରେ କହିଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓ ଦେଖି ତାଙ୍କ ପରିବାର ଲୋକ କାନ୍ଦି କାନ୍ଦି ଗଡ଼ିଯାଉଛନ୍ତି । ଭିଡିଓରେ କଏଦ୍‌ ହୋଇଥିବା ମୃତ୍ୟୁ ଆତ୍ମୀୟ ସ୍ୱଜନଙ୍କୁ ଭାରି କଷ୍ଟ ଦେଉଛି । ବସୁ ବସୁ ଯେ ଜଣେ ଲୋକର ଜୀବନ ଚାଲିଯାଉଛି, ଏକଥା କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

ତେବେ ଏହି ଘଟଣା ନୂଆ ନୁହେଁ । ଏପରି ହୃଦଘାତରେ ମୃତ୍ୟୁ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ନିକଟରେ ଉତ୍ତରପ୍ରଦେଶର ମେନପୂରୀର ଗଣେଶ ପଣ୍ଡାଲରେ ମଧ୍ୟ ଏପରି ଏକ ଅଘଟଣ କରୁଥିଲା , ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଜଣେ କଳାକାର ହନୁମାନ୍‌ ରୂପରେ କଳା ପରିବେଷଣ ସମୟରେ ହୃଦଘାତ ହୋଇଥିଲା । ନାଚିବା ବେଳେ ସେ ତଳେ ପଡ଼ିଯାଇଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା ।