Advertisment

ଭବାନୀପୁରରୁ ଉପନିର୍ବାଚନ ଲଢ଼ିବେ ମମତା

ମମତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ପାଇଁ ନଭେମ୍ବର ୪ ପୂର୍ବରୁ ଯେକୌଣସି ବିଧାନସଭା ଆସନରେ ନିର୍ବାଚନ ଜିତିବାକୁ ପଡ଼ିବ। ଭବାନୀପୁରରେ ସେପ୍ଟେମ୍ବର ୩୦ରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଓ ଅକ୍ଟୋବର ୩ରେ ଗଣତି ହେବ। ସେପଟେ ବିଜେପି, କଂଗ୍ରେସ ସେଠାରେ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି।

undefined

mamata

Advertisment

କୋଲକାତା: ନିଜ ପାରଂପାରିକ ସିଟ୍ ଭବାନୀପୁରରୁ ଉପନିର୍ବାଚନ ଲଢ଼ିବେ ମମତା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦକ୍ଷିଣ କୋଲକାତା ଭବାନୀପୁର ବିଧାନସଭା ଆସନରୁ ତାଙ୍କୁ ପ୍ରାର୍ଥୀ ଭାବେ ଟିଏମ୍‌ସି ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ୨୦୧୧ ଉପନିର୍ବାଚନ ଓ ୨୦୧୬ ନିର୍ବାଚନରେ ଭବାନୀପୁରରୁ ଜିତିଥିବା ମମତା, ୨୦୨୧ ନିର୍ବାଚନରେ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ନିଜ ସାଥିରୁ ଶତ୍ରୁ ପାଲଟିଥିବା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ୍ କରି ଭବାନୀପୁର ଛାଡ଼ି ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ, ସେଠାରେ ଦିଦିଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା।

Advertisment

ତେଣୁ ମମତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ପାଇଁ ନଭେମ୍ବର ୪ ପୂର୍ବରୁ ଯେକୌଣସି ବିଧାନସଭା ଆସନରେ ନିର୍ବାଚନ ଜିତିବାକୁ ପଡ଼ିବ। ଭବାନୀପୁରରେ ସେପ୍ଟେମ୍ବର ୩୦ରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଓ ଅକ୍ଟୋବର ୩ରେ ଗଣତି ହେବ। 

ସେପଟେ ବିଜେପି, କଂଗ୍ରେସ ସେଠାରେ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଆଜି ଟିଏମ୍‌ସି ପକ୍ଷରୁ ଭବାନୀପୁରରୁ ମମତା ବାନାର୍ଜୀ, ଶମଶେର୍ଗଞ୍ଜରୁ ଅମିରୁଲ୍ ଇସ୍ଲାମ୍ ଓ ଜଙ୍ଗିପୁରରୁ ଜାକିର୍ ହୁସେନ୍‌ଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। 

Advertisment
CM Mamata Banerjee West Bengal Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ