Mamata's Effort to Sideline Puri Jagannath
ଶ୍ରୀକ୍ଷେତ୍ର ପୁରୀକୁ ଗୌଣ କରିବାକୁ ମମତାଙ୍କ ଉଦ୍ୟମ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପୁରୀ ଜଗନ୍ନାଥକୁ କିଭଳି ଗୌଣ କରିବାକୁ ଉଦ୍ୟମ କରିଛନ୍ତି ତାହା ପଦାକୁ ଆସିଛି। ପୁରୀ ଜଗନ୍ନାଥ ଧାମକୁ କେବଳ ଜଗନ୍ନାଥ ମନ୍ଦିର କହିବା ସହ ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ବୋଲି କହିଛନ୍ତି ମମତା ।
ତେବେ ଧାର୍ମିକ ଭାବନା ସହ ଜଡ଼ିତ ସାଧନାର କ୍ଷେତ୍ର ଶ୍ରୀକ୍ଷେତ୍ର ପୁରୀ ଓ ଜଗନ୍ନାଥଙ୍କ ମୂଳ ପୀଠକୁ ମମତା ଏଭଳି ଗୌଣ କରିବାକୁ ଉଦ୍ୟମ କରିଛନ୍ତି । କେବଳ ସେତିକି ନୁହେଁ କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଭାବନା ସହ ଖେଳିବା ଓ ଏହାକୁ ନେଇ ରାଜନୀତି କରିବାକୁ ବି ଉଦ୍ୟମ କରିଛନ୍ତି ।
ଅଧିକ ପଢ଼ନ୍ତୁ: ଦୀଘା ଦିଅଁ ନିର୍ମାଣ ବିବାଦ, ଉତ୍ତର ନ ଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନଜବତ, ୯ ଗିରଫ
ଆଜି ଦୀଘା ମନ୍ଦିର ପ୍ରସଙ୍ଗରେ ମମତାଙ୍କୁ ସାମ୍ବାଦିକ ମାନେ ପ୍ରଶ୍ନ କରିବାରୁ ସେ କହିଛନ୍ତି ଆମେ ପୁରୀ ଜଗନ୍ନାଥ ମନ୍ଦିରକୁ ଇଜ୍ଜତ କରୁଛୁ ଓ ଜଗନ୍ନାଥ ଧାମକୁ ବି ଇଜ୍ଜତ କରୁଛୁ। ତେବେ ବିଜେପି ଯାହା କଲେ କିଛି କୁହାଯାଉନି, ଆମ ଉପରେ ଏତେ ରାଗ କାହିଁକି ବୋଲି କହିଛନ୍ତି ମମତା । ତେବେ ଦୀଘାକୁ ଜଗନ୍ନାଥ ଧାମ କହିବା ପ୍ରସଙ୍ଗକୁ ଏଡ଼ାଇ ଗଲେ ମମତା।
ଏପଟେ ଦୀଘା ଦାରୁ ଦିଅଁ ବିବାଦରେ ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ବିରୋଧରେ କଣ ହେବ ଆକ୍ସନ୍ ? ଜେରା ପରେ ଆସନ୍ତା ୭ ଦିନ ଭିତରେ କୈଫିୟତ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଉତ୍ତର ସନ୍ତୋଷଜନକ ନହେଲେ ଶ୍ରୀମନ୍ଦିର ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି। ମହାପ୍ରଭୁଙ୍କ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବିଭ୍ରାନ୍ତ କରିବା ଏବଂ ଶ୍ରୀମନ୍ଦିର ଗରିମାକୁ କ୍ଷୁର୍ଣ୍ଣ ଅଭିଯୋଗରେ ରାମକୃଷ୍ଣଙ୍କୁ କୈଫିୟତ୍ ତଲବ କରାଯାଇଛି। ୭ ଦିନ ଭିତରେ ସନ୍ତୋଷଜନକ ଉତ୍ତର ନମିଳିଲେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ ଅନୁଯାୟୀ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି। ନୋଟିସ୍ ପୂର୍ବରୁ ଗତକାଲି ରାମକୃଷ୍ଣଙ୍କ ସହ ଦଇତାପତି ନିଯୋଗ ସଭାପତି ଗଣେଶ୍ବର ଦାସ ମହାପାତ୍ରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଘଣ୍ଟାଏ 15 ମିନିଟ୍ ଧରି ମାରାଥନ୍ ଜେରା କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746431970.jpg)