Mamata Banerjee
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ନିର୍ବାଚନ ରାଲି ପାଇଁ ଜଲପାଇଗୁଡ଼ି ଯାଉଥିବାବେଳେ ତାଙ୍କ ହେଲିକପ୍ଟର ଦୁର୍ଘଟଣା ହେବାକୁ ଅଳ୍ପକେ ବର୍ତ୍ତିଯାଇଛି । ମମତାଙ୍କ ଗସ୍ତ ସମୟରେ ହଠାତ୍ ଖରାପ ପାଗ ଯୋଗୁ ଦୁର୍ଘଟଣାଗ୍ରସ୍ତ ହେବାର ଆଶଙ୍କା ରହିଥିଲା ।
ତେବେ ପାଇଲଟ୍ ପାଗକୁ ଦେଖି ସିଲିଗୁଡ଼ିର ଏୟାର ବେସରେ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରିଥିଲେ । ଫଳରେ ବଡ଼ ଦୁର୍ଘଟଣାରୁ ମମତାଙ୍କ ହେଲିକପ୍ଟର ରକ୍ଷା ପାଇଯାଇଥିଲା । ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଲିକୁ ଯିବା କାର୍ଯ୍ୟକ୍ରମକୁ ବାତିଲ କରି ସେଠାରୁ ଫେରି ଆସିଥିଲେ ।
ମିଳିଥିବା ସୂଚନା ଅନୁସାରେ, ମମତା ବାନାର୍ଜୀଙ୍କ ହେଲିକପ୍ଟର ବାଗଡୋଗ୍ରା ବିମାନବନ୍ଦରରୁ ବିମାନ ଉଡ଼ାଣ କରିଥିଲା । ତାଙ୍କର ଜାଲପାଇଗୁଡ଼ିରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା । ସେଠାରୁ ସେ ଏକ ନିର୍ବାଚନ ରାଲିରେ ଯିବାର କାର୍ଯ୍ୟକ୍ରମ ରହିଥିଲା ।
ଏହାକୁ ନେଇ ଜଣେ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ଅଧିକାରୀଙ୍କ କହିବାନୁସାରେ, ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ବାଇକୁନ୍ତପୁର ଜଙ୍ଗଲ ଉପରେ ପହଞ୍ଚିଥିଲା, ସେତେବେଳେ ପାଗ ବହୁତ ଖରାପ ହୋଇଯାଇଥିଲା । ତାହାସହ ସେହି ସମୟରେ ପ୍ରବଳ ବର୍ଷା ମଧ୍ୟ ଆରମ୍ଭ ହୋଇଥିଲା ।
ଯେଉଁଥିପାଇଁ ହେଲିକପ୍ଟର ଉଡ଼ିବା ସମ୍ଭବପର ହୋଇନଥିଲା । ଏଭଳି ପରିସ୍ଥିତିରେ ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହେବାର ଆଶଙ୍କା ଥିବାରୁ ପାଇଲଟ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟରକୁ ଜରୁରୀ ଅବତରଣ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687870981.jpg)