Advertisment

ମୋଦିଙ୍କୁ ପୁଣି ଚିଠି ଲେଖିଲେ ମମତା, ତେଜିଲା ରାଜନୀତି!! କଡା ନିଶାନା କଲା ବିଜେପି, କହିଲା...

ଦୁଷ୍କର୍ମ ଅପରାଧ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱିତୀୟ ଚିଠିକୁ ନେଇ ତେଜିଲା ରାଜନୀତି ।

ଅଦ୍ୟତନ ହୋଇଛି
Mamata Banerjee

Mamata Banerjee

Advertisment

ଦୁଷ୍କର୍ମ ଅପରାଧ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱିତୀୟ ଚିଠିକୁ ନେଇ ତେଜିଲା ରାଜନୀତି । ଦିଦିଙ୍କୁ କଡା ନିଶାନା କରିଛି ବିଜେପି । ମମତାଙ୍କୁ ମିଛେଇ କହିଛନ୍ତି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ । ମମତା କେମିତି ମିଛ କହିଛନ୍ତି ତାର ଖୁଲ୍ଲାସା ବି କରିଛନ୍ତି ।

Advertisment

ଦୁଷ୍କର୍ମ ଭଳି ଅପରାଧିକ ମାମଲାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ମମତା ବାନାର୍ଜୀ । ଗତ ୨୨ ତାରିଖରେ ବି ଚିଠି ଲେଖିଥିଲେ । ଯାହାର ଉତ୍ତର ନମିଳିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଦିଦି । କିନ୍ତୁ ୨୫ ତାରିଖରେ ତାଙ୍କ ଚିଠିର ଉତ୍ତର ଦେଇଥିଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ।

ସେଇ ଚିଠିକୁ ସଂଲଗ୍ନ କରି ମମତାଙ୍କୁ ମିଛେଇ କହିଛନ୍ତି ଅମିତ ମାଲବ୍ୟ । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଲେଖିଥିଲେ, ପଶ୍ଚିମବଙ୍ଗ ସରକାର ଦୁଷ୍କର୍ମ ଓ POCSO ମାମଲାର ବିଚାର ପାଇଁ ଗୋଟିଏ ବି ଫାଷ୍ଟଟ୍ରାକ୍ କୋର୍ଟ କରି ନାହାନ୍ତି । ତେଣୁ ଚିଠି ଲେଖା ବନ୍ଦ କରି ପ୍ରଶ୍ନର ଉତ୍ତର ତୁରନ୍ତ ଦେବାକୁ କହିଛନ୍ତି ଅମିତ ମାଲବ୍ୟ ।

Advertisment

୨୨ ତାରିଖରେ ମମତା ଲେଖିଥିଲେ, ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧ ପାଇଁ ଏକ କଠୋର କେନ୍ଦ୍ରୀୟ ଆଇନ ଅଣାଯାଉ । ବିଚାର ପ୍ରକ୍ରିୟା ୧୫ ଦିନରେ ସାରିବାକୁ ଆଇନରେ ବ୍ୟବସ୍ଥା କରାଯାଉ ବୋଲି ମମତା ଚିଠିରେ ଉଲ୍ଲେଖ କରିଥିଲେ । ସେପଟେ ବାପା ମାଆଙ୍କୁ ବିଳମ୍ବରେ ଓ ଜାଣିଶୁଣି ବିଭ୍ରାନ୍ତି କଲା ଭଳି ଖବର ଦେଇଥିଲେ କି ମେଡିକାଲ୍ କତ୍ତୃପକ୍ଷ ବୋଲି ପ୍ରଶ୍ନ ଉଠିଛି ।

ଓଟିଭି ହାତରେ ଲାଗିଛି ୯ ତାରିଖ ଦିନ ଘଟଣା ପରର EXCLUSIVE ଫୋନ୍ କଲ୍ । ଯେଉଁଠି ଆର୍‌ ଜି କର ମେଡିକାଲର ଡେପୁଟି ସୁପରିଟେଣ୍ଟଣ୍ଡ କହୁଥିବା ଜଣେ ମହିଳା ଅଧିକାରୀ, ଅଭୟାଙ୍କ ଘରକୁ ଫୋନ୍ କରିଥିଲେ । ୯ ତାରିଖ ଅର୍ଥାତ ମୃତଦେହ ମିଳିଥିବା ଦିନ ପ୍ରାୟ ୧୧ଟା ବେଳେ ଫୋନ୍ କରି ପରିବାରକୁ ଝିଅ ଅସୁସ୍ଥ ଥିବା କଥା ଜଣାଇଥିଲେ ।

Advertisment

ଥରେ ନୁହେଁ ବାରମ୍ବାର, ଅଭୟାଙ୍କ ବାପାମାଆ ନେହୁରା ହୋଇଥିଲେ । ଝିଅର କଣ ହୋଇଛି ଜାଣିବାକୁ । ଯେତେ କାକୁତି ମିନତି ହେବା ପରେ ବି କିଛି ବି ଜଣାଇନଥିଲେ କଲ୍ କରିଥିବା ସେହି ମହିଳା କର୍ମଚାରୀ । କେବଳ କହି ଚାଲିଥିଲେ ଝିଅ ଅସୁସ୍ଥ ଅଛି, ଦେହ ବହୁତ ଖରାପ ଅଛି । ଅଭୟାଙ୍କୁ କଣ ହୋଇଛି, ତା ଦେହ କେମିତି ଖରାପ ହେଲା ସେକଥା ଯେତେ ପଚାରିଲେ ବି ବାପା, ମାଆଙ୍କୁ କିଛି ଜଣାଇନଥିଲେ ।

ଏହାର କିଛି ସମୟ ପରେ ପୁଣି କଲ୍ କରି ଝିଅ ଆତ୍ମହତ୍ୟା କରିଛି ବୋଲି ବେପରୁଆ ଭାବେ ଜଣାଇଥିଲେ ସେହି ମହିଳା କର୍ମଚାରୀ ଜଣକ । ଏହି ଫୋନ୍ କଲ୍‌କୁ ନେଇ ହିଁ ପ୍ରଥମ ଦିନରୁ ପରିବାର ଲୋକେ ମେଡିକାଲ୍ କତ୍ତୃପକ୍ଷ, କୋଲକାତା ପୋଲିସର ତଦନ୍ତ ପ୍ରକ୍ରିୟା ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି କାହିଁକି ଅଭୟାଙ୍କ ପରିବାରକୁ ସତ ଜଣାଇନଥିଲା ଆର୍‌ ଜି କର ମେଡିକାଲ୍?

ମୃତଦେହକୁ ସକାଳ ୭ଟା ପୂର୍ବରୁ ଉଦ୍ଧାର ସତ୍ତ୍ୱେ ଦିନ ୧୧ଟା ଯାଏଁ କାହିଁକି ପରିବାରଲୋକଙ୍କୁ ଜଣାଯାଇନଥିଲା? ଫୋନ୍ କରି ଅସୁସ୍ଥ ଥିବା କଥା ଏତେ ବିଳମ୍ବରେ ଓ ଏତେ ବେପରୁଆ ଭାବରେ କାହିଁକି ଜଣାଇଲେ ? ଝିଅ ଆତ୍ମହତ୍ୟା କରିଥିବା କାହିଁକି କହିଲେ ? ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଆରଜି କର୍ ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଓ ଅଭିଯୁକ୍ତ ସଞ୍ଜୟ ରାୟର ନିବିଡ଼ ସମ୍ପର୍କର ଆଉ ଏକ ପ୍ରମାଣ ।

ଏକାଠି ଗୋଟିଏ ଜାଗାରେ କେକ୍ କାଟୁଥିବା ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଦିନ ଯେତିକି ଗଡୁଛି, ଅଭୟା ମାମଲାକୁ ନେଇ ସନ୍ଦେହ ସେତିକି ବଢ଼ିବାରେ ଲାଗିଛି ।

Mamata Banerjee BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ