Advertisment

ଇଡି କବ୍‌ଜାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ

ଇଡି କବ୍‌ଜାରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ। ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଲ୍ଲିକାର୍ଜୁନଙ୍କୁ ପଚରାଉଚରା କରୁଛି ଇଡି । ପୂର୍ବରୁ ଇଡି ତାଙ୍କୁ ଏହି ମାମଲାରେ ପଚରାଉଚରା କରିବା ପାଇଁ ସମନ ପଠାଇ ଆଜି ହାଜର ହେବାକୁ ଡକାଇଥିଲା। ଏହି ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ଇଡି ତାଙ୍କୁ ପଚରାଉଚରା କରୁଥିବା ଜଣାପଡିଛି।

ଅଦ୍ୟତନ ହୋଇଛି
mallikarjun kharge

mallikarjun kharge

Advertisment

ନେସନାଲ୍ ହେରଲ୍ଡ ଦୁର୍ନୀତି ମାମଲାରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାରଗେଙ୍କୁ ଜେରା । ଏନ୍ଫୋର୍ସମେମ୍ଟ ଡିରେୋରେଟ୍-ଇଡି ପକ୍ଷରୁ ଖାର୍ଗେଙ୍କୁ ଜେରା ହୋଇଛି । ନେସ୍‌ନାଲ୍ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲାରେ ତାଙ୍କୁ ଜେରା କରାଯାଇଥିବା କୁହାଯାଉଛି । ରାଜ୍ୟସଭାରେ ବିରୋଧୀ ଦଳ ନେତା, ୭୯ ବର୍ଷୀୟ ଖାର୍ଗେଙ୍କୁ ଆଜି ଜେରା ପାଇଁ ଇଡିରେ ହାଜର ହେବାକୁ ସମନ୍ ଜାରି ହୋଇଥିଲା । ଖାର୍ଗେ ଆଜି ଦିନ ପ୍ରାୟ ୧୧ଟା ବେଳେ ଭାରତୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପହଞ୍ଚିବା ପରେ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ-PMLA ଅଧିନରେ ତାଙ୍କ ବୟାନ୍ ରେକର୍ଡ କରାଯାଇଥିବା ସୂଚନା ମିଳିଛି ।

Advertisment

କଂଗ୍ରେସ ଓ ଗାନ୍ଧି ପରିବାର ସହ ସଂପୃକ୍ତ ନେସ୍‌ନାଲ୍ ହେରାଲ୍ଡ ଦୁର୍ନୀତିରେ ୟଙ୍ଗ ଇଣ୍ଡିଆନ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡରେ ଅଧିଗ୍ରହଣ ବେଳେ ଠକେଇ, ଷଡ଼ଯନ୍ତ୍ର ଓ ଅପରାଧିକ ବିଶ୍ୱାସଭଙ୍ଗ ଭଳି ମାମଲା ଚାଲିଛି। ଏହି ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଭିଯୁକ୍ତ ଅଛନ୍ତି ।

ସୂଚନା ଅନୁସାରେ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ କମ୍ପାନୀ ହିଁ ନ୍ୟାସନାଲ ହେରାଲ୍ଡ ଖବରକାଗଜ ପ୍ରକାଶ କରୁଛି। ଏହି କମ୍ପାନୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ୧୯୩୭ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏହି ଖବରକାଗଜ କଂଗ୍ରେସ ଦଳର ମୁଖପାତ୍ର ମଧ୍ୟ ଥିଲା। ୯୦ କୋଟି ଟଙ୍କାର ଋଣ ବୋଝ ହେତୁ ଏହି ଖବରକାଗଜକୁ ୨୦୦୮ରେ ବନ୍ଦ କରିବାକୁ ପଡିଥିଲା ।

Advertisment
Mallikarjun Kharge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ