Fire Breaks Out: ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୬ ଜଣ ଜୀବନ୍ତ ଦଗ୍ଧ

ଗତକାଲି ରାତି ପ୍ରାୟ ୮ଟାରୁ ୯ଟା ଭିତରେ ତ୍ରିଚି ରୋଡରେ ଥିବା ସିଟି ହସ୍ପିଟାଲରେ ହଠାତ୍ ନିଆଁ ଲାଗିଥିଲା । ତଳ ମହଲା ରିସେପ୍ସନ ଏରିଆରେ ସର୍ଟ ସର୍କିଟରୁ ନିଆଁ ଉପର ମହଲାକୁ ବ୍ୟାପିଥିଲା ।

Fire Breaks Out

ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ୬ ଜଣ ଜୀବନ୍ତ ଦଗ୍ଧ । ତାମିଲନାଡ଼ୁର ଏକ ଘରୋଇ ହସ୍ପିଟାଲରେ ଗତକାଲି ରାତିରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । କିଛି ଆହତ ହୋଇଥିବା ବେଳେ ୨୯ ଜଣଙ୍କୁ ଉଦ୍ଧାର କରି ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଡିଣ୍ଡିଗୁଲର ଏକ ଅର୍ଥୋପେଡିକ୍ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ସୂଚନା ମିଳିଛି ।

ଗତକାଲି ରାତି ପ୍ରାୟ ୮ଟାରୁ ୯ଟା ଭିତରେ ତ୍ରିଚି ରୋଡରେ ଥିବା ସିଟି ହସ୍ପିଟାଲରେ ହଠାତ୍ ନିଆଁ ଲାଗିଥିଲା । ତଳ ମହଲା ରିସେପ୍ସନ ଏରିଆରେ ସର୍ଟ ସର୍କିଟରୁ ନିଆଁ ଉପର ମହଲାକୁ ବ୍ୟାପିଥିଲା । ଚାହୁଁ ଚାହୁଁ ନିଆଁ ସହ ଧୂଆଁମୟ ହୋଇଥିଲା ପୂରା ହସ୍ପିଟାଲ । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ ଓ ଅଗ୍ନିଶମ ବାହିନୀ ।

ଦୀର୍ଘ ଦୁଇଘଣ୍ଟା ଧରି ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲେ ପ୍ରାୟ ୫୦ ଆମ୍ବୁଲାନ୍ସ । ସିଟି ହସ୍ପିଟାଲରେ ଅଧିକାଂଶ ଅର୍ଥୋପେଡିକ୍ ରୋଗୀ ଥିଲେ । ୨୯ ଜଣଙ୍କୁ ଉଦ୍ଧାର କରି ଡିଣ୍ଡିଗୁଲ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ଅଧିକ ପଢନ୍ତୁ: ଅଧୁରା ରହିଲା IPS ହେବାର ସ୍ୱପ୍ନ; ଡ୍ୟୁଟିରେ ଯୋଗ ଦେବା ପୂର୍ବରୁ ଚାଲିଗଲା ଜୀବନ

ସେହିପରି ଗତ କିଛିଦିନ ତଳେ ବାରାଣାସୀର କ୍ୟାଣ୍ଟ ରେଳ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ଏହି ଅଗ୍ନିକାଣ୍ଡରେ ପ୍ରାୟ ୨୦୦ରୁ ଅଧିକ ମୋଟରସାଇକେଲ ପୋଡି ପାଉଁଶ ହୋଇଯାଇଥିଲା । ରେଳ କର୍ମଚାରୀଙ୍କ ଗାଡି ପାର୍କିଂ ସ୍ଥାନରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିଶମ ବାହିନୀ ଏବଂ GRP-RPF ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ସୂଚନା ଅନୁସାରେ, ରେଳ ଷ୍ଟେସନରେ ପାର୍କିଂ ହୋଇଥିବା ପ୍ରାୟ ୨୦୦ରୁ ଅଧିକ ମୋଟରସାଇକେଲ ନିଆଁରେ ପୋଡି ପାଉଁଶ ହୋଇଯାଇଥିଲା । ବାରାଣାସୀର କ୍ୟାଣ୍ଟ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର -୧ GRP ପଛରେ ଥିବା ରେଳବାଇର ମୋଟରସାଇକେଲ ଷ୍ଟାଣ୍ଡରେ ହଠାତ ନିଆଁ ଲାଗିଯାଇଥିଲା । ରେଲୱେ ପୋଲିସ ଟିମ୍ ଓ ଅନ୍ୟ କିଛି ଲୋକ ମିଶି ଅନେକ ଗାଡି ବାହାରକୁ ନେଇ ଆସିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ୩୦ ନଭେମ୍ବର ରାତି ପ୍ରାୟ ସାଢେ ୧୦ଟା ବେଳେ ସର୍ଟ ସର୍କିଟ ଘଟିଥିଲା ।

ଏହାପରେ ବିଦ୍ୟୁତ କର୍ମଚାରୀମାନେ ମରାମତି କରିବାକୁ ଆସିଥିଲେ। କିଛି ଘଣ୍ଟା ପରେ ପୁଣିଥରେ ସର୍ଟ ସର୍କିଟ ଘଟିଥିଲା ​। ଏହି କାରଣରୁ, ସ୍ପାର୍କ ପେଟ୍ରୋଲ ଭର୍ତ୍ତି ମୋଟର ସାଇକେଲରେ ପହଞ୍ଚି ନିଆଁ ଲାଗିଯାଇଥିଲା । ଯଦି ଷ୍ଟେସନରେ ରେଳବାଇର ନିଜସ୍ୱ ଅଗ୍ନିଶମ ବିଭାଗ ରହିଥାନ୍ତା, ତେବେ ଏହି ଘଟଣା ହୋଇନଥାନ୍ତା ଏବଂ ବିଦ୍ୟୁତ୍ ବିଭାଗର ତ୍ରୁଟି ଥିବା ସାମ୍ନାକୁ ଆସିଛି ।

ଅଧିକ ପଢନ୍ତୁ: ତିନି ମର୍ମନ୍ତୁଦ ଦୁର୍ଘଟଣା; ୨ ମୃତ, ୯ଜଣ ଗୁରୁତର...