Advertisment

ରେଳ ସୁରକ୍ଷାରେ ଐତିହାସିକ ପଦକ୍ଷେପ; ଦେଶରେ ପ୍ରଥମଥର ପାଇଁ ଆରମ୍ଭ ହେଲା କବଚ ୪.୦

ରାଜସ୍ଥାନର ସୱାଇ ମାଧୋପୁରରୁ କୋଟ୍ଟା ଭିତରେ ୧୦୮ କିଲୋମିଟର ସେକ୍ସନରେ ଭାରତର ପ୍ରଥମ ସ୍ବଦେଶୀ ସ୍ବୟଂଚାଳିତ ଟ୍ରେନ୍ ସୁରକ୍ଷା ସିଷ୍ଟମ କବଚ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
Indian Railways Installed Kavach 4.0

Indian Railways

Advertisment

ରେଳ ସୁରକ୍ଷାରେ ଐତିହାସିକ ପଦକ୍ଷେପ। ଦେଶରେ ପ୍ରଥମଥର ପାଇଁ ଆରମ୍ଭ ହେଲା କବଚ ୪.୦। ରାଜସ୍ଥାନର ସୱାଇ ମାଧୋପୁରରୁ କୋଟ୍ଟା ଭିତରେ ୧୦୮ କିଲୋମିଟର ସେକ୍ସନରେ ଭାରତର ପ୍ରଥମ ସ୍ବଦେଶୀ ସ୍ବୟଂଚାଳିତ ଟ୍ରେନ୍ ସୁରକ୍ଷା ସିଷ୍ଟମ କବଚ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। 

Advertisment

ଗତକାଲି ଏହାର ନୀରିକ୍ଷଣ କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। କବଚ ହେଉଛି ଏଭଳି ଏକ ବ୍ୟବସ୍ଥା, ଯେଉଁଥିରେ ଟ୍ରେନକୁ କେଉଁ ସ୍ଥାନରେ କେତେ ସ୍ପିଡ୍ ରଖିହେବ ତାହା ଗୋଟିଏ ମନିଟରରେ ସ୍ପଷ୍ଟ ଭାବେ ଦେଖିହେବ। ୭ ରୁ ୮ କିଲୋମିଟର ଦୂର ଯାଏଁ ସିଗନାଲର ଆଡଭାନ୍ସ ଲୋକେସନ୍ ଜାଣିହେବ। ଫଳରେ ଟ୍ରେନର ଗତି ଉପରେ ନିୟନ୍ତ୍ରଣ କରିହେବ।

ଅଧିକ ପଢ଼ନ୍ତୁ: ରେଳ ସୁରକ୍ଷା ପାଇଁ ସାରା ଦେଶରେ ଲଗାଯିବ କବଚ ସିଷ୍ଟମ: ରେଳମନ୍ତ୍ରୀ

ଲୋକ ପାଇଲଟ୍ ବ୍ରେକ୍ ନଦେଲେ ଇଞ୍ଜିନରେ ଲାଗିଥିବା କବଚ ଅଟୋମେଟିକ୍ ବ୍ରେକ୍ ଦେଇ ସ୍ପିଡ୍ କମ୍ କରିବ। ଫଳରେ ରେଲୱେରେ ବଡ ଦୁର୍ଘଟଣାକୁ ଏଡାଇଦିଆଯାଇପାରିବ। ଆସନ୍ତା ବର୍ଷ ଭିତରେ ୧୦ ହଜାର ଇଞ୍ଜିନରେ  କବଚ ଲଗାଯିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। 

Advertisment
Indian Railways Railways
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ