Advertisment

ପୁଅ ହେଉ କି ଝିଅ ତୃତୀୟ ସନ୍ତାନ ହେଲେ ମିଳିବ ୫୦ ହଜାର ଟଙ୍କା

ମାହେଶ୍ୱରୀ ସମାଜ ପକ୍ଷରୁ କୁହାଯାଇଛି କି, ଯଦି କୌଣସି ଦମ୍ପତି ୨ରୁ ଅଧିକ ସନ୍ତାନ ଜନ୍ମଦିଅନ୍ତି ତାଙ୍କୁ ୫୦ ହଜାର ଟଙ୍କା ଫିକ୍ସଡ୍‌ ଡିପୋଜିଟ୍‌ ମିଳିବ ।

Maheswari samaj

Maheswari samaj

Advertisment

ବିଶ୍ୱରେ ବଢ଼ିବାରେ ଲାଗିଛି ଜନସଂଖ୍ୟା । ସମସ୍ତ ଦେଶକୁ ଦେଖିବାକୁ ଗଲେ ଜନସଂଖ୍ୟା ତୁଳନାରେ ସବୁଠୁ ଆଗରେ ରହିଛି ଚୀନ । ଆଉ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଭାରତ ରହିଛି । ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାରୁ ସରକାରଙ୍କ ପକ୍ଷରୁ କିଛି ନିମୟ ମଧ୍ୟ ଲାଗୁ କରାଯାଇଛି । ବିଶେଷକରି ଜନସଂଖ୍ୟାରେ ରୋକ୍‌ ଲଗାଇବାକୁ ସରକାର ଚିନ୍ତିତ ମଧ୍ୟ ରହିଛନ୍ତି ।

Advertisment

ଏମିତି କି ‘ଆମେ ଦୁଇ ଆମର ଦୁଇ’ ବୋଲି ନାରା ମଧ୍ୟ ଜାରି ରହିଛି । ହେଲେ ଏପରି ସମୟରେ ତୃତୀୟ ସନ୍ତାନରୁ ଅଧିକ ସନ୍ତାନ ଜନ୍ମ ଦେଲେ ଦମ୍ପତିଙ୍କୁ ଆର୍ଥିକ ରାଶି ମିଳିବା ନେଇ କୁହାଯାଇଛି । ଏପରି ଏକ ନିୟମ ରାଜସ୍ଥାନର ମାହେଶ୍ୱରୀ ସମାଜ ପକ୍ଷରୁ ଘୋଷଣା କରାଯାଇଛି । ଯାହା ଆପଣ ସମ୍ପୂର୍ଣ୍ଣ ଜାଣିବା ପରେ ନିଶ୍ଚୟ ଚକିତ ହୋଇଯିବେ ।

ମାହେଶ୍ୱରୀ ସମାଜ ପକ୍ଷରୁ କୁହାଯାଇଛି କି, ଯଦି କୌଣସି ଦମ୍ପତି ୨ରୁ ଅଧିକ ସନ୍ତାନ ଜନ୍ମଦିଅନ୍ତି ତାଙ୍କୁ ୫୦ ହଜାର ଟଙ୍କା ଫିକ୍ସଡ୍‌ ଡିପୋଜିଟ୍‌ ମିଳିବ । ଖାଲି ସେତିକି ନୁହେଁ, ଦିଆଯାଇଥିବା ତଥ୍ୟରେ ଦମ୍ପତିଙ୍କ ତୃତୀୟ କିମ୍ୱା ଚତୁର୍ଥ ସନ୍ତାନ ଜନ୍ମ ହେଲେ ଏହି ଟଙ୍କା ମିଳିବ ବୋଲି କୁହାଯାଇଛି ।

Advertisment

କେବଳ ଏତିକି ନୁହେଁ, ଏହି ଟଙ୍କା ଉଭୟ ପୁତ୍ର କିମ୍ୱା କନ୍ୟା ସନ୍ତାନ ହେଲେ ମିଳବ । ପୂର୍ବରୁ ମାହେଶ୍ୱରୀ ସମାଜ ପକ୍ଷରୁ ତୃତୀୟ ସନ୍ତାନ କନ୍ୟା ହେଲେ ଟଙ୍କା ମିଳିବଆ ନେଇ ଘୋଷଣା କରାଯାଇଥିଲା । ଏପରି ଏକ ପ୍ରସଙ୍ଗରେ ଅଖିଳ ଭାରତୀୟ ମାହେଶ୍ୱରୀ ସମାଜର ଅଧ୍ୟକ୍ଷ ରାମକୁମାର ଭୁତଡ଼ା ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଜନସଂଖ୍ୟା ହ୍ରାସ ହେଉଥିବାରୁ ମାହେଶ୍ୱରୀ ସମାଜ ଚିନ୍ତାରେ ରହିଛି । ତେଣୁ ଦମ୍ପତିମାନେ ତୃତୀୟ କିମ୍ୱା ଚତୁର୍ଥ ସନ୍ତାନ ଜନ୍ମ ଦେଇପାରିବେ । ଲଥିଲାଗି ୫୦ ହଜାର ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍‌ ଦିଆଯିବ ବୋଲି ସେ କହିଛନ୍ତି । ପୂର୍ବରୁ ତୃତୀୟ ସନ୍ତାନ କନ୍ୟା ହେଲେ ଏହି ଆର୍ଥିକ ରାଶି ଘୋଷଣା ହୋଇଥିଲା । ହେଲେ ବର୍ତ୍ତମାନ ଉଭୟ ପୁତ୍ର ଓ କନ୍ୟା ସନ୍ତାନ ପାଇଁ ମାହେଶ୍ୱରୀ ସମାଜ ଏହି ଘୋଷଣା କରିଛି ।

Advertisment
Children
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ