Advertisment

ଏତେ ଭଲ ପାଉଥିଲା ଯଦି ପ୍ରେମିକାକୁ କାହିଁକି ମାରିଲା? କେମିତି ଅଭିଯୁକ୍ତକୁ ଧରିଲା ପୋଲିସ୍‌?

ମହାରାଷ୍ଟ୍ରର ପାଲଘରରେ ଲିଭ-ଇନ୍ ପାର୍ଟନରକୁ ହତ୍ୟା କରି ବେଡ୍ ତଳେ ପ୍ରେମିକ ଲୁଚାଇ ରଖିଥିବା ଘଟଣା ଏବେ ସାମ୍ନାକୁ ଆସିଛି । ପ୍ରେମିକାକୁ ହତ୍ୟା କରିବା ପରେ ମୃତ ଶରୀରକୁ ଲୁଚାଇ ଖସି ଚାଲିଯିବାକୁ ଚେଷ୍ଟା କରିଥିଲା ପ୍ରେମିକ । ହେଲେ ପୋଲିସ ନଜରରୁ ସେ ଖସିପାରିନଥିଲା। ଖାଲି ଖସିନଥିଲା ତାହା ନୁହେଁ ବରଂ ଜହ୍ଲାଦ ପ୍ରେମିକକୁ ଗିରଫ କରିଛି ପୋଲିସ୍‌।

author-image
Sarbeswar
ଅଦ୍ୟତନ ହୋଇଛି
undefined

Hanging Deadbody

ଦିଲ୍ଲୀ ଶ୍ରଦ୍ଧା ମର୍ଡର କେସ୍‌ ମନରୁ ଲିଭିନଥିବା ବେଳେ ମହାରାଷ୍ଟ୍ରରୁ ପୁଣି ସାମ୍ନାକୁ ଆସିଛି ଠିକ୍‌ ଏମିତି ଏକ ଘଟଣା। ପାର୍ଟନରୁ ହତ୍ୟା କରିବା ପରେ ପ୍ରେମିକ ଜଣକ ଶବକୁ ଖଟ ତଳେ ଲୁଚାଇ ରଖିଥିବା କଥା ସାମ୍ନାକୁ ଆସିବା ପରେ ପୂରା ଦେଶରେ ବଢିଲାଣି ଚର୍ଚ୍ଚା। କେମିତି ଓ କାହିଁକି ପାର୍ଟନର ହତ୍ୟାର ଶିକାର ହେଲେ ତାହାକୁ ନେଇ ସମସ୍ତଙ୍କ ମନରେ ଉଙ୍କି ମାରୁଛି ପ୍ରଶ୍ନ।

Advertisment

ମହାରାଷ୍ଟ୍ରର ପାଲଘରରେ ଲିଭ-ଇନ୍ ପାର୍ଟନରକୁ ହତ୍ୟା କରି ବେଡ୍ ତଳେ ପ୍ରେମିକ ଲୁଚାଇ ରଖିଥିବା ଘଟଣା ଏବେ ସାମ୍ନାକୁ ଆସିଛି । ପ୍ରେମିକାକୁ ହତ୍ୟା କରିବା ପରେ ମୃତ ଶରୀରକୁ ଲୁଚାଇ ଖସି ଚାଲିଯିବାକୁ ଚେଷ୍ଟା କରିଥିଲା ପ୍ରେମିକ । ହେଲେ ପୋଲିସ ନଜରରୁ ସେ ଖସିପାରିନଥିଲା। ଖାଲି ଖସିନଥିଲା ତାହା ନୁହେଁ ବରଂ ଜହ୍ଲାଦ ପ୍ରେମିକକୁ ଗିରଫ କରିଛି ପୋଲିସ୍‌।

୩୭ବର୍ଷିୟ ମହିଳା ମେଘା ତାଙ୍କ ପ୍ରେମିକ ହାର୍ଦିକ୍ ସାହାଙ୍କ ସହ ଲିଭ୍-ଇନ ରିଲେସନ୍‌ରେ ରହୁଥିଲେ । ୩ବର୍ଷ ହେବ ରିଲେସନସିପରେ ରହୁଥିବା ବେଳେ ଗତ ୬ମାସ ହେବ ଲିଭ-ଇନରେ ରହୁଥିଲେ । ହେଲେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା। ଝଗଡା ଏତେ ଅଧିକ ବଢିଲା ଯେ ମେଘାଙ୍କୁ ହତ୍ୟା କଲା ପ୍ରେମିକ। ହତ୍ୟା କରିବା ପରେ ରହୁଥିବା ଭଡା ଘରେ ମେଘାଙ୍କ ଶବକୁ ଲୁଚାଇ ରଖିଥିଲା ହାର୍ଦ୍ଦିକ୍‌ । ବେଡରୁମରେ ପଡିଥିବା ବେଡ୍ ତଳେ ମେଘାଙ୍କ ଶବକୁ ଲୁଚାଇ ରଖିଥିଲେ ।

Advertisment

 ଏତିକିରେ ହାର୍ଦ୍ଦିକ ଚୁପ୍‌ ବସିନଥିଲା। ବରଂ ହତ୍ୟା ପରେ କେମିତି ମହାରାଷ୍ଟ୍ରରୁ ଖସିଯିବ ସେନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଏମିତିକି ଘରର ଅନେକ ସାମଗ୍ରୀ ସେ ବିକ୍ରି କରିବା ସହିତ ପୋଲିସ ହାତରୁ ଖସିବାରେ ସଫଳ ହେବ ବୋଲି ସ୍ୱପ୍ନ ଦେଖୁଥିଲା। ହେଲେ ଠିକ୍‌ ସମୟରେ ହାର୍ଦ୍ଦିକକୁ ମାଡି ବସିଲା ପୋଲିସ୍‌। ଏବେ ପୂରା ଘଟଣାର ତଦନ୍ତ କ୍ରାଇମବ୍ରାଂଚ୍‌ର ସ୍ୱତନ୍ତ୍ର ଟିମ୍‌ କରୁଥିବା ବେଳେ କାହିଁକି ମେଘାଙ୍କୁ ହାର୍ଦ୍ଦିକ ଏମିତି ବର୍ବର ଭାବରେ ମାରିଲା ସେନେଇ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ। ବ୍ୟୁରୋ ରିପୋର୍ଟ, ଓଟିଭି

Murder Case
Advertisment
Advertisment