Advertisment

୧୦ରୁ ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ

ତୃତୀୟ ଲହରରେ ଦେଶରେ କେମିତି ସୁନାମି ଭଳି ମାଡ଼ି ଚାଲିଛି, କୋଭିଡ୍‌ ଦୈନିକ ସଂକ୍ରମଣ ସ୍ପଷ୍ଟ କରିଛି।

omicron Variant

omicron Variant

Advertisment

ମୁମ୍ବାଇ: ଦେଶରେ ମହାନଗରୀରେ ମହାମାରୀର ବେକାବୁ ସ୍ଥିତି। ଆଜି ରାଜଧାନୀ ଦିଲ୍ଲୀରେ ଦୈନିକ ସଂକ୍ରମଣ ୨୦ ହଜାର ପାର କରିଛି। ଗତ ମେ ମାସ ପରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୨୦ ହଜାର ୧୮୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ଗୁରୁବାର ୧୫ ହଜାର ଏବଂ ଶୁକ୍ରବାର ୧୭ ହଜାରରୁ ଅଧିକ ଆକ୍ରାନ୍ତ ବାହରିଥିବାବେଳେ ଆଜି ବି କରୋନାର ଲମ୍ବ ଡିଆଁ ଦେଖିଛି ରାଜଧାନୀ। ପଜିଟିଭିଟି ରେଟ ମଧ୍ୟ ବୃଦ୍ଧି ପାଇ ୧୯.୬୦ରେ ପହଞ୍ଚିଛି।

Advertisment

ସେପଟେ ମୁମ୍ବାଇରେ ବି ୨୦ ହଜାର ପାର ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୨୦ ହଜାର ୩୧୮ ନୂଆ ମାମଲା ସାମ୍ନାକୁ ଆସିଛି। ସମଗ୍ର ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୪୧ ହଜାର ୪୩୪  ଜଣ ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ରରେ ଓମିକ୍ରନ ସଂଖ୍ୟା ମଧ୍ୟ ୧ ହଜାର ପାର କରିଛି। ସଂକ୍ରମଣ ବୃଦ୍ଧି ପରେ ଆସନ୍ତା ୧୦ ତାରିଖରୁ ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଜାରି ହେବ ବୋଲି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର। ଏଥିସହ ଜିମ୍ ଓ ସେଲୁନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ତୃତୀୟ ଲହରରେ ଦେଶରେ କେମିତି ସୁନାମି ଭଳି ମାଡ଼ି ଚାଲିଛି, କୋଭିଡ୍‌ ଦୈନିକ ସଂକ୍ରମଣ ସ୍ପଷ୍ଟ କରିଛି। ଆଜିର ତଥ୍ୟ, ଗତ ୨୪ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୪୧ ହଜାର ୯୮୬ ନୂଆ କରୋନା ଆକ୍ରାନ୍ତ ଯାହାକି ଗଲାକାଲି ଅପେକ୍ଷା ଆଉ ୨୪ ହଜାର ଅଧିକ। ଏଥିସହ ଦୈନିକ ପଜିଟିଭିଟି ହାର ବି ୯.୨୮ ପ୍ରତିଶତକୁ ବଢ଼ିଛି। ଆକ୍ଟିଭ୍ କେସ୍ ୫ ଲକ୍ଷ ମୁହାଁ ହେଲାଣି।

Advertisment

ଓଡ଼ିଶାରେ ବି ଦୈନିକ କୋଭିଡ୍ ସଂକ୍ରମଣରେ ଲାଗିଛି ନିଆଁ। ଆଜି ବାହାରିଥିବା ୩୬୭୯ ନୂଆ ସଂକ୍ରମିତଙ୍କ ମଧ୍ୟରୁ ରେଡ୍ ଜୋନ୍‌ରେ ଥିବା ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି ସର୍ବାଧିକ ୧୨୨୩। ସେହିପରି ୟେଲୋ ଜୋନ୍‌ରେ ଥିବା ସୁନ୍ଦରଗଡ଼ ଜିଲ୍ଲାରୁ ବାହାରିଛନ୍ତି ୫୮୨ ନୂଆ ରୋଗୀ।

Omicron Variant Covid 3rd Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ