Advertisment

ବାପ୍‌ରେ ବାପ୍‌ ! ଟମାଟୋ ବିକି ଏତେ ଲାଭ...ଜାଣିଲେ ଆପଣ ତାଜୁବ୍ ହେବେ...

ଏପରି ସ୍ଥିତିରେ ଗ୍ରାହକ ସିନା କାନ୍ଦୁଛି ହେଲେ ବେପାରୀ କିନ୍ତୁ ମାଲେମାଲ। ଟମାଟୋ ବିକି ଶହେ କି ହଜାରେ ନୁହେଁ, ଏକାଥରକେ ଦେଢ଼ କୋଟି ଟଙ୍କା ରୋଜଗାର କରିଛନ୍ତି ଜଣେ ଚାଷୀ ।

ଅଦ୍ୟତନ ହୋଇଛି
Tomato Price Hike

Tomato Price Hike

Advertisment

ବର୍ତ୍ତମାନ ଟମାଟୋ ଦର ଆକାଶ ଛୁଆଁ। ଶହେ ଉପରେ କେଜି। ଯେଉଁଠି ଗ୍ରାହକମାନେ କିଲେ ଲେଖାଏଁ ଟମାଟୋ କିଣନ୍ତି, ଆଜି ସେଠି ହାତଗଣତି ତଥା ଦୁଇ ଶହ, ଅଢେଇ ଶହ ଗ୍ରାମ୍‌ରେ ମନ ବୁଝେଇବାକୁ ପଡୁଛି । କିନ୍ତୁ ଏପରି ସ୍ଥିତିରେ ଗ୍ରାହକ ସିନା କାନ୍ଦୁଛି ହେଲେ ବେପାରୀ କିନ୍ତୁ ମାଲେମାଲ। ଟମାଟୋ ବିକି ଶହେ କି ହଜାରେ ନୁହେଁ, ଏକାଥରକେ ଦେଢ଼ କୋଟି ଟଙ୍କା ରୋଜଗାର କରିଛନ୍ତି ଜଣେ ଚାଷୀ ।

Advertisment

ବର୍ତ୍ତମାନ ଓଡ଼ିଶା, କର୍ଣ୍ଣାଟକ, ମହାରାଷ୍ଟ୍ର ସମେତ ଦେଶର ଅନେକ ସ୍ଥାନରେ ଟମାଟୋ ଦର ଉଚ୍ଚା ରହିଛି। ତେବେ ପ୍ରତିକୂଳ ପାଣିପାଗ ଓ କମ୍‌ ଉତ୍ପାଦନ ଯୋଗୁଁ ଟମାଟୋ ଯୋଗାଣ ବ୍ୟାପକ ପ୍ରଭାବିତ ହୋଇଛି। ଏହାରି ଭିତରେ ମହାରାଷ୍ଟ୍ର ପୁଣେର ଜଣେ ଟମାଟୋ ଚାଷୀ ମାଲେମାଲ ହୋଇଛନ୍ତି । ଏହି ଚାଷୀ ଜଣକ ହେଉଛନ୍ତି ତୁକାରାମ ଭାଗୋଜି ଗାୟକର । ତୁକାରାମ ଓ ତାଙ୍କ ପରିବାର ୧୩ କ୍ରେଟ୍‌ସ ଟମାଟୋ ବିକି ମାତ୍ର ଗୋଟିଏ ମାସରେ ଦେଢ଼ କୋଟି ଟଙ୍କା ରୋଜଗାର କରିଛନ୍ତି ।

ତୁକାରାମଙ୍କ ପାଖରେ ୧୮ ଏକର ଚାଷ ଜମି ରହିଛି । ସେଥିରୁ ୧୨ ଏକର ଜମିରେ ସେ ଟମାଟୋ ଚାଷ କରନ୍ତି । ଏଥିରେ ତାଙ୍କୁ ତାଙ୍କର ପୁଅ ଇଶ୍ୱର ଏବଂ ନାତୁଣୀ ସୋନାଲି ସହଯୋଗ କରନ୍ତି । ତୁକାରାମଙ୍କ ପରିବାର ଲୋକ କହିଛନ୍ତି ଯେ, ସେ ଉନ୍ନତ କିସମର ଟମୋଟୋ ଉତ୍ପାଦନ କରନ୍ତି । ତାଙ୍କୁ ଫର୍ଟିଲାଇଜର ଏବଂ ପେଷ୍ଟିସାଇଡ୍‌ସର ଭଲ ଅଭିଜ୍ଞତା ରହିଛି । ତେଣୁ ସେମାନେ ନିଶ୍ଚିତ ଯେ ତାଙ୍କ ଟମାଟୋ ଭଲ ରହିବ ଏବଂ ଏଥିରେ ପୋକ ଲାଗିବ ନାହିଁ ।

Advertisment

ସାଧାରଣତଃ ଚାଷୀମାନେ ନାରାୟଣଗଞ୍ଜରେ ଦିନକୁ ଗୋଟିଏ କ୍ରେଟ୍ ଟମାଟୋ ବିକି ୨୧ଶହ ଟଙ୍କା ରୋଜଗାର କରିଥାନ୍ତି । କିନ୍ତୁ ଗତ ଶୁକ୍ରବାର ତୁକାରାମ ୯୦୦ କ୍ରେଟ୍‌ ଟମାଟୋ ବିକି ଦିନକରେ ୧୮ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ।

ଗତମାସରେ ସେ ଟମାଟୋ କ୍ରେଟ୍‌ ପିଛା ୨୪୦୦ ଟଙ୍କା ବିକ୍ରି କରିଛନ୍ତି । ଟମାଟୋର କିଶମ ଅନୁଯାୟୀ ଦର ଉପର ତଳ କରି ମଧ୍ୟ ସେ ବିକ୍ରି କରିଛନ୍ତି । ତୁକାରାମଙ୍କ ବ୍ୟତୀତ ପୁଣେର ଅନେକ ଚାଷୀ ଏବେ ଟମାଟୋ ଚାଷ କରି ବିକ୍ରି କରୁଛନ୍ତି । ଆଉ ମାଲେମାଲ ହେଉଛନ୍ତି ।

Advertisment

ଏହି ଟମାଟୋ ଚାଷୀମାନଙ୍କର ଏକ ସଂଗଠନ ରହିଛି । ସେହି ସଂଗଠନର କହିବାନୁଯାୟୀ, ସେମାନେ ମାସକୁ ଏବେ ୮୦ କୋଟି ଟଙ୍କାର ଟମାଟୋ ବିକ୍ରି କରୁଛନ୍ତି । ଖାଲି ସେତିକି ନୁହେଁ ୧୦୦ ଜଣ ମହିଳାଙ୍କୁ ମଧ୍ୟ ଏଥିରେ ନିଯୁକ୍ତି ମିଳିଛି ।

ତୁକାରାମଙ୍କ ନାତୁଣୀ ସୋନାଲି, ଗଛ ଲଗାଇବା, ଅମଳ କରିବା ଏବଂ ପ୍ୟାକିଂ କରିବାର ଦାୟିତ୍ୱ ବହନ କରୁଥିବା ବେଳେ ପୁଅ ଇଶ୍ୱର ମ୍ୟାନେଜମେଣ୍ଟ ଓ ବିକ୍ରିବଟା ଦାୟିତ୍ୱ ବହନ କରୁଛନ୍ତି ।

Vegetable Price Hike Tomato Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ