Advertisment

ଗାଦି ରହିବ ତ ? ରାତାରାତି ସରକାରୀ ବାସଭବନ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ

୩୪ ବିଦ୍ରୋହୀ ବିଧାୟକଙ୍କ ଏକନାଥ ସିନ୍ଧେଙ୍କ ସମର୍ଥନ ଜଣାଇବା ପରେ ଗାଦି ଯିବା ନିଶ୍ଚିତ ଜାଣି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରୀ ବାସଭବନ ଛାଡ଼ିଛନ୍ତି।

ଅଦ୍ୟତନ ହୋଇଛି
Uddhav Thackeray Vacates Chief Minister's House

Uddhav Thackeray Vacates Chief Minister's House

Advertisment

ମହାରାଷ୍ଟ୍ର ରାଜନୀତିରେ ବଡ଼ ହଇଚଇ ସୃଷ୍ଟି ହୋଇଛି। ୩୪ ବିଦ୍ରୋହୀ ବିଧାୟକଙ୍କ ଏକନାଥ ସିନ୍ଧେଙ୍କ ସମର୍ଥନ ଜଣାଇବା ପରେ ଗାଦି ଯିବା ନିଶ୍ଚିତ ଜାଣି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରୀ ବାସଭବନ ଛାଡ଼ିଛନ୍ତି। ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରୀ ବାସଭବନରୁ ସମସ୍ତ ଜିନିଷପତ୍ର ତାଙ୍କ ନିଜ ବାସଭବନ ମାତ୍ରୋଶ୍ରୀକୁ ସ୍ଥାନାନ୍ତର କରିଛନ୍ତି।

Advertisment

ଅନ୍ୟପକ୍ଷେ, ଏକନାଥଙ୍କୁ ନେତା ଭାବେ ନିର୍ବାଚିତ କରି ତାଙ୍କୁ ସମର୍ଥନ କରୁଥିବା ୩୪ ବିଦ୍ରୋହୀ ବିଧାୟକ ପ୍ରସ୍ତାବ ପାରିତ କରିଛନ୍ତି। ବିଧାୟକଙ୍କ ମଧ୍ୟରେ ୪ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି।  ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ୩୪ ଶିବସେନା ବିଧାୟକ ବିଦ୍ରୋହ ଘୋଷଣା ପରେ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ପଦରୁ ପ୍ରାୟ ଇସ୍ତଫା ଦେବା ଏକପ୍ରକାର ନିଶ୍ଚିତ ହୋଇଛି।

ସେପଟେ ମହାରାଷ୍ଟ୍ରରେ ୫୩ ବିଧାୟକ ସଂଖ୍ୟା ରଖିଥିବା ଏନସିପି ମୁଖ୍ୟ ଶରଦ ପାଓ୍ୱାର, ଉଦ୍ଧବ ଠାକରେଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଆଜି ଏନସିପି ବିଧାୟକ ଦଳ ବୈଠକ ଡାକିଛି। ତେଣେ କୌଣସି ଶିବସେନା ବିଧାୟକ ସେମାନଙ୍କ ସମ୍ପର୍କରେ ନାହାନ୍ତି ଏବଂ ଏକନାଥ ସିନ୍ଧେଙ୍କ ସହ କୌଣସି ଆଲୋଚନା ହୋଇନି ବୋଲି ବିଜେପି କହିଛି। ସରକାର ଗଠନ ପାଇଁ ଦଳ ଦାବି ବି କରିିନି। ସାଂପ୍ରତିକ ଘଟଣା ଶିବସେନାର ଆଭ୍ୟନ୍ତରୀଣ ବ୍ୟପାର ବୋଲି ବିଜେପି କହିଛି।  

Advertisment
Shiv Sena Udhav Thackrey Eknath Shinde Maharashtra Political Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ