Advertisment

Kumbha Mela: ମହାକୁମ୍ଭ ମେଳାରେ ଅଘଟଣ; ସଙ୍ଗମ ସ୍ଥଳରେ ବୁଡ଼ିଲା ଡଙ୍ଗା

୪୫ ଦିନ ଧରି ଚାଲିଥିବା ପ୍ରୟାଗରାଜ ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁ ଭିଡ଼ ଜମୁଛି। ଗତକାଲି କିଛି ଶ୍ରଦ୍ଧାଳୁ ଡଙ୍ଗାରେ ସ୍ନାନ କରିବା ପାଇଁ ସଙ୍ଗମ ସ୍ଥଳକୁ ଯାଉଥିଲେ। ଏହି ସମୟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଅଦ୍ୟତନ ହୋଇଛି
Mahakumbh

Mahakumbh

Advertisment

ପ୍ରୟାଗରାଜ ମହାକୁମ୍ଭ ମେଳାରେ ଘଟିଛି ଅଘଟଣ। ସଙ୍ଗମ ଘାଟରେ ଏକ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ୧୦ ଶ୍ରଦ୍ଧାଳୁ । ଏନଡିଆରଏଫ୍‌ ଟିମ ତୁରନ୍ତ ପହଞ୍ଚି ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିଥିଲେ।

Advertisment

୪୫ ଦିନ ଧରି ଚାଲିଥିବା ପ୍ରୟାଗରାଜ ମହାକୁମ୍ଭରେ ମେଳାରେ ଶ୍ରଦ୍ଧାଳୁ ଭିଡ଼ ଜମୁଛି। ଗତକାଲି କିଛି ଶ୍ରଦ୍ଧାଳୁ ଡଙ୍ଗାରେ ସ୍ନାନ କରିବା ପାଇଁ ସଙ୍ଗମ ସ୍ଥଳକୁ ଯାଉଥିଲେ। ଏହି ସମୟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଡଙ୍ଗାଟି ଓଲଟି ପଡ଼ିବାରୁ ଶ୍ରଦ୍ଧାଳୁମାନେ ଜୋରରେ ଆମକୁ ରକ୍ଷା କର, ଆମକୁ ରକ୍ଷା କର ବୋଲି ଚିତ୍କାର କରିଥିଲେ। ସେଠାରେ ଉପସ୍ଥିତ ଥିବା ଏନଡିଆରଏଫ୍‌ ଟିମ ତୁରନ୍ତ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିଥିଲେ। ଏତେ ବଡ଼ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନଥିଲା। ସମସ୍ତ ଶ୍ରଦ୍ଧାଳୁ ସୁରକ୍ଷିତ ଥିଲେ।

Advertisment

ସୂଚନାଯୋଗ୍ୟ, ପ୍ରୟାଗରାଜରେ ଚାଲିଛି ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା। ବିଶ୍ୱାସ, ଭକ୍ତି ଏବଂ ସଂସ୍କୃତିର ପବିତ୍ର ମିଳନରେ ଅଗଣିତ ଲୋକ ଏଠି ଏକତ୍ରିତ ହୋଇଛନ୍ତି। ତ୍ରିବେଣୀ ସଂଗମରେ ଲକ୍ଷାଧିକ ସାଧୁ ସନ୍ଥ ଡେରା ପକାଇଛନ୍ତି।

ମହାକୁମ୍ଭ ମେଳା ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ। ଏଥର ଏହି ଧାର୍ମିକ ଉତ୍ସବରେ ପ୍ରାୟ ୪୦କୋଟି ଭକ୍ତ ଯୋଗଦେବା ନେଇ ଆକଳନ କରାଯାଉଛି। ଏହି ସମୟରେ, ଅନେକ ଦେଶର ପ୍ରତିନିଧି, ନେତା ଏବଂ ରାଷ୍ଟ୍ରଦୂତମାନେ ମଧ୍ୟ ଏହି ମହାନ କାର୍ଯ୍ୟକ୍ରମରେ ସାମିଲ ହେବେ।

Advertisment

ଅଧିକ ପଢ଼ନ୍ତୁ:  ଭାବବିହ୍ୱଳ ହେଲେ ମମତା କୁଲକର୍ଣ୍ଣି; ମହାକୁମ୍ଭ ମେଳାରେ ବଦଳିଗଲା ନାଁ

Kumbh Mela Kumbh Mela Pilgrims Prayagraj Mahakumbh 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ