ବଜାରରେ ମିଳୁଛି ମ୍ୟାଜିକ୍‌ ଚାଉଳ; ମାତ୍ର ୩୦ ମିନିଟ୍‌ରେ ଥଣ୍ଡା ପାଣିରେ ହେବ ଭାତ !

ବଜାରରେ ଉପଲବ୍ଧ ହେଲାଣି ମ୍ୟାଜିକ୍‌ ଚାଉଳ । ଆପଣ ଚାଉଳକୁ ନେଇ ଅନେକ କଥା ଜାଣିଥିବେ । ବିଭିନ୍ନ ପ୍ରକାର ଚାଉଳରୁ ପ୍ରସ୍ତୁତ ହେଉଥିବା ଭାତ ମଧ୍ୟ ଖାଉଥିବେ ।

ବଜାରରେ ମ୍ୟାଜିକ୍‌ ଚାଉଳ

ବର୍ତ୍ତମାନ ସମୟରେ ବଜାରରେ ଅନେକ ପ୍ରକାରର ଚାଉଳ ଉପଲବ୍ଧ ହେଲାଣି । ନିଜର ରୁଚିକୁ ଦୃଷ୍ଟିରେ ରଖି ଲୋକମାନେ ଚାଉଳ କିଣିଥା’ନ୍ତି । ସାଧାରଣତଃ ପ୍ରାୟ ସମସ୍ତେ ଜାଣନ୍ତି ଭାତ ପ୍ରସ୍ତୁତ କରିବାକୁ ହେଲେ ଗରମ ପାଣିର ଆବଶ୍ୟକ ପଡ଼ିଥାଏ । ଖାଲି ସେତିକି ନୁହେଁ ପାଖାପାଖି ଏକ ଘଣ୍ଟା ଧରି ରୋଷେଇ କରିବା ପରେ ଚାଉଳରୁ ଭାତ ହୋଇଥାଏ ।

ହେଲେ ଏବେ ଥଣ୍ଡା ପାଣିରେ ବି ଭାତ ହେବବୋଲି କୁହାଯାଉଛି । କାରଣରେ ବଜାରରେ ଉପଲବ୍ଧ ହେଲାଣି ମ୍ୟାଜିକ୍‌ ଚାଉଳ । ଆପଣ ଚାଉଳକୁ ନେଇ ଅନେକ କଥା ଜାଣିଥିବେ । ବିଭିନ୍ନ ପ୍ରକାର ଚାଉଳରୁ ପ୍ରସ୍ତୁତ ହେଉଥିବା ଭାତ ମଧ୍ୟ ଖାଉଥିବେ । ହେଲେ ଥଣ୍ଡା ପାଣିରେ ତିଆରି ହେଉଥିବା ଭାତ ନା କେବେ ଖାଇଥିବେ ନା କେବେ ଜାଣିଥିବେ । ତେବେ ଜାଣିନିଅନ୍ତୁ ଏ ବିଷୟରେ...

ସୂଚନା ମୁତାବକ ଏହି ମ୍ୟାଜିକ୍‌ ଚାଉଳର ନାଁ ‘କୋମଲ’ । ଏହା ଥଣ୍ଡା ପାଣିରେ ଭାତ ହୋଇଥାଏ ବୋଲି କୁହାଯାଉଛି । ‘କୋମଲ’ ଚାଉଳକୁ ବ୍ରହ୍ମପୁତ୍ର ନଦୀ ନିକଟସ୍ଥ ମାଜଲୀ ଦ୍ୱୀପରୁ ଆଣାଯାଇଥିବା କୁହାଯାଉଛି । ତାହାଛଡ଼ା ଏହାକୁ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତି ଦ୍ୱାରା ପ୍ରସ୍ତୁତ କରାଯାଇଥାଏ । ଏହି ଚାଉଳରେ ପୋଷକ ତତ୍ତ୍ୱ ଭରପୂର ପରିମାଣରେ ରହିଥିବାରୁ ବଜାରରେ ଏହାର ଚାହିଦା ମଧ୍ୟ ଢେର ରହିଥିବା ଦେଖିବାକୁ ମିଳିଥାଏ ।

କୁହାଯାଉଛି କି, କୋମଲ ଚାଉଳକୁ ରୋଷେଇ କରିବାକୁ ହେଲେ କୌଣସି ଚୁଲା ବା ନିଆଁର ଆବଶ୍ୟକ ପଡ଼େନାହିଁ । କେବଳ ୩୦ ମିନିଟ୍‌ ଏହି ଚାଉଳକୁ ଥଣ୍ଡାପାଣିରେ ପକାଇଦେବା ଦ୍ୱାରା ଏହା ଆପେ ଆପେ ଭାତରେ ପରିଣତ ହୋଇଯାଇଥାଏ । ବଜାରରେ ଏହା କିଲୋ ପ୍ରତି ୬୦ରୁ ୮୦ ଟଙ୍କାରେ ବିକ୍ରି କରାଯାଇଥାଏ । ଯାହାକି ସ୍ୱାଦରେ ବହୁତ ଭଲ ବୋଲି କୁହାଯାଉଛି ।