Advertisment

'ପାକିସ୍ତାନ୍ ଜିନ୍ଦାବାଦ୍' ନାରା ଦେଇ ୪ ଗିରଫ

ACP ସତ୍ୟେନ୍ଦ୍ର କୁମାର ଶୁକ୍ଳ କହିବାନୁସାରେ ୪ଜଣକୁ ଗିରଫ ହେବା ସହ ୬ଜଣକୁ ଖୁବ ଶୀଘ୍ର ପୋଲିସ୍ ଗିରଫ କରାଯିବ ଏବଂ ସେମାନଙ୍କ ବିରୋଧରେ ଦେଶଦ୍ରୋହର ମାମଲା ରୁଜୁ ହୋଇଛି। ଏହି ଘଟଣାର କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିହଂ କହିଛନ୍ତି।

ଅଦ୍ୟତନ ହୋଇଛି
'ପାକିସ୍ତାନ୍ ଜିନ୍ଦାବାଦ୍' ନାରା ଦେଇ ୪ ଗିରଫ

pakistan zindabad slogans on muharram Ustav, 4 arrested

Advertisment

ଉଜ୍ଜୟିନୀ: ମହରମ୍ ଅବସରରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଦେଶ ବିରୋଧି ନାରା ଦେଇ ୪ ଗିରଫ। ଏହି ମାମଲାରେ ୧୦ଜଣ ଚିହ୍ନଟ ହୋଇଥିବା ବେଳେ ୪ଜଣଙ୍କୁ ପୋଲିସ ଗିରଫ କରିଛି। କରୋନା ମହାମାରୀ ପାଇଁ ପ୍ରଶାସନ ସମସ୍ତ ଶୋଭାଯାତ୍ରା ଉପରେ ନିଷେଧ ଲଗାଇଥିବା ବେଳେ କିଛି ବ୍ୟକ୍ତି ଏହି କଟକଣା ଉଠାଇବାକୁ ଦାବି କରିଥିଲେ। ପ୍ରଶାସନ ତରଫରୁ ଅନୁମତି ନ ମିଳିବାରୁ କିଛି ବ୍ୟକ୍ତି ‘ପାକିସ୍ତାନ୍ ଜିନ୍ଦାବାଦ୍’ର ନାରା ଦେଇଥିଲେ। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସକୁ ସିସିଟିଭି ଫୁଟେଜରୁ ଚିହ୍ନଟ କରିଛି। ସେଠାରେ ଉପସ୍ଥିତ ଥିବା କେତେକ ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ପୋଲିସକୁ ସୂଚନା ଦେଇଛନ୍ତି।

Advertisment

ACP ସତ୍ୟେନ୍ଦ୍ର କୁମାର ଶୁକ୍ଳଙ୍କ କହିବାନୁସାରେ ୪ଜଣକୁ ଗିରଫ କରାଯାଇଛି। ଅନ୍ୟ ୬ ଜଣଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ। ସେମାନଙ୍କ ବିରୋଧରେ ଦେଶଦ୍ରୋହର ମାମଲା ରୁଜୁ ହୋଇଛି। ଏହି ଘଟଣାର କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ କହିଛନ୍ତି।

ଗତ ଜାନୁଆରୀରେ ନୂଆଦିଲ୍ଲୀର ଖାନ ମାର୍କେଟ ସ୍ଥିତ ପିଏସ୍ ତୁଗଲକ ରୋଡ ନିକଟ ମେଟ୍ରୋ ଷ୍ଟେସନ ବାହାରେ କିଛି ଦୁବୃର୍ତ୍ତ ‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇଥିଲେ। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହ ତଦନ୍ତ ଅଧିକାରୀ ମଧ୍ୟ ପହଞ୍ଚି ଯାଂଚ ଆରମ୍ଭ କରିଥିଲେ । ଏହି ଘଟଣାରେ ପୁଲିସ ୩ ଯୁବକ ଏବଂ ୩ ଯୁବତୀଙ୍କୁ ଅଟକ ରଖିଥିଲା। ସେହିପରି ଗତ ବର୍ଷ ଏଆଇଏମଆଇଏମ ମୁଖ୍ୟ ତଥା ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ସାମ୍ନାରେ ଜଣେ ମହିଳା ପାକିସ୍ତାନ ଜିନ୍ଦାବାଦ ନାରା ଦେବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

Advertisment
India News Madhya Pradesh Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ