Advertisment

Madhya Pradesh Viral Video: ପାଖରେ ନଥିଲା ଟଙ୍କା...ଟ୍ରେନ୍ ବଗି ତଳେ ଝୁଲି ଝୁଲି ଗଲେ ୨୯୦ କିଲୋମିଟର

ପାଖରେ ଟଙ୍କା ନଥିଲେ ବି ମାଗଣା ଯିବାକୁ ଯୁବକ ଜଣକ ଯେଉଁ ଉପାୟ ଚିନ୍ତା କଲେ, ସେକଥା ଶୁଣିଲେ ଆପଣଙ୍କ ଦେହ ଥରି ଉଠିବ। ଟ୍ରେନ୍‌ର ବଗି ତଳେ ଲୁଚି ସେ ଆରମ୍ଭ କଲେ ତାଙ୍କ ଯାତ୍ରା। ଏମିତି ଝୁଲି ଝୁଲି ସେ ଯାତ୍ରା କଲେ ମଧ୍ୟପ୍ରଦେଶର ଇଟାରିସରୁ ଜବଲପୁର। ଟ୍ରେନ୍‌ର ବିକଟାଳ ଶବ୍ଦକୁ ତାଙ୍କର ଟିକିଏ ବି ଖାତିର ନଥିଲା। ସାମାନ୍ୟ ଅସାବଧାନତା ଯେକୌଣସି ସମୟରେ ଜୀବନ ନେଇପାରେ।

ଅଦ୍ୟତନ ହୋଇଛି
ଟ୍ରେନ୍ ବଗି ତଳେ ଯାତ୍ରା କଲେ ୨୯୦ କିଲୋମିଟର

ଟ୍ରେନ୍ ବଗି ତଳେ ଯାତ୍ରା କଲେ ୨୯୦ କିଲୋମିଟର

Advertisment

ବିନା ଟିକେଟରେ ଟ୍ରେନ୍‌ରେ ଯାତ୍ରା କରିବା କଥା କିଛି ନୂଆ ନୁହେଁ। ଏମିତି ଘଟଣା ଆମେ ଅନେକ ସମୟରେ ଦେଖିଚେ। ଏକଥା ବି ଦେଖିଚେ ଟିକେଟ୍ ଚେକ୍ ବେଳେ କେତେବେଳେ କିଏ ଟିଟିଆଇ ହାବୁଡ଼ରୁ ମୁକୁଳିବାକୁ ଏ ସିଟ୍‌ରୁ ସେ ସିଟ୍ ବୁଲିବା କିମ୍ବା ବାଥ୍‌ରୁମ୍ ଭିତରେ ପଶିଯିବା।

Advertisment

କିନ୍ତୁ ଏବେ ଏମିତି ଏକ ଘଟଣା ଘଟିଛି ଯାହା ଦେଖିଲେ ଆପଣଙ୍କ ମୁଣ୍ଡ ଘୂରିଯିବ। ଜଣେ ଯୁବକ ବାହାରିଲେ ଟ୍ରେନ୍‌ରେ ଯାତ୍ରା କରିବାକୁ। କିନ୍ତୁ ପାଖରେ ଟଙ୍କା ନାହିଁ। ଯେମିତି ହେଲେ ତ ଯିବାକୁ ପଡ଼ିବ। ପୁଣି ୫/୧୦ କିଲୋମିଟରର ରାସ୍ତା ନୁହେଁ, ଯିବାକୁ ପଡ଼ିବ ୨୯୦ କିଲୋମିଟର ଦୂର। ମଧ୍ୟପ୍ରଦେଶର ଇଟାରିସ୍‌ରୁ ଜବଲପୁର ଯାଏଁ ତାଙ୍କର ଯିବାର ଥାଏ।

ଅଧିକ ପଢ଼ନ୍ତୁ: Viral Video: ଅନ୍ତୋଦୟ ଏକ୍ସପ୍ରେସରେ ବନ୍ଦ ଥିଲା ଗେଟ୍‌, ରାଗିଯାଇ ଯାତ୍ରୀ କଲେ ଭଙ୍ଗାରୁଜା...ଭାଇରାଲ ହେଲା ଭିଡିଓ

Advertisment

ପାଖରେ ଟଙ୍କା ନଥିଲେ ବି ମାଗଣା ଯିବାକୁ ଯୁବକ ଜଣକ ଯେଉଁ ଉପାୟ ଚିନ୍ତା କଲେ, ସେକଥା ଶୁଣିଲେ ଆପଣଙ୍କ ଦେହ ଥରି ଉଠିବ। ଟ୍ରେନ୍‌ର ବଗି ତଳେ ଲୁଚି ସେ ଆରମ୍ଭ କଲେ ତାଙ୍କ ଯାତ୍ରା। ଏମିତି ଝୁଲି ଝୁଲି ସେ ଯାତ୍ରା କଲେ ମଧ୍ୟପ୍ରଦେଶର ଇଟାରିସରୁ ଜବଲପୁର। ଟ୍ରେନ୍‌ର ବିକଟାଳ ଶବ୍ଦକୁ ତାଙ୍କର ଟିକିଏ ବି ଖାତିର ନଥିଲା। ସାମାନ୍ୟ ଅସାବଧାନତା ଯେକୌଣସି ସମୟରେ ଜୀବନ ନେଇପାରେ।

କିନ୍ତୁ ପାଖରେ କିଛି ଉପାୟ ନଥିଲା। ଟଙ୍କା ନାହିଁ, କିନ୍ତୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ପଡ଼ିବ। ଏଇକଥା ଭାବି ଭାବି ଛାତିକୁ ପଥର କରି ସିଏ ପହଞ୍ଚିଗଲେ ଜବଲପୁର। ଷ୍ଟେସନରେ ଟ୍ରେନ୍ ପହଞ୍ଚିବା ପରେ ସବୁ କଥା ପଦାକୁ ଆସିଲା। ଟ୍ରେନ୍‌ କର୍ମଚାରୀମାନେ ବଗି ତନଖି କରିବା ବେଳେ ବଗି ତଳେ କେହି ଝୁଲୁଥିବାର ଦେଖିବାକୁ ପାଇଥିଲେ। ପରେ ପରେ ବିଭାଗୀୟ ଅଧିକାରୀଙ୍କୁ ଖବର ଯିବା ପରେ ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ନିଆଯାଇଥିଲା।

Advertisment

Indian Railways Madhya Pradesh Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ