Advertisment

Semiconductor Chip:ଆଉ ୪ ସେମିକଣ୍ଡକ୍ଟର ୟୁନିଟକୁ ଗ୍ରୀନ ସିଗନାଲ, ବର୍ଷ ଶେଷ ସୁଦ୍ଧା ମେଡ୍ ଇନ୍ ଇଣ୍ଡିଆ ସେମିକଣ୍ଡକ୍ଟର ଚିପ୍

ପରମାଣୁ ଶକ୍ତି କ୍ଷେତ୍ରରେ ବିକାଶ କରାଯାଉଛି । ସ୍ପେଶ କ୍ଷେତ୍ରରେ ବି ଆତ୍ମନିର୍ଭର ହେବାକୁ ଯାଉଛି ଭାରତ । ନିଜ ସାମର୍ଥ୍ୟରେ ଚାଲିଛି ଗଗନଯାନ ଅଭିଯାନ ।

Semiconductor Chip

Semiconductor Chip

Advertisment

ଆତ୍ମନିର୍ଭର ଭାରତ ପାଇଁ ପିଏମ୍ ମୋଦିଙ୍କ ଆହ୍ବାନ । ବିକଶିତ ଭାରତର ଆଧାର ହେଉଛି ଆତ୍ମନିର୍ଭର ଭାରତ । ଆତ୍ମନିର୍ଭର ଭାରତ ଯୋଗୁ ଅପରେସନ ସିନ୍ଦୂର ସଫଳ ହେଲା ବୋଲି ଲାଲକିଲ୍ଲାରୁ କହିଛନ୍ତି ପିଏମ ।

Advertisment

ଏହା ସହ ମିଶନ ମୋଡରେ ସେମିକଣ୍ଡକ୍ଟର କାମ ଚାଲିଥିବା ସେ ସୂଚନା ଦେଇଛନ୍ତି । ଆଉ ୪ ସେମିକଣ୍ଡକ୍ଟର ୟୁନିଟକୁ ଗ୍ରୀନ ସିଗନାଲ ମିଳିଥିବା ଲାଲକିଲ୍ଲା ପ୍ରାଚୀରରୁ କହିଛନ୍ତି ପିଏମ ମୋଦି । ବର୍ଷ ଶେଷ ସୁଦ୍ଧା ମେଡ୍ ଇନ୍ ଇଣ୍ଡିଆ ସେମିକଣ୍ଡକ୍ଟର ଚିପ୍ ଆସିବ ।

Advertisment

ପରମାଣୁ ଶକ୍ତି କ୍ଷେତ୍ରରେ ବିକାଶ କରାଯାଉଛି । ସ୍ପେଶ କ୍ଷେତ୍ରରେ ବି ଆତ୍ମନିର୍ଭର ହେବାକୁ ଯାଉଛି ଭାରତ । ନିଜ ସାମର୍ଥ୍ୟରେ ଚାଲିଛି ଗଗନଯାନ ଅଭିଯାନ ।

Advertisment

ଫାଇଟର ଜେଟ୍ ଇଂଜିନ୍ ମେଡ୍ ଇନ୍ ଇଣ୍ଡିଆ କରିବା ଉପରେ ଫୋକସ କରିଛନ୍ତି ପିଏମ । ଏହାସହ EV ପାଇଁ ବ୍ୟାଟେରୀ ମେଡ୍ ଇନ୍ ଇଣ୍ଡିଆ ହେବ । ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ମେଡ୍ ଇନ୍ ଇଣ୍ଡିଆ କରିବାକୁ ମୋଦି ଆହ୍ବାନ ଦେଇଛନ୍ତି ।

ସ୍ବଦେଶୀ ସାମଗ୍ରୀ କିଣିବାକୁ ମଧ୍ୟ ସମସ୍ତଙ୍କ ଆହ୍ବାନ ଦେଇଛନ୍ତି । ସ୍ବଦେଶୀ ବ୍ୟବହାର କଲେ ଚାହୁଁ ଚାହୁଁ ଦେଶ ବଦଳିଯିବ । ଦେଶ ତୃତୀୟ ବଡ଼ ଅର୍ଥନୀତି ହେବାକୁ ଯାଉଛି । 

Narendra Modi RedFort
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ