Advertisment

ଲେଫ୍ଟନାଣ୍ଟ ଜେନେରାଲ ମନୋଜ କଟିୟାରଙ୍କୁ ନୂଆ ନିଯୁକ୍ତି

ଗତକାଲି ନୂଆ ସ୍ଥଳ ସେନା ମୁଖ୍ୟ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ଲେଫ୍ଟନେଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ପରବର୍ତ୍ତୀ ସ୍ଥଳ ସେନା ମୁଖ୍ୟ ।

ଅଦ୍ୟତନ ହୋଇଛି
Manoj Katiyar

Manoj Katiyar

Advertisment

ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାରଙ୍କୁ ମିଳିଲା ନୂଆ ନିଯୁକ୍ତି । ମିଲିଟାରୀ ଅପରେସନର ପରବର୍ତ୍ତୀ ଡାଇରେକ୍ଟର ଜେନେରାଲ ହେଲେ ମନୋଜ କଟିୟାର । ଆସନ୍ତା ମେ’ ୧ ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ ମନୋଜ କୁମାର କଟିୟାର ।

Advertisment

ଅନ୍ୟପଟେ ଗତକାଲି ନୂଆ ସ୍ଥଳ ସେନା ମୁଖ୍ୟ ନିଯୁକ୍ତ କରିଚନ୍ତି କେନ୍ଦ୍ର ସରକାର । ଲେଫ୍ଟନେଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ପରବର୍ତ୍ତୀ ସ୍ଥଳ ସେନା ମୁଖ୍ୟ । ପ୍ରଥମ ଇଞ୍ଜିନିୟର ଭାବେ ସ୍ଥଳସେନା ମୁଖ୍ୟ ହେବେ ମନୋଜ ପାଣ୍ଡେ ଦାୟିତ୍ୱ ଗ୍ରହଣ କରିବେ । ଜେନେରାଲ ମନୋଜ ମୁକୁନ୍ଦ ନରଭାଣେଙ୍କ ଠାରୁ ଦାୟିତ୍ୱ ନେବେ ମନୋଜ ପାଣ୍ଡେ ।

Advertisment

ତେବେ ଡିସେମ୍ବର ୩୧ ତାରିଖ ୨୦୧୯ ମସିହାରେ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ । ସେନାର ୨୮ତମ ମୁଖ୍ୟ ଭାବେ ସେ ବିଦାୟୀ ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ।

Indian Army Manoj Katiyar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ