ପୁଣି ବଢ଼ିଲା LPG ଦର, ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି

ଦିଲ୍ଲୀରେ ଆଜିଠୁ LPG ସିଲିଣ୍ଡର ଦର ୧୦୫୩ ଟଙ୍କା । ୫ କେଜି LPG ସିଲିଣ୍ଡର ଦର ୧୮ ଟଙ୍କା ବଢ଼ିଲା

LPG Price Hiked Again

ପୁଣି ବଢିଲା ଗ୍ୟାସ ଦର । ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର । ୧୪.୨ କେଜି ଘରୋଇ LPG ସିଲିଣ୍ଡର ଦର ୫୦ ଟଙ୍କା ବଢ଼ିଲା । ଏଥିସହ ଦିଲ୍ଲୀରେ ଆଜିଠୁ ଏଲ୍‌ପିଜି ସିଲିଣ୍ଡର ଦର ୧୦୫୩ ଟଙ୍କାରେ ପହଞ୍ଚିଛି । ୫ କେଜି ଏଲ୍‌ପିଜି ସିଲିଣ୍ଡର ଦର ୧୮ ଟଙ୍କା ବଢ଼ିଛି । ହେଲେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୮ ଟଙ୍କା ୫୦ ପଇସା କମିଛି ।

ତେବେ ଜୁଲାଇ ୧ ତାରିଖରେ ମଧ୍ୟ କମିଥିଲା କମର୍ସିଆଲ୍‌ LPG ଗ୍ୟାସ୍‌ ସିଲିଣ୍ଡର ଦାମ୍‌ । ଗତ ମାସରେ ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ କମ୍‌ କରିଥିବା ବେଳେ ଚଳିତ ମାସ ଆରମ୍ଭରୁ ପୁଣି ଏହି ଦାମ୍‌ ହ୍ରାସ ପାଇଥିଲା ।