Advertisment

ଦେଶର ସର୍ବବୃହତ୍ତ ଭୋଟର ପରିବାର; ଭୋଟ୍ ଦେବେ ୩୫୦ସଦସ୍ୟ

ରନ୍ ବାହାଦୂରଙ୍କର ପରିବାରରେ ମୋଟ ୧୨୦୦ରୁ ଅଧିକ ସଦସ୍ୟ ରହିଛନ୍ତି । ତାଙ୍କ ପୂର୍ବଜଙ୍କର ପ୍ରାୟ ୩୦୦ ପରିବାର ସୋନୀତପୁର ସଂସଦୀୟ ନିର୍ବାଚନମଣ୍ଡଳୀର ଫୁଲୋଗୁରୀ ନେପାଳୀ ପାମ ଅଞ୍ଚଳରେ ବାସ କରନ୍ତି।

ଅଦ୍ୟତନ ହୋଇଛି
A Family Has Nearly 350 Voters

A Family Has Nearly 350 Voters

Advertisment

ସାରା ଦେଶରେ ଚାଲିଛି ନିର୍ବାଚନୀ ହାୱା। ନିର୍ବାଚନକୁ ନେଇ ସବୁଠି ଜୋରଦାର ଆଲୋଚନା । ଭୋଟ ହାତେଇବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଚାଲିଛି କସରତ । ଗୋଟିଏ ଗୋଟିଏ ଭୋଟର ମୂଲ୍ୟ ଅନେକ। ଏହାରି ଭିତରେ ସବୁ ରାଜନୈତିକ ଦଳର ନଜର ରହିଛି ଗୋଟିଏ ପରିବାର ଉପରେ । ଆସାମ ନିର୍ବାଚନରେ ଗୋଟିଏ ପରିବାରର ସମସ୍ତ ଭୋଟ୍ ହାତେଇବା ପାଇଁ ସବୁଦଳ ପ୍ରୟାସ କରୁଛନ୍ତି। କାରଣ ସୋନିତପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ରହୁଥିବା ଗୋଟିଏ ପରିବାରରୁ ଆସିବ ୩୫୦ ଖଣ୍ଡ ଭୋଟ୍ ।

Advertisment

ସୋନିତପୁରର ଫୁଲଗୋରୀ ନେପାଳୀ ପାମରେ ରହନ୍ତି ଦିବଂଗତ ରନ୍ ବାହାଦୂର ଥାପ୍ପାଙ୍କ ପରିବାର । ରନ୍ ବାହାଦୂରଙ୍କର ୧୨ ପୁଅ ୯ ଝିଅ ଅଛନ୍ତି। ରନ ବାହାଦୂର ପାଞ୍ଚ ଜଣ ମହିଳାଙ୍କୁ ବିବାହ କରିଥିଲେ। ଏହି ପରିବାରର ସଦସ୍ୟଙ୍କ ସଂଖ୍ୟା ୧୨୦୦ । ସେଥିରୁ ୧୫୦ରୁ ଅଧିକ ନାତି ରହିଛନ୍ତି । ତେବେ ମତଦାନ ପାଇଁ ୩୫୦ ଜଣ ସଦସ୍ୟ ଯୋଗ୍ୟତା ହାସଲ କରିଛନ୍ତି । ଏହି ନିର୍ବାଚନ ମଣ୍ଡଳିରେ ଆସନ୍ତା ୧୯ ତାରିଖରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବା।

ରନ୍ ବାହାଦୂରଙ୍କର ପରିବାରରେ ମୋଟ ୧୨୦୦ରୁ ଅଧିକ ସଦସ୍ୟ ରହିଛନ୍ତି । ତାଙ୍କ ପୂର୍ବଜଙ୍କର ପ୍ରାୟ ୩୦୦ ପରିବାର ସୋନୀତପୁର ସଂସଦୀୟ ନିର୍ବାଚନମଣ୍ଡଳୀର ଫୁଲୋଗୁରୀ ନେପାଳୀ ପାମ ଅଞ୍ଚଳରେ ବାସ କରନ୍ତି। ରନ୍ ବାହାଦୂରଙ୍କର ମଧ୍ୟ ୧୫୦ରୁ ଅଧିକ ନାତି-ନାତୁଣୀ ଅଛନ୍ତି । ନେପାଳୀ ପାମ୍ ଗାଁର ମୁଖ୍ୟ ତଥା ସ୍ୱର୍ଗତ ରନ୍ ବାହାଦୂରଙ୍କ ପୁଅ ତିଲ ବାହାଦୂର ଥାପ୍ପା କହିଛନ୍ତି ଯେ, ତାଙ୍କ ପରିବାରରେ ପ୍ରାୟ ୩୫୦ ଲୋକ ଅଛନ୍ତି ଯେଉଁମାନେ ଭୋଟ୍ ଦେବାକୁ ଯୋଗ୍ୟ ବିବେଚିତ ଅଟନ୍ତି।

Advertisment

ତିଲ୍ ବାହାଦୂରଙ୍କ କହିବା କଥା ବାପା ୧୯୬୪ରେ ଜେଜେବାପାଙ୍କ ସହ ଏଠାରେ ରହିଯାଇଥିଲେ । ପରେ ୧୯୯୭ରେ ରନ୍ ବାହାଦୂରଙ୍କ ପରଲୋକ ହୋଇଯାଇଥିଲା । ଏ ବିଷୟରେ ଯଦିଓ ସମସ୍ତଙ୍କୁ ଜଣା ତଥାପି ସବୁ ସୁବିଧା ସୁଯୋଗରୁ ବଞ୍ଚିତ ପରିବାର । ଏପର୍ଯ୍ୟନ୍ତ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନାର ସୁବିଧାରୁ ଏହି ପରିବାର ବଞ୍ଚିତ । ପିଲାମାନେ ଉଚ୍ଚଶିକ୍ଷିତ, କିନ୍ତୁ ସରକାରୀ ଚାକିରୀ ଖଣ୍ଡିଏ ଏଯାଏ ମିଳିପାରିନି ।

ବାଧ୍ୟହୋଇ ପରିବାର ଅଧିକାଂଶ ଲୋକ ବେଙ୍ଗାଲୁରୁରେ କାମ କରୁଥିବା ବେଳେ ଆଉ କିଛି ଘରୋଇ କମ୍ପାନୀରେ କାର୍ଯ୍ୟରତ । ତେବେ ପରିବାରର ମୋଟ ସଦସ୍ୟ ୧୨୦୦ ରୁ ଅଧିକ ହେବେ ବୋଲି ତିଲ୍ ବାହାଦୂର ଥାପ୍ପା କହିଛନ୍ତି । ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ସୋନିତପୁର ଲୋକସଭା ଆସନରେ ଅଛନ୍ତି ୧୬.୨୫ ଲକ୍ଷରୁ ଅଧିକ ଭୋଟର । ଆସାମରେ ୧୪ଟି ଲୋକସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ ।

Advertisment
Voters List General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ