Advertisment

କର୍ପୂରୀଙ୍କ ପରେ ଆଡଭାନୀ...ଜାଣନ୍ତୁ କେଉଁମାନେ ପାଇଛନ୍ତି ‘ଭାରତ ରତ୍ନ’

ମରଣୋତ୍ତର ଭାବେ ଏହି ସମ୍ମାନ ଦିଆ ନ ଯିବାକୁ ସ୍ଥିର କରାଯାଇଥିଲେ ହେଁ ପରେ ଏଥିରେ ସଂଶୋଧନ କରାଯାଇ ମରଣୋତ୍ତର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଅଦ୍ୟତନ ହୋଇଛି
Bharat Ratna Award Winners

Bharat Ratna Award Winners

Advertisment

ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାନୀଙ୍କୁ ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭାରତ ରତ୍ନ'। ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିକଟରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ 'ଭାରତ ରତ୍ନ' ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏହି ଘୋଷଣାର କିଛି ଦିନ ପରେ ନୀତୀଶ କୁମାର ବିହାରରେ ବିଜେପି ସହିତ ମିଶି ସରକାର ଗଠନ କରିଥିଲେ। ଲାଲ କୃଷ୍ଣ ଆଡଭାନୀ ଭାରତୀୟ ରାଜନୀତିର ଜଣେ ପ୍ରମୁଖ ନେତା । ରାମ ମନ୍ଦିର ନିର୍ମାଣରେ ତାଙ୍କର ମଧ୍ୟ ଏକ ପ୍ରମୁଖ ଭୂମିକା ରହିଛି । ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ହେଉଛି ଭାରତରତ୍ନ । ୧୯୫୪ରୁ ପ୍ରଦାନ କରାଯାଉଛି ଏହି ସମ୍ମାନ। ତେବେ ଆଜିଯାଏ କେତେ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ଆସନ୍ତୁ ଜାଣିବା।

Advertisment

ଜାଣନ୍ତୁ କେଉଁମାନଙ୍କୁ ପ୍ରଦାନ କରାଯାଇଛି ଭାରତ ରତ୍ନ-

୧୯୫୪ରେ ପ୍ରଥମ ଥର ପାଇଁ ୩ଜଣଙ୍କୁ ମିଳିଥିଲା ଭାରତରତ୍ନ। ଏଯାଏ ମୋଟ ୫୦ଜଣଙ୍କୁ ଏଥିରେ ସମ୍ମାନିତ କରାଯାଇଛି।

୧୯୫୪- ସର୍ବପଲ୍ଲୀ ରାଧାକୃଷ୍ଣନ, ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ସି. ଭି. ରମଣ

୧୯୫୫-ଜବାହରଲାଲ ନେହେରୁ, ଭଗବାନ ଦାସ, ମୋକ୍ଷଗୁଣ୍ଡମ୍‌ ବିଶ୍ୱେଶ୍ୱରାୟା

୧୯୫୭-ଗୋବିନ୍ଦ ବଲ୍ଲଭ ପନ୍ଥ

୧୯୫୮- ଧଣ୍ଡୋ କେଶବ କାର୍ଭେ

୧୯୬୧- ବିଧାନ ଚନ୍ଦ୍ର ରାୟ, ପୁରୁଷୋତ୍ତମଦାସ ଟଣ୍ଡନ

୧୯୬୨- ଡ.ରାଜେନ୍ଦ୍ର ପ୍ରସାଦ

୧୯୬୩- ଜାକିର ହୁସେନ, ପାଣ୍ଡୁରଙ୍ଗ ବାମନ କାଣେ

୧୯୬୬- ଲାଲ ବାହାଦୁର ଶାସ୍ତ୍ରୀ

୧୯୭୧-ଇନ୍ଦିରା ଗାନ୍ଧୀ

୧୯୭୫-ଭି. ଭି. ଗିରି

୧୯୭୬- କେ କାମରାଜ

୧୯୮୦-ମଦର ଟେରେସା

୧୯୮୩- ବିନୋବା ଭାବେ

୧୯୮୭- ଖାନ ଅବଦୁଲ ଗଫର ଖାନ

୧୯୮୮- ଏମ. ଜି. ରାମଚନ୍ଦ୍ରନ

୧୯୯୨-ମୌଲାନା ଅବୁଲ କଲାମ ଆଜାଦ, ଜେ. ଆର. ଡି. ଟାଟା, ସତ୍ୟଜିତ ରାୟ

୧୯୯୭-ଏ.ପି.ଜେ. ଅବଦୁଲ କଲାମ, ଗୁଲଜାରୀଲାଲ ନନ୍ଦା, ଅରୁଣା ଆସଫ ଅଲ୍ଲୀ

୧୯୯୮- ଏମ. ଏସ. ସୁବୁଲକ୍ଷ୍ମୀ, ଚିଦାମ୍ବରମ ସୁବ୍ରମଣ୍ୟମ

୧୯୯୯- ଜୟପ୍ରକାଶ ନାରାୟଣ, ପଣ୍ଡିତ ରବି ଶଙ୍କର, ଗୋପୀନାଥ ବର୍ଦ୍ଦୋଳି, ଅମର୍ତ୍ତ୍ୟ ସେନ

Advertisment

୨୦୦୧-ଲତା ମଙ୍ଗେସକର, ଉସ୍ତାଦ ବିସ୍‌ମିଲ୍ଲା ଖାଁ

୨୦୦୮- ଭିମସେନ ଯୋଶୀ

୨୦୧୪-ସିଏନଆର ରାଓ, ସଚିନ ତେନ୍ଦୁଲକର

୨୦୧୫-ଅଟଳ ବିହାରୀ ବାଜପେୟୀ, ମଦନ ମୋହନ ମାଲବ୍ୟ

୨୦୧୯-ପ୍ରଣବ ମୁଖାର୍ଜୀ, ଭୂପେନ ହଜାରିକା, ନାନାଜି ଦେଶମୁଖ

୨୦୨୪- କର୍ପୂରୀ ଠାକୁର, ଲାଲକୃଷ୍ଣ ଆଡଭାନୀ

ଭାରତ ରତ୍ନର ଡିଜାଇନ-

୩୫ମିଲିମିଟର ବ୍ୟାସ ବିଶିଷ୍ଟ ପତ୍ରଆକୃତି ସ୍ୱର୍ଣ୍ଣପଦକଟିର ଗୋଟିଏ ପାଖ ଓସ୍ତପତ୍ରରେ ଅଙ୍କିତ ସୂର୍ଯ୍ୟଚିତ୍ର ଓ ତା’ତଳକୁ ସଂସ୍କୃତରେ ଭାରତରତ୍ନ ଲେଖାଯାଇଥାଏ। ଅନ୍ୟ ପାଖଟିରେ ଭାରତର ଜାତୀୟ ପ୍ରତୀକ ଶୋଭା ପାଇଥାଏ । ୫୧ ମିଲିମିଟର ଓସାର ବିଶିଷ୍ଟ ଧଳାଫିତାରେ ଏହାକୁ ମନୋନୀତ ବ୍ୟକ୍ତିଙ୍କ ବେକରେ ଝୁଲାଇ ସମ୍ମାନିତ କରାଯାଏ । ଆରମ୍ଭ ହେବା ସମୟରେ ମରଣୋତ୍ତର ଭାବେ ଏହାକୁ ଦିଆ ନ ଯିବାକୁ ସ୍ଥିର କରାଯାଇଥିଲେ ହେଁ ପରେ ଏଥିରେ ସଂଶୋଧନ କରାଯାଇ ମରଣୋତ୍ତର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।

PM Modi Bharat Ratna Lal Krishna Advani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ