Advertisment

ଏଣିକି ବିନା ପିନ୍‌ରେ କରିପାରିବେ ଟଙ୍କା କାରବାର; ଜାଣନ୍ତୁ ଏହି ସୁଯୋଗ ଦେଉଛି କେଉଁ ବ୍ୟାଙ୍କ

ବର୍ତ୍ତମାନ ବିନା ପିନ୍‌ରେ ଟଙ୍କା ନେଣଦେଣକୁ ନେଇ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । କିଛି ବ୍ୟଙ୍କ ପକ୍ଷରୁ ଏହି ବ୍ୟବସ୍ଥା କରାଯାଉଥିବା କୁହାଯାଉଛି ।

ଅଦ୍ୟତନ ହୋଇଛି
UPI payment

UPI payment

Advertisment

ଡିଜିଟାଲ କ୍ଷେତ୍ରରେ ଭାରତ ଧୀରେ ଧୀରେ ଆଗକୁ ବଢ଼ିବାରେ ଲାଗିଛି । ସବୁଠି ସବୁ ସମୟରେ UPI ବ୍ୟବହାର ଦିନକୁ ଦିନ ବଢ଼ୁଛି । କୌଣସି ଜିନିଷ କିଣିବାକୁ ହେଲେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଫୋନ୍‌ ପେ’, ପେଟିଏମ୍‌, ଗୁଗଲ ପେ’ ଭଳି ଅନେକ ଡିଜିଟାଲ ପେମେଣ୍ଟ୍‌ ଆପ୍‌ ଦ୍ୱାରା ଟଙ୍କା ପ୍ରଦାନ କରିଥା’ନ୍ତି ।

Advertisment

ଯେ କୌଣସି ବ୍ୟକ୍ତିଙ୍କୁ ଟଙ୍କା ଦେବାକୁ ହେଲେ ପ୍ରଥମେ ଡିଜିଟାଲ ପେମେଣ୍ଟ ଆପ୍‌ ଖୋଲିବା ସହ ଟଙ୍କା ଟ୍ରାଞ୍ଜାକ୍ସନ କରିବା ପୂର୍ବରୁ ପିନ୍‌ ଦେବାକୁ ପଡ଼ିଥାଏ । ପିନ୍‌ ଦେବାପରେ ନିଜର ଆକାଉଣ୍ଟରୁ ଟଙ୍କା କଟିଥାଏ । ଆଉ ବ୍ୟକ୍ତି ଜଣଙ୍କ ଆକାଣ୍ଟକୁ ଟଙ୍କା ଚାଲିଯାଇଥାଏ ।

ହେଲେ ବର୍ତ୍ତମାନ ବିନା ପିନ୍‌ରେ ଟଙ୍କା ନେଣଦେଣକୁ ନେଇ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । କିଛି ବ୍ୟଙ୍କ ପକ୍ଷରୁ ଏହି ବ୍ୟବସ୍ଥା କରାଯାଉଥିବା କୁହାଯାଉଛି । ଆଗକୁ ବିନା ପିନ୍‌ରେ ଟଙ୍କା ନେଣଦେଣ କରାଯିବା ନେଇ କିଛି ବ୍ୟାଙ୍କ ବ୍ୟବସ୍ଥା କରୁଛନ୍ତି । Paytm UPI LITE ଦ୍ୱାରା ଏହା ସୁରକ୍ଷିତ ବୋଲି କୁହାଯାଇଛି ।

Advertisment

ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ...

କାନାରା ବ୍ୟାଙ୍କ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ

HDFC ବ୍ୟାଙ୍କ

ଇଣ୍ଡିଆନ୍ ବ୍ୟାଙ୍କ

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ

ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ

ଉତ୍କଳ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ

ଏହି ବ୍ୟାଙ୍କ ଗୁଡ଼ିକ Paytm UPI LITE ବ୍ୟବହାର କରୁଛନ୍ତି । ଯାହାକି ଅତ୍ୟାଧୁନିକ UPI LITE ଟେକ୍ନୋଲଜି ଦ୍ୱାରା ବ୍ୟବହାର କରାଯାଉଛି । ୩-ସ୍ତରୀୟ ବ୍ୟାଙ୍କ ଗ୍ରେଡ୍‌ ସୁରକ୍ଷା ପ୍ରଦାନ ମଧ୍ୟ କରୁଛନ୍ତି ।

Bank UPI Payment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ