Advertisment

ତେଜସ୍ ମାର୍କ-1A, ବେଙ୍ଗଲୁରୁ ଆକାଶରେ ୧୮ ମିନିଟ୍ ଧରି ଦେଖାଇଲା କମାଲ୍

ହାଲ୍ ନିର୍ମିତ ସ୍ୱଦେଶୀ ଫାଇଟର ଜେଟ୍ LCA ତେଜସ୍ ମାର୍କ-1A । ରହିଛି ଅତ୍ୟାଧୁନିକ ରାଡାର୍, ଜାମର୍ ଓ ମିଜାଇଲ୍ ।

Tejas Mark A1

Tejas Mark A1

Advertisment

ହାଲୁକା ଲଢ଼ୁଆ ବିମାନ ତେଜସ୍ ମାର୍କ ୱାନ୍-ଏର ପ୍ରଥମ ଉଡ଼ାଣ ସଫଳ । ବେଙ୍ଗଲୁରୁ ଆକାଶରେ ୧୮ ମିନିଟ୍ ଧରି କମାଲ୍ ଦେଖାଇଲା ହାଲ୍ ନିର୍ମିତ ଏହି ଅତ୍ୟାଧୁନିକ ସ୍ୱଦେଶୀ ଫାଇଟର ଜେଟ୍ । ବେଙ୍ଗଲୁରୁ ଏୟାରବେସରୁ ଏହା ପ୍ରଥମ ଉଡ଼ାଣ ଭରିଥିବା ବେଳେ, ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତର ଦମ୍ଭ ଆହୁରି ବଢ଼ିଛି। ଏହାକୁ ହାଲ୍‌ର ଚିଫ୍ ଟେଷ୍ଟ ପାଇଲଟ ଗ୍ରୁପ୍ କ୍ୟାପଟେନ କେକେ ବେଣୁଗୋପାଳ ଉଡ଼ାଇଥିଲେ ।

Advertisment

ଏହି LCA ଫାଇଟର ଜେଟ୍ ତେଜସ୍ ମାର୍କ-ୱାନ୍ ଏୟାରକ୍ରାଫ୍ଟର ଅତ୍ୟାଧୁନିକ ଭର୍ସନ । ଏଥିରେ ଡିଜିଟାଲ୍ ରାଡାର୍ ୱାର୍ଣ୍ଣିଂ ରିସିଭର, ଉଚ୍ଚ କ୍ଷମତା ବିଶିଷ୍ଟ ଆଇସା ରାଡାର୍, ଆଧୁନିକ ବିୟଣ୍ଡ୍ ଭିଜୁଆଲ୍ ରେଞ୍ଜ ଏୟାର୍-ଟୁ-ଏୟାର ମିଜାଇଲ୍ ଏବଂ ଏକ୍ସଟର୍ନାଲ୍ ସେଲ୍ଫ ପ୍ରୋଟେକ୍ସନ ଜାମର୍ ପଡ୍ ଆଦି ରହିଛି। ଆସନ୍ତା ୩୧ ତାରିଖ ଭିତରେ ଭାରତୀୟ ବାୟୁ ସେନାକୁ ଏହି ଫାଇଟର ଜେଟ୍ ହସ୍ତାନ୍ତର ଲାଗି ହାଲ୍ ଲକ୍ଷ୍ୟ ରଖିଛି।

LCA ମାର୍କ 1A ଫାଇଟର ଜେଟ୍ ମିଳିଲେ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି। ୮୩ଟି LCA ନେବା ଲାଗି ବାୟୁସେନା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ସହ ୪୮ ହଜାର କୋଟି ଟଙ୍କାର ଚୁକ୍ତି କରିଛି।

Advertisment

Tejas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ