ଲଞ୍ଚ ହେଲା ଚନ୍ଦ୍ରୟାନ-୩, ଶ୍ରୀହରିକୋଟାରୁ ହେଲା ସଫଳ ଉତ୍‌କ୍ଷେପଣ

୧୮୦ କିମି ଉଚ୍ଚତାରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହେବ । ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ ୩ ।

Chandrayaan 3

ଇତିହାସ ରଚିଲା ଇସ୍ରୋ । ଉତ୍‌କ୍ଷେପଣ ହେଲା ଚନ୍ଦ୍ରୟାନ-୩ । ଆନ୍ଧ୍ର ଶ୍ରୀହରିକୋଟା ଦ୍ୱିତୀୟ ଲଞ୍ଚପ୍ୟାଡରୁ ହେଲା ଉତ୍‌କ୍ଷେପଣ । ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଚନ୍ଦ୍ରୟାନ-୩ର ଯାତ୍ରା ଆରମ୍ଭ ହୋଇସାରିଛି । ବିଶାଳକାୟ LVM3-M4ରୁ ଉତକ୍ଷେପଣ ହେଲା ଚନ୍ଦ୍ରୟାନ-୩ ।

୪୩.୫ ମିଟର ଉଚ୍ଚ, ୬୪୨ ଟନ୍ ଓଜନ ବିଶିଷ୍ଟ LVM3-M4 । ଭୂପୃଷ୍ଠ ଛାଡ଼ିବାର ୧୬ ମିନିଟ୍ ପରେ କକ୍ଷପଥରେ ଏହା ଅବସ୍ଥାପିତ ହେବ । ୧୮୦ କିମି ଉଚ୍ଚତାରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଛି । ଭୂପୃଷ୍ଠ ଛାଡ଼ିବାର ୧୬ ମିନିଟ୍ ପରେ କକ୍ଷପଥରେ ହେଲା ଅବସ୍ଥାପିତ । ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ ୩ ।