Advertisment

ହେଲିକପ୍ଟର ଦୁର୍ଘଟଣା ପରେ CDSଙ୍କ ଘରେ ରାଜନାଥ, ସାମ୍ନାକୁ ଆସିଲା ଦୁର୍ଘଟଣା ସ୍ଥଳର ନୂଆ ଭିଡିଓ..

ପରେ ସେଠାରୁ ସିଧା ସଳଖ ସଂସଦ ଆଭିମୁଖେ ବାହାରିଲେ ରାଜନାଥ ସିଂହ । ତେବେ ସିଡିଏସ୍‌ଙ୍କ ହେଲିକପ୍ଟର ଦୁର୍ଘଟଣା ନେଇ ଅନେକ ବଡ଼ ବଡ଼ ନେତା ଦୁଃଖ ପ୍ରକାଶ କରିଛନ୍ତି ।

ଅଦ୍ୟତନ ହୋଇଛି
Rajnath Singh At Bipin Rawat House

Rajnath Singh At Bipin Rawat House

Advertisment

CDS ବିପିନ ରାୱତଙ୍କ ବାସଭବନରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ତାଙ୍କ ବାସଭବନରେ ରହି ପରିବାର ସହ ଆଲୋଚନା କଲେ ମନ୍ତ୍ରୀ । ପରେ ସେଠାରୁ ସିଧା ସଳଖ ସଂସଦ ଆଭିମୁଖେ ବାହାରିଲେ ରାଜନାଥ ସିଂହ । ତେବେ ସିଡିଏସ୍‌ଙ୍କ ହେଲିକପ୍ଟର ଦୁର୍ଘଟଣା ନେଇ ଅନେକ ବଡ଼ ବଡ଼ ନେତା ଦୁଃଖ ପ୍ରକାଶ କରିଛନ୍ତି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏନେଇ ଆସନ୍ତାକାଲି ବିବୃତ୍ତି ରଖିବେ । ଅନ୍ୟପଟେ ବାୟୁ ସେନା ମୁଖ୍ୟ ଏୟାର ଚିଫ୍‌ ମାର୍ସଲ ବିଆର୍‌ ଚୌଧୁରୀ ସୁଲୁର ଏୟାର ବେସ୍‌ରେ ପହଞ୍ଚିଛନ୍ତି ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ୧୪ ଜଣ ଏହି ହେଲିକପ୍ଟରରେ ଯାତ୍ରା କରୁଥିବା ବେଳେ ସେଥିରୁ ୩ ଜଣଙ୍କୁ ଗରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି, ଅନ୍ୟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ତବେ କେଉଁମାନେ ଏଥିରେ ଯାତ୍ରା କରୁଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ଆସି ସାରିଛି ।

Advertisment

୧୪ ଜଣଙ୍କ ମଧ୍ୟରେ ହେଲିକପ୍ଟରରେ ସିଡିଏସ୍ ଜେନେରାଲ ବିପିନ୍ ରାୱତ୍‌ଙ୍କ ସମେତ ତାଙ୍କ ପତ୍ନୀ ମଧୁଲିକା ରାୱତ୍‌, ବ୍ରିଗେଡିୟର ଏଲ.ଏସ୍‌ ଲିଡର, ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ ହରଜିନ୍ଦର ସିଂ, ନାଏକ ଗୁରସେୱକ ସିଂ, ନାଏକ ଜିତେନ୍ଦ୍ର କୁମାର, ଲାନ୍ସ ନାଏକ ବିବେକ କୁମାର, ଲାନ୍ସ ନାଏକ ବି ସାଇ ତେଜା, ହାବିଲଦାର ସତପାଲ୍ ଯାତ୍ରା କରୁଥିଲେ ।

Advertisment

CDS Bipin Rawat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ