Advertisment

ପ୍ରଳୟର ଆଉ ଏକ ଭୟାନକ ଦୃଶ୍ୟ: ଥମୁନି ଭୂସ୍ଖଳନ ବିପର୍ଯ୍ୟୟ, ଆଖି ପିଛୁଳାକେ ଧ୍ୱଂସ ହୋଇଗଲା ଘର...

ହିମାଚଳ ପ୍ରଦେଶରେ ଥମୁନି ଭୂସ୍ଖଳନ ବିପର୍ଯ୍ୟୟ। ଗତକାଲି ଅପରାହ୍ନରେ ପ୍ରଳୟର ଆଉ ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Himachal Pradesh Landslides

Landslides In Himachal Pradesh

Advertisment

ହିମାଚଳ ପ୍ରଦେଶରେ ଥମୁନି ଭୂସ୍ଖଳନ ବିପର୍ଯ୍ୟୟ। ଗତକାଲି ଅପରାହ୍ନରେ ପ୍ରଳୟର ଆଉ ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି। ଶିମଲାର କ୍ରିଷ୍ଣାନଗର ଅଞ୍ଚଳରେ ଗୋଟିଏ ଘର ଉପରେ ଗଛଟିଏ ବିପଜ୍ଜନକ ଭାବେ ଝୁଲି ରହିଥିଲା। ଆଉ ଏହାର କିଛି ସମୟ ପରେ ଘର ତଳୁ ମାଟି ଧସିବାକୁ ଲାଗିଲା। ଏହାପରେ ଆଖି ପିଛୁଳାକେ ୪ଟି ଘର ଧ୍ୱଂସସ୍ତୁପରେ ପରିଣତ ହୋଇଥିଲା। 

Advertisment

ଅଧିକ ପଢ଼ନ୍ତୁ: ପାହାଡ଼ି ରାଜ୍ୟରେ ପ୍ରକୃତି କୋପ ! ହିମାଚଳରେ ବାଦଲଫଟା ବର୍ଷା-ବନ୍ୟା-ଭୂସ୍ଖଳନ 

ଘଟଣାସ୍ଥଳରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଉ ୮ଜଣ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଚାଲିଛି। ଗତ ସପ୍ତାହ ହେଲା ଶିମଲାରେ ପ୍ରବଳ ବର୍ଷା ଜାରି ରହିଛି। ବାଦଲଫଟା ବର୍ଷା, ବନ୍ୟା ଏବଂ ଭୂସ୍ଖଳନର ବିଭୀଷିକାରେ  ୬୦ ଜଣଙ୍କ ମୃତ୍ୟୁ ହୋଇଥିବା ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସୂଚନା ଦେଇଛନ୍ତି। 

Advertisment

ବିପଦସଙ୍କୁଳ ଘରେ ରହୁଥିବା ଲୋକମାନେ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି। ପରିସ୍ଥିତିକୁ ଦେଖି ଆଜି ସବୁ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରାଯାଇଛି।ଚମୋଲି ଜିଲ୍ଲାରେ ମନ୍ଦାକିନୀ ନଦୀର ଜଳସ୍ତର ବିପଦ ସଙ୍କେତ ଟପିଛି। ରାସ୍ତା, ଘରଦ୍ୱାର ସବୁଆଡେ ବନ୍ୟା ପାଣି ମାଡ଼ି ଯାଇଛି। 

ରିଷିକେଶରେ ଗଙ୍ଗା ନଦୀର ଜଳସ୍ତର ବଢ଼ି ବ୍ୟାପକ କ୍ଷୟକ୍ଷତି କରିଛି। ୭୫୨ଟି ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୧୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ  କ୍ଷତି ହୋଇଛି।

Advertisment

ସେପଟେ ଶିମଲାରେ ଭୂସ୍ଖଳନର ବିଭୀଷିକାରେ ରେଲୱେ ଟ୍ରାକ୍‌ କ୍ଷତିଗ୍ରସ୍ତ ହୋଇଛି। ଶିମଲା- କାଲକା ରେଳ ଧାରଣା ତଳୁ ମାଟି ଅତଡ଼ା ଧସି ଯାଇଛି। ଫଳରେ ରେଳ ଧାରଣର କିଛି ଅଂଶ କେବଳ ଝୁଲିକି ରହିଛି। ଶିମଲାରୁ କାଲାକା ଯାତାୟତ ବିଚ୍ଛିନ୍ନ ହୋଇଛି।

Landslides
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ