Advertisment

କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା; ଆଜି ସୁପ୍ରିମକୋର୍ଟରେ ହେବ ମାମଲାର ଶୁଣାଣି...

କୋଲକାତା ଆର ଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଆଜି ଦିନ ୧୦ଟା ୩୦ରେ ଏହି ମାମଲାର ଶୁଣାଣି ହେବ।

ଅଦ୍ୟତନ ହୋଇଛି
Kolkata rape-murder case: Supreme Court to Resume Hearing Today

Kolkata rape-murder case

Advertisment

କୋଲକାତା ଆର ଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଆଜି ଦିନ ୧୦ଟା ୩୦ରେ ଏହି ମାମଲାର ଶୁଣାଣି ହେବ। ଏହା ପୂର୍ବରୁ ଡାକ୍ତରଙ୍କୁ ହତ୍ୟା ଦୁଷ୍କର୍ମ ଘଟଣା ଓ ୧୫ ତାରିଖରେ ମେଡିକଲାରେ ଭଙ୍ଗାରୁଜା ଘଟଣାରେ ଆଜି ସୁପ୍ରିମକୋର୍ଟଙ୍କ ନିକଟରେ ଷ୍ଟାଟସ ରିପୋର୍ଟ ଦାଖଲ ସିବିଆଇ ଓ ପଶ୍ଚିମବଙ୍ଗ ରାଜ୍ୟ ସରକାର। 

Advertisment

ଏହି ନିର୍ଦ୍ଦେଶ ଅନୁସାରେ ତଦନ୍ତକାରୀ ସଂସ୍ଥା ଓ ପଶ୍ଚିମବଙ୍ଗ ସରକାର ଆଜି ଅର୍ଥାତ ୨୨ ତାରିଖରେ ସେମାନଙ୍କର ଭିନ୍ନ ଭିନ୍ନ ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ପ୍ରଦାନ କରିବେ। ସିବିଆଇ ସିଲଡ ଲଫାଫାରେ ତଦନ୍ତର ଅଗ୍ରଗତି ରିପୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନିକଟରେ ପ୍ରଦାନ କରିବ। ରିପୋର୍ଟରେ ମୁଖ୍ୟତଃ ତଦନ୍ତର ବର୍ତ୍ତମାନର ସ୍ଥିତି, ପଲିଗ୍ରାଫ୍ ଟେଷ୍ଟ ଓ ଅନ୍ୟ ସାଇଣ୍ଟିଫିକ୍ ଅନୁସନ୍ଧାନର ତଥ୍ୟ, ତଦନ୍ତର ଦିଗ, ଭବିଷ୍ୟତର ପଦକ୍ଷେପ ଆଦି ସମ୍ପର୍କରେ ସ୍ପଷ୍ଟ କରିବ ସିବିଆଇ।

ଅଧିକ ପଢ଼ନ୍ତୁ: ନ୍ୟାୟ ପାଇଁ ଲଢ଼େଇ ! ୧୩ ଦିନ ହେଲା ଆନ୍ଦୋଳନରେ ବସିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ

Advertisment

ଏପଟେ ରକ୍ତ ଲଗା ଆପ୍ରୋନରେ ଜଷ୍ଟିସ୍ ଫର ଅଭୟା ଲେଖା, ଫଟୋ ପାଖରେ ରାକ୍ଷୀ ଥୋଇ ତାଙ୍କୁ ନ୍ୟାୟ ଦେବାକୁ କାହିଁ କେତେ ଭାଇ ଭଉଣୀ କରୁଛନ୍ତି ସଂକଳ୍ପ । ୧୩ ଦିନ ଧରି ପୈଶାଚିକ କାଣ୍ଡ ଘଟିଥିବା ଆର୍.ଜି.କର ହସ୍ପିଟାଲ ସାମ୍ନାରେ ଆନ୍ଦୋଳନରେ ବସି ନିଜ ସହପାଠୀ, ନିଜ ସିନିୟରର ମୃତ୍ୟୁର ବଦଲା ଚାହୁଁଛନ୍ତି, ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦାବି କରିଆସୁଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ।

ଅନ୍ୟପଟେ ସମୟ ଯେତେ ବଢୁଛି, ଲୋକଙ୍କ ଭିତରେ କୋଲକାତା ପୋଲିସ ଓ ମମତା ସରକାରଙ୍କ ବିରୋଧରେ ଆକ୍ରୋଶ ସେତେ ବଢିବାରେ ଲାଗିଛି। ଏପଟେ ସୁପ୍ରିମକୋର୍ଟରୁ କଡ଼ା ଭର୍ତ୍ସନା ପରେ ତରବରିଆ ଭାବେ ଆଜି ଆର.ଜି. କର୍ ମେଡିକାଲ କଲେଜରେ ଫୋର୍ସକୁ ବଢ଼େଇଛି କୋଲକାତା ପୁଲିସ। ହେଲେ ସେପଟେ କିନ୍ତୁ ସୁରକ୍ଷା ଦାୟିତ୍ୱ ହାତକୁ ନେବା ପୂର୍ବରୁ CISF ଡିଜି ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି।

Advertisment
CBI Supreme Court Rape Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ