Advertisment

ବିଳମ୍ବିତ ନ୍ୟାୟ ନା ଦୁର୍ବଳ ଆଇନ ? ଦୁଷ୍କର୍ମୀଙ୍କ ମନରେ କାହିଁକି ଭୟ ସୃଷ୍ଟି କରିପାରୁନି ଦଣ୍ଡବିଧାନ

'ଝିଅକୁ ଡାକ୍ତର କରିବା ପାଇଁ ବହୁ କଷ୍ଟ କରିଥିଲୁ । ହେଲେ ଭାଙ୍ଗି ଚୁରମାର ହୋଇଗଲା ସବୁ ସ୍ବପ୍ନ ।' ଗଣମାଧ୍ୟମ ଆଗରେ ଭୋ ଭୋ ହୋଇ କାନ୍ଦି ଉଠିଲେ କୋଲକାତା ପୀଡ଼ିତାଙ୍କ ବାପା ମାଆ ।

ଅଦ୍ୟତନ ହୋଇଛି
undefined

Kolkata

Advertisment

ଦୁଷ୍କର୍ମୀଙ୍କୁ ମିଳିବା ଦରକାର କି ଫାଶି ଠୁ ବି ବଳି ବିଭତ୍ସ ଶାସ୍ତି ? ଦୁଷ୍କର୍ମ ରୋକିବାକୁ ପର୍ଯ୍ୟାପ୍ତ ନୁହେଁ କି ଭାରତୀୟ ଦଣ୍ଡବିଧାନ? ନର ରାକ୍ଷସଙ୍କ ନୃଶଂସତା ଆଗରେ ଦୁର୍ବଳ ପଡ଼ିଯାଉଛି କି ଆଇନ କାନୁନ ? କାହିଁକି ସେମାନଙ୍କ ମନରେ ଡର ସୃଷ୍ଟି କରିପାରୁନି ପୂର୍ବର ନଜିର ? ୨୦୧୨ରେ ଘଟିଥିଲା ଦିଲ୍ଲୀ ନିର୍ଭୟା କାଣ୍ଡ, ୮ ବର୍ଷ ପରେ ୨୦୨୦ରେ ୪ ଦୋଷୀଙ୍କୁ ମିଳିଲା ଫାଶିଦଣ୍ଡ । ହେଲେ ଏହି ଚରମ ଶାସ୍ତି ଦୁଷ୍କର୍ମୀଙ୍କୁ ଭୟଭୀତ କରିବାକୁ ଯଥେଷ୍ଟ ନୁହେଁ ବୋଲି ପୁଣି ଥରେ ପ୍ରମାଣିତ କରିଛି କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା । ଏଭଳି ବର୍ବର କାଣ୍ଡ ଭିଆଇବା ଆଗରୁ ସେମାନେ ପରିଣତିର ପରବାୟ କରୁନଥିବା ନାରୀ ସମାଜକୁ ଚିନ୍ତିତ କରିଛି । ତେଣୁ ପୀଡ଼ିତାଙ୍କୁ ତ୍ବରିତ ନ୍ୟାୟ ଏବଂ ଦୁଷ୍କର୍ମକାରୀଙ୍କ ପାଇଁ ଆହୁରି ଅଧିକ କଠୋର ଦଣ୍ଡ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ଦାବି ହୋଇଛି।

Advertisment

କୁହାଯାଏ, ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ । କେଶ୍ ଗଡ଼ିବା ସହ ଅପରାଧୀ ବି ଖୋଜିପାରେ ଆଇନ ଜାଲରୁ ବର୍ତ୍ତିବାର ନୂଆ ନୂଆ ଗଳାବାଟ। ତେଣୁ ତ୍ବରିତ ବିଚାର ଓ ଦଣ୍ଡବିଧାନ ଦିଗରେ ମହିଳା ଅଧିକାର କର୍ମୀ ମତ ରଖିଥିବା ବେଳେ, ଲୋକଙ୍କ ମାନସିକତାରେ ପରିବର୍ତ୍ତନ ନ ଆସିବା ଯାଏଁ, ଆଇନ ଯେତେ କଠୋର ହେଲେ ବି ଏଭଳି ଅପରାଧ ରୋକି ହେବ ନାହିଁ ବୋଲି ମତ ରଖିଛନ୍ତି ଆଇନଜୀବୀ ।

ସେପଟେ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ମୋଦି ଅପିଲ୍ କରିଥିଲେ ଯେ, ମହିଳା ବିରୋଧୀ ଅପରାଧକୁ ନେଇ ଯେତିକି ଚର୍ଚ୍ଚା ହେଉଛି, ଦୋଷୀଙ୍କୁ ଦଣ୍ଡ ବିଧାନ ବେଳେ ମଧ୍ୟ ସେତିକି ବ୍ୟାପକ ଚର୍ଚ୍ଚା ହେବା ଦରକାର। ତେବେ ଯାଇ ଅପରାଧୀଙ୍କ ମନରେ ଡର ଆସିବ ।

Advertisment

ସେପଟେ କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନିଜ ଆଡ଼ୁ ଶୁଣାଣି କରିବେ ସୁପ୍ରିମକୋର୍ଟ। ଆସନ୍ତା ୨୦ ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ । ସେପଟେ RG କର୍ ମେଡିକାଲ କଲେଜର ତତ୍କାଳୀନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ୩ ଦିନ ହେଲା ଘାଣ୍ଟୁଛି ସିବିଆଇ । ଗିରଫ ଅଭିଯୁକ୍ତ ସଞ୍ଜୟ ରୟର ସାଇକୋ-ଆନାଲିସିସ୍ ଟେଷ୍ଟ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ, ଏଥିପାଇଁ କୋଲକାତାରେ ପହଞ୍ଚିଛନ୍ତି ସେଣ୍ଟ୍ରାଲ ଫରେନ୍ସିକ୍ ସାଇନ୍ସ ଲାବ୍ରୋଟରି-CFSLର ୫ ଜଣିଆ ଟିମ୍ ।

ଏସବୁ ଭିତରେ ସାମ୍ନାକୁ ଆସିଛି ପୀଡ଼ିତାଙ୍କ ବାପାମାଆଙ୍କ ପ୍ରତିକ୍ରିୟା । ହସ୍ପିଟାଲ କର୍ତ୍ତୃପକ୍ଷ ଘଟଣାକୁ ପ୍ରଥମେ ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରିଥିବା, ତରବରିଆ ଭାବେ ଝିଅର ମୃତଦେହ ଦାହସଂସ୍କାର ହୋଇଥିବା ଏବଂ ପୋଲିସ ସହଯୋଗ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି ।

Advertisment

ଏପଟେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲରେ ଜାରି ରହିଛି ଡାକ୍ତରଙ୍କ ଆନ୍ଦୋଳନ। ଅଳ୍ପ କିଛି ସ୍ଥାନରେ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେବାରୁ ରୋଗୀ ସେବା ଆରମ୍ଭ ହୋଇଥିବା ବେଳେ, ଅଧିକାଂଶ ସ୍ଥାନରେ ଏମର୍ଜେନ୍ସିକୁ ଛାଡ଼ି ଓପିଡି ସମେତ ବାକି ବିଭାଗରେ ଅଚଳାବସ୍ଥା ଜାରି ରହିଛି ।

Doctors Kolkata Rape Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ