Advertisment

RG କର ମେଡିକାଲ କଲେଜରେ ଚାଲୁଥିଲା ସେକ୍ସ ରାକେଟ୍, ବାହାରୁ ଆସୁଥିଲେ ଯୁବତୀ

RG କର ମେଡିକାଲ କଲେଜ ହଷ୍ଟେଲକୁ ବାହାରୁ ଯୁବତୀ ଆସୁଥିଲେ। ଏସବୁର ପ୍ରଚ୍ଛଦପଟ ନାୟକ ଥିଲେ ତତ୍କାଳୀନ ଅଧକ୍ଷ ସନ୍ଦୀପ ଘୋଷ ।

ଅଦ୍ୟତନ ହୋଇଛି
Kolkata

Kolkata

Advertisment

କୋଲକାତା RG କର ମେଡିକାଲ କଲେଜ ବିରୋଧରେ ଆସୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ । ଏହି ମେଡିକାଲ କଲେଜର ସେତେବେଳର ଉପ-ଅଧୀକ୍ଷକ ଅଖତାର ଅଲ୍ଲୀ ଓଟିଭି କ୍ୟାମେରା ଆଗରେ ବଖାଣିଛନ୍ତି ତତ୍କାଳୀନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ କଳା କାରନାମାର କଥା । ଏହି ମେଡିକାଲ କଲେଜରେ ଚାଲୁଥିଲା ସେକ୍ସ ରାକେଟ୍ । ହଷ୍ଟେଲକୁ ବାହାରୁ ଯୁବତୀ ଆସୁଥିଲେ। ଏସବୁର ପ୍ରଚ୍ଛଦପଟ ନାୟକ ଥିଲେ ତତ୍କାଳୀନ ଅଧକ୍ଷ ସନ୍ଦୀପ ଘୋଷ ।

Advertisment

ସେତେବେଳର ଡେପୁଟି ଅଧକ୍ଷ ଅଖତର୍ ଅଲ୍ଲୀ ଗତବର୍ଷ ପ୍ରଥମେ ସନ୍ଦୀପ ଘୋଷଙ୍କ ଗୁମର ଖୋଲିଥିଲେ । ହେଲେ ଏମିତି କିଛି ବଡ଼ବଡିଆଙ୍କ ହାତ ସନ୍ଦୀପଙ୍କ ଉପରେ ଥିଲା, ଯେମିତି ତାଙ୍କୁ ସୁରକ୍ଷା ମିଳୁଥିଲା । ହସ୍ପିଟାଲରେ ଅଙ୍ଗ ଚାଲାଣ କରାଯାଏ । ବାୟୋ ୱେଷ୍ଟକୁ ବାଂଲାଦେଶ ଚାଲାଣ ଭଳି ଅନେକ କାମ ସନ୍ଦୀପ ଘୋଷ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ଅଖତାର ଅଲ୍ଲୀ।

ସେପଟେ କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଲିଗ୍ରାଫ ଟେଷ୍ଟ ଆରମ୍ଭ ହୋଇଛି । ଅଭିଯୁକ୍ତ ସଞ୍ଜୟ ରାୟର ମିଛଧରା ପରୀକ୍ଷା କରାଯାଇଛି । ସେହିପରି ସିବିଆଇ ଅଫିସରେ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ପଲିଗ୍ରାଫ୍ ଟେଷ୍ଟ ବି କରାଯାଉଛି । ୪ ଡାକ୍ତର ଓ ଜଣେ ଭଲେଣ୍ଟିଅରଙ୍କର ମଧ୍ୟ କରାଯାଉଛି ଲାଏ ଡିଟେକସନ୍ ଟେଷ୍ଟ । ଅଭିଯୁକ୍ତ ସଞ୍ଜୟ ରାୟ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିଛି । ଆସନ୍ତା ୬ ତାରିଖ ଯାଏ ସେ ସିବିଆଇ ହେପାଜତରେ ରହିବ । ତଦନ୍ତ ଯେତିକି ଆଗଉଛି ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି। ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରିବା ସହ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି ସିବିଆଇ ।

Advertisment

ସେପଟେ ସାମ୍ନାକୁ ଆସିଛି କୋଲକାତା ଲଜ୍ଜାର ବଡ଼ ପ୍ରମାଣ । ଅଭିଯୁକ୍ତ ସଞ୍ଜୟର ଏକ ସିସିଟିଭି ଫୁଟେଜ୍ ମିଳିଛି । ଅଗଷ୍ଟ ୯ ମଧ୍ୟରାତ୍ରିରେ ଅଭିଯୁକ୍ତ ସଂଞ୍ଜୟ ଆରଜି କର ମେଡିକାଲ କଲେଜର ସେମିନାର ହଲ୍ ଭିତରୁ ବାହାରିବାର ଦୃଶ୍ୟ । କୋଲକାତା ପୋଲିସ ଓ ସିବିଆଇ ତଦନ୍ତରୁ ମିଳିଥିବା ତଥ୍ୟ ଅନୁଯାୟୀ, ସେଦିନ ରାତିରେ ସେମିନାର୍ ହଲ୍‌କୁ ଯାଇଥିଲେ ମୋଟ୍ ୬ ଜଣ । ପୀଡ଼ିତା ଅଭୟା, ଅଭିଯୁକ୍ତ ସଞ୍ଜୟଙ୍କ ବ୍ୟତୀତ ଆଉ ୪ ଜଣ ଥିଲେ । ରାତିରେ ଡ୍ୟୁଟି ପରେ ସେମିନାର୍ ହଲରେ ହିଁ ପୀଡ଼ିତାଙ୍କ ସହ ଏମାନେ ଡିନର କରିଥିଲେ । ଡିନର୍ ପରେ ୪ ଜଣ ସେମିନାର ହଲରୁ ବାହାରି ଆସିଥିଲେ। ଏମାନଙ୍କ ମଧ୍ୟରେ ଜଣେ ଜୁନିୟର ଡାକ୍ତର ଓ ଆଉ ଜଣେ ସେମିନାର୍ ହଲ୍ ସାମ୍ନାରେ ଡାକ୍ତରଙ୍କ ପାଇଁ ଥିବା ସ୍ଲିପ୍ ରୁମ୍ ଯାଇଥିଲେ । ଆଉ ଜଣେ ଇଣ୍ଟର୍ନ୍ ଡାକ୍ତର ସେହି ତୃତୀୟ ମହଲାରେ ଇଣ୍ଟର୍ନ୍ ଙ୍କ ପାଇଁ ଥିବା ରେଷ୍ଟ ରୁମକୁ ଯାଇଥିଲେ। ଏବଂ ହାଉସ୍ ଷ୍ଟାଫ ଜଣକ ପ୍ରଥମ ମହଲାକୁ ପଳେଇ ଥିଲେ ।

ପରେ ଭୋର୍ ପ୍ରାୟ ୪ଟା ବେଳେ ସେମିନାର୍ ହଲକୁ ପଶିଥିଲା ଅଭିଯୁକ୍ତ ସଞ୍ଜୟ ରାୟ । ପ୍ରାୟ ୩୦-୪୦ ମିନିଟ୍ ରହିବା ପରେ ସେଠୁ ବାହାରକୁ ଆସିଥିଲା ଅଭିଯୁକ୍ତ । ସଞ୍ଜୟଙ୍କ ବ୍ଲୁ ଟୁଥ୍‌ ମିଳିବା ପରେ ତାଙ୍କ ଉପରେ ସନ୍ଦେହ କରି ଗିରଫ କରିଛି କୋଲକାତା ପୋଲିସ । ସେମିନାର ହଲରେ କ୍ରାଇମ୍ ସ୍ଥଳ ଆଖପାଖରେ ଦୁଇ ଜୁନିୟର ଡାକ୍ତର ଯେଉଁମାନେ ସେଦିନ ପୀଡ଼ିତା ଅଭୟାଙ୍କ ସହ ଥିଲେ ସେମାନଙ୍କ ଫିଙ୍ଗର ପ୍ରିଣ୍ଟ ସିବିଆଇ ହାତରେ ଲାଗିଛି। ଫୋରେନସିକ ରିପୋର୍ଟ, ପରିବାର ଲୋକଙ୍କ ଅଭିଯୋଗ ପରେ ଏମାନଙ୍କ ଉପରେ ବି ସନ୍ଦେହ ବଢ଼ିଛି । ସେଥିପାଇଁ ୪ ଜଣଙ୍କର ପଲିଗ୍ରାଫ ଟେଷ୍ଟ କରିବ ସିବିଆଇ ।

Advertisment

Murder Kolkata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ