Advertisment

ମାର୍କେଟ୍‌ରେ ମିଳୁନି ୨,୦୦୦ ଟଙ୍କିଆ ନୋଟ୍‌, କ’ଣ ହୋଇପାରେ କାରଣ...

ହଠାତ୍‌ ଏମିତି କ’ଣ ହେଲା ଯେ ମାର୍କେଟ୍‌ରୁ ୨,୦୦୦ ଟଙ୍କିଆ ନୋଟ୍‌ର ଅଭାବ ସୃଷ୍ଟି ହେଲା। ଲୋକଙ୍କ ମନ ମଧ୍ୟରେ ଉଙ୍କି ମାରୁଥିବା ଏହି ପ୍ରଶ୍ନ ଶେଷରେ ସ୍ପଷ୍ଟ ହୋଇଛି।

ଅଦ୍ୟତନ ହୋଇଛି
Indian Currency

Know, Why are Rs 2000 currency notes missing?

Advertisment

ଆପଣ ଶେଷଥର ପାଇଁ ୨,୦୦୦ ଟଙ୍କିଆ ନୋଟ୍‌ କେବେ ଦେଖିଥିଲେ ? ହୁଏତ, ବହୁତ ଦିନ ପୂର୍ବେ ଦେଖିଥିବେ। କେବେ ଭାବିଛନ୍ତି ହଠାତ୍‌ ଏମିତି କ’ଣ ହେଲା ଯେ ମାର୍କେଟ୍‌ରୁ ୨,୦୦୦ ଟଙ୍କିଆ ନୋଟ୍‌ର ଅଭାବ ସୃଷ୍ଟି ହେଲା। ଲୋକଙ୍କ ମନ ମଧ୍ୟରେ ଉଙ୍କି ମାରୁଥିବା ଏହି ପ୍ରଶ୍ନ ଶେଷରେ ସ୍ପଷ୍ଟ ହୋଇଛି। ବାସ୍ତବରେ ଗତ ୩ ବର୍ଷ ମଧ୍ୟରେ ଗୋଟିଏ ବି ୨,୦୦୦ ଟଙ୍କିଆ ନୋଟ୍‌ ଛପା ହୋଇନଥିବା ସୂଚନା ମିଳିଛି। ଏଥିଯୋଗୁ ମାର୍କେଟ୍‌ରେ ଏହି ନୋଟ୍‌(୨,୦୦୦ ଟଙ୍କିଆ ନୋଟ୍‌)ର ଅଭାବ ଦେଖା ଦେଇଛି। ନ୍ୟୁଜ୍‌ ଏଜେନ୍ସି IANS ପକ୍ଷରୁ RTI ଜରିଆରେ ଏହି ତଥ୍ୟ ମଗାଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ:୧୦ ଟଙ୍କିଆ ନୋଟ୍‌ ବଦଳରେ ମିଳୁଛି ୩୦ ହଜାର ଟଙ୍କା?

୬ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୬ ମସିହା ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ପ୍ରଚଳିତ ୫୦୦ ଟଙ୍କିଆ ଓ ୧,୦୦୦ ଟଙ୍କିଆ ନୋଟ୍‌ ବ୍ୟାନ୍‌ ନେଇ ଘୋଷଣା କରିଥିଲେ। ବିମୁଦ୍ରୀକରଣ ଘୋଷଣା କରି ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, କଳା ଧନକୁ ସାମ୍ନାକୁ ଆଣିବା ଓ ଭ୍ରଷ୍ଟାଚାର ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହାସହ ନୂଆ ନୋଟ୍‌ର ପ୍ରଚଳନ ନେଇ ଘୋଷଣା ମଧ୍ୟ ହୋଇଥିଲା। ଏଥିରେ ୨,୦୦୦ ଟଙ୍କିଆ ନୋଟ୍‌ ମଧ୍ୟ ଥିଲା। ହେଲେ ଏବେ ଅଚାନକ୍‌ ୨,୦୦୦ ଟଙ୍କିଆ ନୋଟତତ ମାର୍କେଟ୍‌ରୁ ଗାଏବ ହୋଇଯାଇଛି। 

ଜାଣନ୍ତୁ, ଗତ ୩ ବର୍ଷରେ କେତେ ୨,୦୦୦ ଟଙ୍କିଆ ନୋଟ୍‌ ଛପା ଯାଇଥିଲା...

RTI ତଥ୍ୟ ଅନୁସାରେ, ବର୍ଷ ୨୦୧୯-୨୦, ୨୦୨୦-୨୧, ୨୦୨୧-୨୨ ମସିହାରେ କୌଣସି ନୂଆ ୨,୦୦୦ ଟଙ୍କିଆ ନୋଟ୍‌ ଛପା ଯାଇ ନାହିଁ। ୨୦୧୬-୧୭ ଆର୍ଥିକ ବର୍ଷରେ ଆର୍‌ବିଆଇ ନୋଟ୍‌ ମୁଦ୍ରଣ(ପି) ଲିମିଟେଡ୍‌ ୩,୫୪୨୯.୯୧ କୋଟି ୨,୦୦୦ ଟଙ୍କିଆ ନୋଟ୍‌ ଛାପିଥିଲା। ୨୦୧୮-୧୯ ମସିହାରେ କେବଳ ୪୬୬.୯୦ କୋଟି ନୋଟ୍‌(୨,୦୦୦ ଟଙ୍କିଆ ନୋଟ୍‌) ଛପା ଯାଇଥିଲା। ତେବେ ୨୦୧୭-୧୮ ମସିହାରେ ୧୧୧୫.୦୭ କୋଟି ନୋଟ୍‌ ଛପା ଯାଇଥିଲା। ହେଲେ ୨୦୧୮-୧୯ ମସିହାରେ ଏହା ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା। ଏଭଳି ସ୍ଥିତିରେ ତୁରନ୍ତ ଅର୍ଥନୀତିକୁ ପୁନଃ ନିର୍ମାଣ ଲାଗି RBI ଲକ୍ଷ୍ୟ ରଖିଛି। 

Advertisment

ବଢ଼ୁଛି ନକଲି ନୋଟ୍‌ର ପରିମାଣ...

ମିଳିଥିବା ସୂଚନା ଅନୁସାରେ, ୨୦୧୬ ମସିହାରେ ଦେଶରେ ୨,୦୦୦ ଟଙ୍କିଆ ୨,୨୭୨ ନକଲି ନୋଟ୍‌ ଜବତ ହୋଇଥିବା ବେଳେ ୨୦୧୭ ମସିହାରେ ୭୪,୮୯୮, ୨୦୧୯ ମସିହାରେ ୯୦,୫୬୬ ଓ ୨୦୨୦ ମସିହାରେ ୨,୪୪,୮୩୪ ନକଲି ନୋଟ୍‌ ଜବତ ହୋଇଥିଲା। ୨୦୨୦ ମସିହାରେ ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ୨,୦୦୦ ଟଙ୍କିଆ ନୋଟ୍‌ ଛାପିବା ବନ୍ଦ କରି ଦେଇଥିବା ଜଣାପଡ଼ିଛି। ନକଲି ନୋଟ୍‌କୁ କିପରି ବନ୍ଦ କରାଯିବ ସେନେଇ RBI ଅନେକ ଗାଇଡ୍‌ଲାଇନ୍ସ ଜାରି କରାଯାଇଛି। 

କରୋନା ସମୟରେ ବନ୍ଦ ହୋଇଥିଲା ଟଙ୍କା ଛପା ! 

୨୦୧୯-୨୦ ମସିହାରୁ ଗୋଟିଏ ବି ୨,୦୦୦ ଟଙ୍କିଆ ନୋଟ୍‌ ଛପା ହୋଇନାହିଁ। ଏହି ସମୟରେ ଦେଶରେ ମହାମାରୀ କରୋନା ର କାୟା ଦେଖିବାକୁ ମିଳିଥିଲା। ବିଶେଷଜ୍ଞଙ୍କ କହିବା ଅନୁସାରେ, ବଡ଼ ନୋଟ୍‌ ଛାପିବା ପାଇଁ ଅଧିକ ଖର୍ଚ୍ଚ ହୋଇଥାଏ। ତେଣୁ ୨,୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ବନ୍ଦ ହୋଇଯାଇଛି। ପ୍ରକୃତରେ କେଉଁ କାରଣ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ସୂଚନା ଦିଆଯାଇ ନାହିଁ। 

Advertisment
Indian Currency
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ