Advertisment

ଜୀବନରେ କେବେ ହାରିନଥିଲେ ହୀରାବେନ୍‌, ଅନ୍ୟ ଘରେ ବାସନ ମାଜି ନିଜ ପିଲାଙ୍କୁ ପାଠପଢ଼ାଇ ଥିଲେ...

ଯଦିଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ୍‌ଙ୍କ ଜୀବନ ସଂଘର୍ଷମୟ ଥିଲା, କିନ୍ତୁ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ନିଜକୁ ସେ ଶୃଙ୍ଖଳିତ କରି ରଖିଥିଲେ। ମା’ଙ୍କ ସହ ମୋଦିଙ୍କ ଏକ ଖାସ୍‌ ସମ୍ପର୍କ ଥିଲା।

ଅଦ୍ୟତନ ହୋଇଛି
PM Modi Mother Heeraben's Struggle Life

Know PM Modi Mother Heeraben's Struggle Life

Advertisment

୧୦୦ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ମା’ ହୀରା ବେନ୍‌ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୨ ଦିନ ପୂର୍ବେ ହୀରା ବେନ୍‌ ଅହମ୍ମଦାବାଦର ୟୁଏନ୍‌ ମେହଟା ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତି ୩ଟା ୩୦ ମିନିଟରେ ହୀରା ବେନ୍‌ଙ୍କ ଦେହାନ୍ତ ହୋଇଛି।ମା’ଙ୍କ ଦେହାନ୍ତ ନେଇ ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏକ କୋହଭରା ଟ୍ୱିଟ୍‌ରେ ମୋଦି ଲେଖିଛନ୍ତି ଭଗବାନଙ୍କ ପାଦରେ ଏକ ଗୌରବମୟ ଶତାବ୍ଦୀର ଅନ୍ତ ହୋଇଛି। ମା’ ଜଣେ ନିସ୍ୱାର୍ଥପର କର୍ମଯୋଗୀ ଥିଲେ ବୋଲି ମୋଦି ଲେଖିଛନ୍ତି।

Advertisment

ଯଦିଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ୍‌ଙ୍କ ଜୀବନ ସଂଘର୍ଷମୟ ଥିଲା କିନ୍ତୁ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ନିଜକୁ ସେ ଶୃଙ୍ଖଳିତ କରି ରଖିଥିଲେ। ମା’ଙ୍କ ସହ ମୋଦିଙ୍କ ଏକ ଖାସ୍‌ ସମ୍ପର୍କ ଥିଲା। ମା’ଙ୍କ ୧୦୦ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏକ ବ୍ଲଗ୍‌ ଲେଖିଥିଲେ। ଯେଉଁଥିରେ ସେ ତାଙ୍କ ମା’ଙ୍କ ବଳିଦାନ, ସଂଘର୍ଷମୟ କାହାଣୀ ସମ୍ପର୍କରେ ଉଲ୍ଲେଖ କରିଥିଲେ। ମୋଦି ଏହି ବ୍ଲଗ୍‌ରେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ମା’ଙ୍କ ଜନ୍ମ ଗୁଜୁରାଟର ମେହସାଣା ବିସନଗରର ପାଲନପୁରରେ ହୋଇଥିଲା। ଖୁବ୍‌ କମ୍‌ ବୟସରେ ହୀରାବେନ୍‌ ସ୍ପାନିସ୍‌ ଫ୍ଲୁରେ ତାଙ୍କ ମା’ଙ୍କୁ ହରାଇ ଦେଇଥିଲେ। ଏପରିକି ସେ କେବେ ମା’ଙ୍କ ଚେହେରା କିମ୍ବା ମା’ଙ୍କ କୋଳରେ ସେ କେବେ ଶୋଇଥିଲେ ଏସବୁ ହୀରାବେନ୍‌ଙ୍କ ମନେ ନଥିଲା। ମା’ଙ୍କ ବିନା ହୀରାବେନ୍‌ ତାଙ୍କ ପିଲାଦିନ ଅତିବାହିତ କରିଥିଲେ। ଆମ ସମସ୍ତଙ୍କ ପରି ହୀରାବେନ୍‌ ତାଙ୍କ ମା’ଙ୍କ କୋଳରେ କେବେ ଶୋଇ ନଥିଲେ। ଏପରିକି ସେ କେବେ ସ୍କୁଲ୍‌ ଯାଇପାରୁନଥିଲେ। ତେଣୁ ସେ ପାଠପଢ଼ି ପାରିନଥିଲେ ବୋଲି ମା’ଙ୍କ ବିଷୟରେ ମୋଦି ତାଙ୍କ ବ୍ଲଗ୍‌ରେ ଏପରି କିଛି ଲେଖିଥିଲେ। 

ହୀରାବେନ୍‌ଙ୍କ ସଂଘର୍ଷମୟ ଜୀବନ...

ମୋଦି ତାଙ୍କ ବ୍ଲଗ୍‌ରେ ଆହୁରି ଉଲ୍ଲେଖ କରିଥିଲେ ଯେ, ତାଙ୍କ ମା’ ହୀରାବେନ୍‌ କେବଳ ଘରର ସମସ୍ତ କାର୍ଯ୍ୟ କରୁନଥିଲେ ବରଂ ଘରର ଅନ୍ୟାନ୍ୟ ଖର୍ଚ୍ଚ ପୂରଣ ପାଇଁ ବାହାରେ ମଧ୍ୟ କାମ କରୁଥିଲେ। କିଛି ଲୋକଙ୍କ ଘରକୁ ଯାଇ ସେ ବାସନକୁସନ ମାଜି ଘରର ଖର୍ଚ୍ଚ ଉଠାଉଥିଲେ। ଏପରିକି ସମୟ ମିଳିଲେ ଚରଖା ମଧ୍ୟ ସେ ଚଲାଉଥିଲେ। ଜୀବନରେ ଅନେକ ପ୍ରତିକୂଳ ପରିସ୍ଥିତି ଦେଇ ହୀରାବେନ୍‌ ଗତି କରିଥିବା ମୋଦି ତାଙ୍କ ବ୍ଲଗ୍‌ରେ କହିଛନ୍ତି। ଘରର ଆର୍ଥିକ ଓ ପାରିବାରିକ ସ୍ଥିତି ଖରାପ ଯୋଗୁ ଯଦିଓ ତାଙ୍କୁ(ହୀରାବେନ୍‌) ପାଠପଢ଼ିବା ପାଇଁ ସୁଯୋଗ ମିଳିନଥିଲା, ହେଲେ ସେ ନିଜ ପିଲାଙ୍କୁ ଉପଯୁକ୍ତ ଶିକ୍ଷାଦାନ ଲାଗି ଅନ୍ୟ ଘରେ କାମ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ। ପିଲାଙ୍କର ଫି’ ଦେବା ପାଇଁ ସେ କେବେ କାହାଠୁ ୧ ଟଙ୍କା ବି ଉଧାର ନେଇ ନଥିଲେ। ହୀରାବେନ୍‌ ସବୁବେଳେ ଚାହୁଁଥିଲେ ତାଙ୍କର ସମସ୍ତ ପିଲା ପାଠପଢ଼ି ଉଚ୍ଚ ଶିକ୍ଷିତ ହୁଅନ୍ତୁ। 

Advertisment
PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ