Advertisment

ଶସ୍ତାରେ ବିମାନ ଟିକେଟ୍‌ ପାଇବାର ସହଜ ଉପାୟ, ଆପଣାନ୍ତୁ ଏହିସବୁ ଟିପ୍ସ...

ବିମାନ ଟିକେଟ୍‌ ବୁକ୍‌ ବେଳେ ସବୁବେଳେ ଫ୍ଲେକ୍ସିବଲ୍‌ ଡେଟ୍‌(ତାରିଖ) ଉପରେ ଧ୍ୟାନ ରଖିବା ଉଚିତ୍‌। ଫଳରେ ଆପଣ ଅଧିକ ଟଙ୍କା ସଞ୍ଚୟ କରିପାରିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Know How To Booking Cheap Flight Ticket

Know How To Booking Cheap Flight Ticket

ଏବେ ପାର୍ବଣ ଋତୁଚାଲିଛି। କିଛି ଲୋକ ଛୁଟି କଟାଇବା ପାଇଁ ଘରକୁ ଯାଉଥିବା ବେଳେ ଆଉ କିଛି ଲୋକ ଛୁଟି କଟାଇ ସାରି କର୍ମକ୍ଷେତ୍ରକୁ ଫେରୁଛନ୍ତି। ଏମିତିରେ ଏବେ ଟ୍ରେନ୍‌ ଟିକେଟ୍‌ ବୁକ୍‌ କଲେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ସେପଟେ ବିମାନ ଟିକେଟ୍‌( Flight Ticket) ବଜେଟ୍‌ରୁ ଅଧିକ। ତେଣୁ ଏଭଳି ସ୍ଥିତିରେ ଯଦି ଆପଣ କିଛି ଜିନିଷ ଉପରେ ଧ୍ୟାନ ରଖନ୍ତି, ତା’ହେଲେ ଆଗାମୀ ବିମାନ ଟିକେଟ୍‌ ହୁଏତ ଆପଣ ଶସ୍ତାରେ ବୁକ୍‌ କରିପାରିବେ। ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ କହିବୁ, ଯେଉଁଥିରେ ଆପଣ କମ୍‌ ଦାମ୍‌ରେ ଟିକେଟ୍‌ ବୁକ୍‌ କରି ବିମାନରେ ଯାତ୍ରାରେ କରିପାରିବେ। ତେବେ ଫେଷ୍ଟିଭ୍‌ ସିଜନ୍‌ରେ ଏହି ଟିପ୍ସ ଆପଣଙ୍କୁ ବେଶୀ କିଛି ଫାଇଦା ଦେବ ନାହିଁ।

Advertisment

ଜାଣନ୍ତୁ, କେମିତି ଶସ୍ତାରେ ବିମାନ ଟିକେଟ୍‌ ବୁକ୍‌ କରିବେ...

Flexible ଡେଟ୍‌...

ବିମାନ ଟିକେଟ୍‌ ବୁକ୍‌ ବେଳେ ସବୁବେଳେ Flexible ଡେଟ୍‌(ତାରିଖ) ଉପରେ ଧ୍ୟାନ ରଖିବା ଉଚିତ୍‌। ଫଳରେ ଆପଣ ଅଧିକ ଟଙ୍କା ସଞ୍ଚୟ କରିପାରିବେ। Flexible ଡେଟ୍‌ ଅର୍ଥ କେଉଁ ତାରିଖରେ ଟିକେଟ୍‌ ମୂଲ୍ୟ ଅଧିକ ରହିଛି ଓ କେଉଁ ତାରିଖରେ ଟିକେଟ୍‌ ମୂଲ୍ୟ କମ୍‌ ରହିଛି, ଏଥିପ୍ରତି ସବୁବେଳେ ଧ୍ୟାନ ଦେବା ଉଚିତ୍‌। କାରଣ ଅଧିକାଂଶ ସମୟରେ ବିମାନ ଟିକେଟ୍‌ କମ୍‌ ମୂଲ୍ୟରେ ଉପଲ୍ଲବ୍ଧ ଥାଏ। ତେଣୁ ସବୁବେଳେ ଟ୍ରାଭେଲ୍‌ ଡେଟ୍‌ ଅର୍ଥାତ୍‌ ଯାତ୍ରାର ତାରିଖକୁ ନେଇ ଫ୍ଲେକ୍ସିବଲ୍‌ ରୁହନ୍ତୁ।

ସ୍ପେଶାଲ୍‌ ଡିଲ୍‌ ଉପରେ ନଜର ରଖନ୍ତୁ...

ଯେତେବେଳେ ବି ଆପଣ ବିମାନ ଟିକେଟ୍‌ ବୁକ୍‌ କରୁଛନ୍ତି, ସବୁବେଳେ ସ୍ପେଶାଲ୍‌ ଡିଲ୍‌ ଉପରେ ନଜର ରଖନ୍ତୁ। ଏହାଦ୍ୱାରା ଆପଣ ଅଫର୍‌ରେ କମ୍‌ ଦାମ୍‌ରେ ବିମାନ ଟିକେଟ୍‌ ବୁକ୍‌ କରିପାରିବେ। ଅନେକ ଏୟାରଲାଇନ୍ସ ବିମାନ ଟିକେଟ୍‌କୁ ନେଇ ସ୍ପେଶାଲ୍‌ ଡିଲ୍‌ ଘୋଷଣା କରିଥାନ୍ତି। ଏଥିପାଇଁ ଆପଣଙ୍କୁ ସେସବୁ ଏୟାରଲାଇନ୍ସର ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଓ ୱେବ୍‌ସାଇଟ୍‌କୁ ଫଲୋ କରନ୍ତୁ।

Advertisment

ସର୍ଚ୍ଚ ଇଞ୍ଜିନ ଉପରେ ଧ୍ୟାନ ରଖନ୍ତୁ...

ବିମାନ ଟିକେଟ୍‌ ବୁକ୍‌ ସମୟରେ ସର୍ଚ୍ଚ ଇଞ୍ଜିନ ଉପରେ ମଧ୍ୟ ଧ୍ୟାନ ରଖିବା ଉଚିତ୍‌। କାରଣ ସବୁ ସର୍ଚ୍ଚ ଇଞ୍ଜିନ୍‌ରେ ବିମାନ ଟିକେଟ୍‌ର ମୂଳ୍ୟ ସମାନ ନଥାଏ। ଆପଣ Google Flights ବ୍ୟତୀତ ସ୍କାଏ ସ୍କାନର ଓ ଅନ୍ୟ ଫ୍ଲାଇଟ୍‌ ସର୍ଚ୍ଚ ସାଇଟ୍‌ ମଧ୍ୟ ଟ୍ରାଏ କରିପାରିବେ।

ଗ୍ରୁପ୍‌ ବୁକିଂରେ ସ୍ପେଶାଲ୍‌ ଡିସ୍‌କାଉଣ୍ଟ...

ଅନେକ ଏୟାରଲାଇନ୍ସ କମ୍ପାନୀ ଗ୍ରୁପ୍‌ ବୁକିଂରେ ସ୍ପେଶାଲ୍‌ ଡିସ୍‌କାଉଣ୍ଟ ଦେଇଥାନ୍ତି। ଯଦି ଅଧିକ ଲୋକ ବିମାନରେ ଯାତ୍ରା କରୁଛନ୍ତି, ତା’ହେଲେ ଏହି ସୂଚନା ଏୟାରଲାଇନ୍ସକୁ ଦେଇ ସ୍ପେଶାଲ୍‌ ଡିସ୍‌କାଉଣ୍ଟର ଫାଇଦା ଉଠାଇ ପାରିବେ। କମ୍ପାନୀ ପକ୍ଷରୁ ସ୍ପେଶାଲ୍‌ ଡିସ୍‌କାଉଣ୍ଟ ଯଦି ଥିବ ତା’ହେଲେ ଆପଣ ଏହାର ଫାଇଦା ଉଠାଇ ପାରିବେ। 

ପଏଣ୍ଟସ୍‌କୁ ରିଡିମ୍‌ କରନ୍ତୁ...

ଅନେକ ଲୋକ କ୍ରେଡିଟ୍‌ କାର୍ଡରେ ଶପିଂ କରିଥାନ୍ତି। ଏଥିପାଇଁ ସେମାନଙ୍କୁ କିଛି ପଏଣ୍ଟସ୍‌ ମିଳିଥାଏ। ତେବେ ଏହି ପଏଣ୍ଟସ୍‌କୁ ଆପଣ ବିମାନ ଟିକେଟ୍‌ ବୁକ୍‌ ସମୟରେ ବ୍ୟବହାର କରିପାରିବେ। ଆପଣ କ୍ରେଡିଟ୍‌ କାର୍ଡ ପଏଣ୍ଟସ୍‌କୁ ରିଡିମ୍‌ କରି ଶସ୍ତାରେ ବିମାନ ଟିକେଟ୍‌ ବୁକ୍‌ କରିପାରିବେ। 

Advertisment
Advertisment