ଡାକଘରର ଏହି ସ୍କିମ୍, ଦ୍ୱିଗୁଣିତ କରିଦେବ ଆପଣଙ୍କ ଟଙ୍କା !

ଡାକଘରର ଏହି ଯୋଜନାର ନାଁ ହେଉଛି Kisan Vikas Patra Yojana । ଯଦି ଆପଣ ଆପଣଙ୍କ ଟଙ୍କାକୁ ସୁରକ୍ଷିତ ଭାବେ ବିନିଯୋଗ କରିବାର ଯୋଜନା ରଖିଛନ୍ତି । ତେବେ ଏହି ଯୋଜନା ଆପଣଙ୍କ ପାଇଁ ବେଶ୍‌ ଲାଭଦେବ ।

ଡାକଘରର ଏହି ସ୍କିମ୍ ଦେବ ଦୁଇ ଗୁଣା ଟଙ୍କା !

ଆପଣ ଟଙ୍କା ସଞ୍ଚୟ କରିବାକୁ ଚାହୁଁଛନ୍ତି କି ? କିମ୍ବା ଆପଣ କୌଣସି ବ୍ୟାଙ୍କ ଓ ପୋଷ୍ଟାଲରେ ଟଙ୍କା ରଖିବାର ଯୋଜନା ରଖିଛନ୍ତି କି ? ଯଦି ଆପଣ ଟଙ୍କା ସଞ୍ଚୟ କରିବାକୁ ଚାହୁଁଛନ୍ତି ତେବେ ଏହି ସ୍କିମ୍‌ ବିଷୟରେ ଥରେ ଜଣିନିଅନ୍ତୁ । କାରଣ ଏହି ସ୍କିମ୍‌ ଆପଣ ରଖିଥିବା ଟଙ୍କାକୁ ଦ୍ୱିଗୁଣିତ କରିଦେବ । ଡାକଘରର ଏହି ଯୋଜନା ଆପଣଙ୍କୁ ନିଶ୍ଚୟ ଫାଇଦା ଦେବ ।

ଡାକଘରର ଏହି ଯୋଜନାର ନାଁ ହେଉଛି Kisan Vikas Patra Yojana । ଯଦି ଆପଣ ଆପଣଙ୍କ ଟଙ୍କାକୁ ସୁରକ୍ଷିତ ଭାବେ ବିନିଯୋଗ କରିବାର ଯୋଜନା ରଖିଛନ୍ତି । ତେବେ ଏହି ଯୋଜନା ଆପଣଙ୍କ ପାଇଁ ବେଶ୍‌ ଲାଭଦେବ । ‘କିସାନ ବିକାଶ ପତ୍ର ଯୋଜନା’ ହେଉଛି ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଯୋଜନା । ଯେଉଁଥିରେ ଆପଣଙ୍କୁ ଏକ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡିବ ।

ଯାହା ନିର୍ଦ୍ଧାରିତ ସମୟ ମଧ୍ୟରେ ଏହା ଦ୍ୱିଗୁଣିତ ହୋଇଯିବ । ବିଶେଷକରି ଏହି ଯୋଜନା କୃଷକମାନଙ୍କ ପାଇଁ ଆରମ୍ଭ ହୋଇଛି । ଯାହାଫଳରେ ଏହି ଯୋଜନାର ନାଁକୁ ‘କିସାନ ବିକାଶ ପତ୍ର ଯୋଜନା’ ନାମରେ ନାମକରଣ କରାଯାଇଛି । ତେବେ ଜାଣିନିଅନ୍ତୁ ଏହି ଯୋଜନା ବିଷୟରେ...

ଆପଣ ‘କିସାନ ବିକାଶ ପତ୍ର ଯୋଜନା’ରେ ସର୍ବନିମ୍ନ ୧ ହଜାର ଟଙ୍କା ବିନିଯୋଗ କରିପାରିବେ । ଏହି ଯୋଜନାରେ ସର୍ବାଧିକ ବିନିଯୋଗ ପରିମାଣର ସୀମା ସ୍ଥିର କରାଯାଇ ନାହିଁ । ‘କିସାନ ବିକାଶ ପତ୍ର ଯୋଜନା’ରେ ଆପଣ ବିନିଯୋଗ କଲେ ଆପଣଙ୍କୁ ୭.୫ ପ୍ରତିଶତ ସୁଧ ମିଳିବ ।

ଏହି ଯୋଜନାରେ ଆପଣଙ୍କର ଟଙ୍କା ୧୧୫ ମାସ ଅର୍ଥାତ୍ ୯ବର୍ଷ ୭ମାସରେ ଦ୍ୱିଗୁଣିତ ହେବ ବୋଲି ସୂଚନା ରହିଛି । ଯଦି ଆପଣ ‘କିସାନ ବିକାଶ ପତ୍ର ଯୋଜନା’ରେ ୫ ଲକ୍ଷ ଟଙ୍କା ବିନିଯୋଗ କରନ୍ତି । ତେବେ ଏହା ୧୧୫ ମାସ ପରେ ଦ୍ୱିଗୁଣିତ ହୋଇ ୧୦ ଲକ୍ଷ ଟଙ୍କା ହୋଇଯିବ ।

ଏହା ବ୍ୟତୀତ ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଆପଣ ଡାକଘର ପରିଦର୍ଶନ କରି ଅଧିକ ତଥ୍ୟ ଜାଣିପାରିବେ । ଏବଂ ତାହା ସହ ଖୁବ୍‌ ସହଜରେ ଖାତା ମଧ୍ୟ ଖୋଲିପାରିବେ ।