Advertisment

Charles gifts to Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଉପହାର ପଠାଇଲେ ବ୍ରିଟେନ୍ ରାଜା

ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ ସାରା ଦେଶ ଓ ବିଶ୍ବରୁ ଶୁଭେଚ୍ଛାର ସୁଅ ଛୁଟିଥିଲା।

Modi

Modi

Advertisment

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବରରେ ନିଜର ୭୫ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ଦେଶ ଓ ବିଦେଶରୁ ଛୁଟିଥିଲା ଶୁଭେଚ୍ଚାର ସୁଅ। ବିଶ୍ୱର ବିଭିନ୍ନ ରାଷ୍ଟ୍ରମୁଖ୍ୟ, ନେତା ଓ ବିଶିଷ୍ଟ ବ୍ୟକ୍ତିମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ। ଏବେ ବ୍ରିଟେନର ରାଜା ଚାର୍ଲ୍ସ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନ ଉପଲକ୍ଷେ ଏକ ବିଶେଷ ଉପହାର ପଠାଇଛନ୍ତି। ରାଜା ଚାର୍ଲ୍ସଙ୍କ ଏହି ଉପହାର ହେଉଛି ଏକ କଦମ୍ବ ଗଛ।

Advertisment

ଦିଲ୍ଲୀରେ ଥିବା ବ୍ରିଟିଶ ହାଇ କମିଶନ ଲେଖିଛି: “ମହାମହିମ ରାଜା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଜନ୍ମଦିନରେ ଏକ କଦମ୍ବ ଗଛ ପଠାଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଏକ ପେଡ଼ ମା’ ନାମ’ ପହଳରୁ ପ୍ରେରିତ ଏହି ପଦକ୍ଷେପ ପରିବେଶ ସଂରକ୍ଷଣ ପ୍ରତି ସେମାନଙ୍କର ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଜା ଚାର୍ଲ୍ସଙ୍କୁ ଏକ ଗଛ ଉପହାର ଦେଇଛନ୍ତି। ଗତ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଟେନ ଗସ୍ତ କରିଥିଲେ। ସେହି ସମୟରେ ସେ ଇଂଲଣ୍ଡର ନରଫୋକରେ ଥିବା ସାଣ୍ଡ୍ରିଙ୍ଘମ ଏଷ୍ଟେଟରେ ରାଜା ଚାର୍ଲ୍ସଙ୍କୁ ଭେଟି ତାଙ୍କୁ ଏକ ଗଛ ଉପହାର ଦେଇଥିଲେ।

Advertisment

ସୂଚନାଯୋଗ୍ୟ, ଗତ କାଲି ମୋଦିଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସମେତ ବିଭିନ୍ନ ରାଷ୍ଟ୍ରମୁଖ୍ୟ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଅଧିକ ପଢନ୍ତୁ: ଆଉ ତ୍ରାହି ନାହିଁ.... କୁକୁରଙ୍କୁ ଆଜୀବନ ଦଣ୍ଡ

Prime Minister Narendra Modi Britain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ