ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ନୂଆ ଘୋଷଣା; ହତ୍ୟା କଲେ ମିଳିବ ୧,୧୧,୧୧,୧୧୧ ଟଙ୍କା

କାରଣ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ମାରିଲେ ମିଳିବ ୧,୧୧,୧୧,୧୧୧ ଟଙ୍କା । ଏଭଳି ପୁଣି ଥରେ ଘୋଷଣା କରିଛି କରଣୀ ସେନା । 

Kill Lawrence Bishnoi

ପୁଣି ଚର୍ଚ୍ଚାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ । ଏଥର ଚର୍ଚ୍ଚାର କାରଣ ଟିକେ ଭିନ୍ନ । କାରଣ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ମାରିଲେ ମିଳିବ ୧,୧୧,୧୧,୧୧୧ ଟଙ୍କା । ଏଭଳି  ଘୋଷଣା କରିଛି  କ୍ଷତ୍ରୀୟ କରଣୀ  ସେନା । ପୂର୍ବରୁ ବି ଏଭଳି ଘୋଷଣା କରି ଚର୍ଚ୍ଚାକୁ ଆସିଥିଲା କରଣୀ ସେନା  । ଏଥର ଘୋଷଣା ଟିକେ ଭିନ୍ନ ରହିଛି । ପୋଲିସ ଯଦି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ଏନ୍‌କାଉଣ୍ଟର କରି ମାରେ ପୋଲିସକୁ ୧,୧୧,୧୧,୧୧୧ ଟଙ୍କା ମିଳିବ ବୋଲି ଘୋଷଣା କରିଛି କରଣୀ ସେନା । ଅନ୍ୟ କେହି ଯଦି ବି ହତ୍ୟା କରନ୍ତି ତାଙ୍କୁ ବି ଏହି ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଛି ।  ଏପରିକି ଜେଲରେ ଥିବା କେହି କଏଦୀ କିମ୍ବା ଅନ୍ୟ କେହି ଯଦି ଏହା କରିବେ ତାଙ୍କୁ ମଧ୍ୟ ହି ଅର୍ଥ ଦେବାକୁ ଘୋଷଣା କରିଛି କରଣୀ ସେନା । 

 
ଏପଟେ ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଉଛି ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ । କିଛି ମାସ ହେବ ସଲମାନଙ୍କୁ ହତ୍ୟା କରିବାକୁ ବି ଧମକ ଦେଇଛି ଲରେନ୍ସ । ପୂର୍ବରୁ ଲରେନ୍ସକୁ ହତ୍ୟା କରିବା ପାଇଁ କହିଥିଲେ କ୍ଷତ୍ରୀୟ କରଣୀ ସେନାର ଅଧ୍ୟକ୍ଷ ରାଜ ଶେଖାୱତ୍ । ଯିଏ ଲରେନ୍ସକୁ ହତ୍ୟା କରିବ, ତାକୁ ୧,୧୧,୧୧,୧୧୧ ଟଙ୍କା ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଥିଲେ । ଏହି ଘୋଷଣା ପଛରେ ସେ ତାଙ୍କର ଯୁକ୍ତି ମଧ୍ୟ ଦର୍ଶାଇଛନ୍ତି,  ୨୦୨୩ରେ ତତ୍କାଳୀନ କରଣୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଦିଙ୍କୁ ଆତତାୟୀମାନେ ଜୟପୁରରେ ଗୁଳିକରି ହତ୍ୟା କରିଥିଲେ । ଏହା ପଛରେ ଲରେନ୍ସ ବିଷ୍ଣୋଇର ହାତ ଥିବାର  କହିଛନ୍ତି ରାଜ ଶେଖାୱତ୍ । 

କିଏ ଏହି ଲରେନ୍ସ ବିଷ୍ଣୋଇ ? 

କିଛିଦିନ ପୂର୍ବରୁ ଏନସିପି ନେତା ଓ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।  ବିଷ୍ଣୋଇ ଗ୍ୟାଙ୍ଗ ଏହି ହତ୍ୟା କରିଥିବା ସୂଚନା ଦିଆଯାଇଥିଲା । ଏକ ସାମାପାର୍ ଡ୍ରଗ୍ସ କାରବାର ମାମଲାରେ  ଲରେନ୍ସ ବର୍ତ୍ତମାନ ଗୁଜୁରାଟର ଅହମ୍ମଦବାଦର ସାବରମତୀ ସେଣ୍ଟ୍ରାଲ ଜେଲରେ କଏଦୀ ଭାବେ ଅଛି । ଜାଣି ତାଜୁବ ହେବେ ଯେ, ଏହି ଗ୍ୟାଙ୍ଗଷ୍ଟାର ଜଣକ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଛି । ତେବେ ଲରେନ୍ସର ଭାଇ ରମେଶ ବିଷ୍ଣୋଇ ଗଣମାଧ୍ୟମକୁ କହିଛନ୍ତି, ଆମ ପରିବାର କେବେ ଭାବି ନ ଥିଲେ କି, ଲରେନ୍ସ ଏପରି ଅପରାଧୀ ପାଲଟିଯିବ । ଆମ ପରିବାର ଧନୀ ।

ଲରେନ୍ସଙ୍କ ବାପା ହରିୟାଣା ପୋଲିସ ବିଭାଗରେ  କନଷ୍ଟେବଳ ଭାବରେ କାର୍ଯ୍ୟ କରୁଛନ୍ତି । ଆଉ ତାଙ୍କ ଗାଁରେ ୧୧୦ ଏକର ଜମି ଅଛି । ଲରେନ୍ସ ସବୁବେଳେ ଦାମୀ ଜୋତା ଓ ପୋଷାକ ପିନ୍ଧୁଥିଲା । ହେଲେ ସେ ଏବେ ଜେଲରେ ଥିବାରୁ ଆମ ପରିବାର ତାଙ୍କ ପାଇଁ ୩୫-୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଅନେକ ହାଇ-ପ୍ରୋଫାଇଲ ମାମଲା ସହିତ ଜଡିତ ଲରେନ୍ସର ଜନ୍ମ ପଞ୍ଜାବର ଫିରୋଜପୁରରେ । ତା ପ୍ରକୃତ ନାମ ବାଲକରନ ବ୍ରାର, ଯିଏ ହତ୍ୟା ଓ ଚୋରା ଚାଲାଣ ଭଳି ଅନେକ ଅପରାଧ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛି ।