Advertisment

ମାତିଛନ୍ତି ‘କିଡନୀ’ ବିକ୍ରି ରାକେଟ୍...ସୋସିଆଲ ମିଡିଆରେ ବିଛାଉଛନ୍ତି ଜାଲ

ଏକ ଏନଜିଓ ଏନେଇ ଅଭିଯୋଗ ଆଣିବା ପରେ ପୋଲିସ ଏହି ଘଟଣା ବିଷୟରେ ଅବଗତ ହୋଇଥିଲା। ଅଂଗ ତସ୍କରୀ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି।

ଅଦ୍ୟତନ ହୋଇଛି
Kidney Fraud

Kidney Fraud

Advertisment

ଅନଲାଇନରେ ବିକ୍ରି ହେଉଛି କିଡନୀ! ଏକ ଠକ ଗୋଷ୍ଠୀ ସୋସିଆଲ ମିଡିଆରେ କିଡନୀ ବିକ୍ରି ନେଇ ବି‍ଜ୍ଞାପନ ଦେଉଛନ୍ତି। ଅଙ୍ଗଦାନ ନାଁରେ ସେମାନେ ଲୋକଙ୍କୁ ଠକେଇ କରୁଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ଗୁରୁତର ଭାବେ ନେଇ ତଦନ୍ତ ଆରମ୍ଭ କରିଛି ତେଲେଙ୍ଗାନାର କ୍ରାଇମ ଇନଭେଷ୍ଟିକେସନ ଡିପାର୍ଟମେଣ୍ଟ (CID)।

Advertisment

ବର୍ତ୍ତମାନ ଲୋକଙ୍କ କିଡନୀ ସମସ୍ୟା ଦେଖାଦେବା ଅତି ସାଧାରଣ କଥା। ଅନେକ ହସ୍ପିଟାଲରେ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇ ରୋଗୀଙ୍କ ଜୀବନ ବଞ୍ଚାଯାଇ ପାରୁଛି। ମାତ୍ର କିଡନୀ ଡୋନେଟ ପାଇଁ ଅନେକଗୁଡିଏ ନିୟମ ରହିଛି। ଏପରିସ୍ଥିତିରେ ଜଣେ ଡୋନର ମିଳିବା କଷ୍ଟକର ହୋଇପଡେ। ଏହାର ସୁଯୋଗ ନେଇ ଠକେଇ କରୁଛନ୍ତି କିଛି ଲୋକ। ସୋସିଆଲ ମିଡିଆ ସାହାଯ୍ୟରେ ଚାଲିଛି ତସ୍କରୀ। ଏପରିକି ଟଙ୍କା ପଠାଇବା ପାଇଁ ସେମାନେ UPIର ବ୍ୟବହାର କରୁଛନ୍ତି।

ତେବେ ଏକ ଏନଜିଓ ଏନେଇ ଅଭିଯୋଗ ଆଣିବା ପରେ ପୋଲିସ ଏହି ଘଟଣା ବିଷୟରେ ଅବଗତ ହୋଇଥିଲା। ଅଂଗ ତସ୍କରୀ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି। ପୋଲିସର ସୂଚନା ଅନୁଯାୟୀ, ଠକମାନେ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଗ୍ରୁପ ତିଆରି କରିଛନ୍ତି। ସେଠାରେ ଫଟୋ ପୋଷ୍ଟ କରି କିଡନୀ ବିକ୍ରି ନେଇ ବିଜ୍ଞାପନ ଦେଉଛନ୍ତି।

Advertisment

ମାତ୍ର ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଲା ସେ ପ୍ରକୃତରେ ଅଂଗ ତସ୍କରୀ କରାଯାଉନାହିଁ। ଏହା ଏକ ସାଇବର କ୍ରାଇମ। ଲୋକଙ୍କୁ ଭୂଆଁ ବୁଲାଇ ଠକମାନେ UPI ଜରିଆରେ ଟଙ୍କା ଠକେଇ କରୁଛନ୍ତି। ତେବେ ଘଟଣାର ମୂଳ ପର୍ଯ୍ୟନ୍ତ ଯିବାକୁ ଚେଷ୍ଟା ଚାଲିଥିବା ଜଣେ ବରିଷ୍ଠ CID ଅଫିସର ସୂଚନା ଦେଇଛନ୍ତି।

Kidney Sale Fraud Cyber Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ