Forest Officer Captures 15-Foot King Cobra
କେରଳରେ ମାତ୍ର ୬ ମିନିଟରେ ୧୫ ଫୁଟ ଲମ୍ବର ବିଶାଳ ଅହିରାଜକୁ କାବୁ କରି ଚର୍ଚ୍ଚାରେ ମହିଳା ଫରେଷ୍ଟ ଅଫିସର ।ଜି.ଏସ. ରଶ୍ନୀ ନାମକ ଜଣେ ମହିଳା ଫରେଷ୍ଟ ଅଫିସର ଏତେ ବଡ଼ କିଙ୍ଗ କୋବ୍ରାକୁ ସଫଳତାର ସହ ଅତି ସାହସିକ ପଦକ୍ଷେପ ନେଇ କାବୁ କରିବା ଭିଜୁଆଲ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଉଛି ।
କିଙ୍ଗ କୋବ୍ରାକୁ କେମିତି ଅତି ସାହସିକତାର ସହ ସେ କାବୁ କରୁଛନ୍ତି ସେହି ଭିଜୁଆଲ କ୍ୟାମେରାରେ କଏଦ ହୋଇଛି ।ଥୁରୁବନନ୍ତପୁରମ ନିକଟ ପେରାରାରେ ଗତ ୬ ତାରିଖରେ ଏହି ଅହିରାଜକୁ କାବୁ କରିଥିଲେ ।
ତେବେ ସାପ ଧରିବାରେ ଫରେଷ୍ଟ ଅଫିସର ରଶ୍ନୀଙ୍କର ୮ ବର୍ଷର ଅଭିଜ୍ଞତା ରହିଛି ।ଖବର ପାଇବା ପରେ ଘଟଣା ସ୍ଥଳରେ ୫ ଜଣିଆ ରାପିଡ୍ ରେସପନ୍ସ ଟିମ ପହଞ୍ଚିଥିଲେ ।ଝରଣା ନିକଟରେ ସାପ ଥିବା ସ୍ଥାନୀୟ ଲୋକେ ଖବର ଦେଇଥିଲେ ।ତେବେ ରଶ୍ନୀ ଏକ କଳା ବ୍ୟାଗରେ ଅହିରାଜକୁ ମାତ୍ର ୬ ମିନିଟରେ କାବୁ କରି ଭର୍ତ୍ତି କରିଥିଲେ ।
ଉଦ୍ଧାର ହୋଇଥିବା କିଙ୍ଗ କୋବ୍ରାର ଲମ୍ବ ୧୫ ଫୁଟ ଓ ଏହାର ଓଜନ ୨୦ କିଲୋଗ୍ରାମ ।ପରେ ଘଞ୍ଚ ଜଙ୍ଗଲ ଭିତରେ ଅହିରାଜତକୁ ଛାଡ଼ି ଦିଆଯାଇଥିଲା ।ଫରେଷ୍ଟ ଅଫିସର ରଶ୍ନୀ ବର୍ତ୍ତମାନ ସୁଦ୍ଧା ୮ଶହ ସାପ ଉଦ୍ଧାର କଲେଣି ।ତେବେ ପ୍ରଥମ ଥର ପାଇଁ ସେ କିଙ୍ଗ କୋବ୍ରା ସଫଳତାର ସହ ଉଦ୍ଧାର କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751969105.jpg)