Advertisment

ଲୁଚି ଲୁଚି ପ୍ରେମ କରୁଥିଲେ ସ୍ୱାମୀ, ଟ୍ରାଫିକ ଚାଲାଣ ଧରାଇଦେଲା ଚୋରା ପୀରତି

ଜଣେ ବିବାହିତ ଯୁବକ ତାଙ୍କ ପ୍ରେମିକାଙ୍କୁ ବୁଲାଇ ନିଅନ୍ତି କିନ୍ତୁ ଏହା ତାହା ତାଙ୍କ ସ୍ତ୍ରୀ ଜାଣିପାରୁନଥିଲେ। ଆଉ ଯେତେବେଳେ ଧରାପଡ଼ିଗଲେ ଅକଲ ଗୁଡୁମ ହୋଇଗଲା

ଅଦ୍ୟତନ ହୋଇଛି
Kerala Man Trouble after Wife Gets His Traffic Camera Pics With a lady

Kerala Man Trouble after Wife Gets His Traffic Camera Pics With a lady

Advertisment

ଲୁଚି ଲୁଚି ପ୍ରେମ କରୁଥିଲେ ଜଣେ ବିବାହିତ ଯୁବକ। ହେଲେ ଚାଲାଣ ଧରାଇଦେଲା ଚୋରା ପୀରତି। ସ୍ତ୍ରୀ ହାତରେ ଧରାପଡ଼ିବା ପରେ ଅକଲ ଗୁଡୁମ୍‌ ହୋଇଗଲା। ଏଭଳି ଘଟଣା ଦେଖିବାକୁ ମିଳିଛି କେରଳ ଇଦୁକିରେ। ଟ୍ରାଫିକ୍‌ ନିୟମ ଭାଙ୍ଗିବା ପାଇଁ ତାଙ୍କୁ ଫାଇନ୍‌ ଗଣିବାକୁ ପଡିଛି, ତାହା ନୁହେଁ ଶେଷରେ ସ୍ତ୍ରୀଙ୍କ ଏତଲା ପରେ ସ୍ୱାମୀ ଗିରଫ ହୋଇଛନ୍ତି। 

Advertisment

ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି କେରଳର ପ୍ରମୁଖ ସ୍ଥାନମାନଙ୍କରେ ସିସିଟିଭି ଇନ୍‌ଷ୍ଟାଲ କରାଯାଇଛି। ସିସିଟିଭି ମାଧ୍ୟମରେ ଇ-ଚାଲାଣ ପଠାଇ ଉଲ୍ଲଂଘନକାରୀଙ୍କୁ ସାବାଡ୍‌ କରୁଛି ଟ୍ରାଫିକ୍‌ ପୋଲିସ୍। ତେବେ ଏହାରି ଭିତରେ ଇ-ଚାଲାଣ ଜଣେ ବିବାହିତ ଯୁବକଙ୍କ ଚୋରା ପୀରତିକୁ ଧରାଇଦେଇଛି। ତେବେ ଆସନ୍ତୁ ଜାଣିବା କେମିତି ହେଲା ସମ୍ଭବ?

ଜଣେ ବିବାହିତ ଯୁବକ ତାଙ୍କ ପ୍ରେମିକାଙ୍କୁ ବୁଲାଇ ନିଅନ୍ତି କିନ୍ତୁ ଏହା ତାହା ତାଙ୍କ ସ୍ତ୍ରୀ ଜାଣିପାରୁନଥିଲେ। ହେଲେ ପ୍ରେମିକାକୁ ସ୍କୁଟରରେ ନେବା ବେଳେ ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କରିଥିଲେ। ଦୁହେଁ ହେଲମେଟ୍‌ ପିନ୍ଧିନଥିଲେ। ସିଟିଟିଭିରେ ଧରାପଡ଼ିବା ପରେ ତାଙ୍କ ମୋବାଇଲ ନମ୍ବରକୁ ଏକ ଇ-ଚାଲାଣ ଯାଇଥିଲା। ଏପରିକି ପତ୍ନୀଙ୍କ ନାମରେ ସ୍କୁଟର ଥିବାରୁ ତାଙ୍କ ନାଁରେ ଘରକୁ ଚାଲାଣ ଯାଇଥିଲା |

Advertisment

ତାଙ୍କର ଇ-ଚାଲାଣ ଆସିବା ମାତ୍ରେ, ସ୍ତ୍ରୀଙ୍କ ହାତରେ ପଡିଯିବାରୁ ସେ ଫାଇନ୍‌ ବିଷୟରେ ଜାଣିବାକୁ ଚାହିଁଥିଲେ। ଆଉ ଯେତେବେଳେ ସତ୍ୟତା ଦେଖିଲେ, ରାଗରେ ଗରଗର। ସ୍ୱାମୀଙ୍କ ଲୁଚାଛପା ପ୍ରେମଛବି ସ୍ତ୍ରୀ ହାତରେ ଧରାପଡ଼ିଗଲା। 

ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ପରେ ମାମଲା ପହଞ୍ଚିଥିଲା ଥାନାରେ। ଗତ ୫ ତାରିଖରେ ମହିଳା ଜଣଙ୍କ ସ୍ୱାମୀଙ୍କ ନାଁରେ କରମାନ୍ ପୋଲିସ୍‌ ଷ୍ଟେସନ୍‌ରେ ଏତଲା ଦେଇଥିଲେ। ପତ୍ନୀ ଓ ଝିଅଙ୍କୁ ଧମକ ଦେବା ଅଭିଯୋଗରେ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିଲା।     

Advertisment
CCTV Kerala Man
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ